କରଜରୁ ମୁକ୍ତି ଦେବ ଏକ ବାଲ୍ଟି ପାଣି, କରିବାକୁ ହେବ ଏହିସବୁ କାମ

ଜୀବନରେ ସବୁବେଳେ ଦୁଃଖ କଷ୍ଟ ଆସିଥାଏ। ଏହି ସବୁ ସମସ୍ଯାକୁ ଡରିବା ପରିବର୍ତ୍ତେ ଏହାକୁ ସାମ୍ନା କରି ବିଜୟ ହାସଲ କରିବା ହଁ ଠିକ୍ କାମ। କିନ୍ତୁ ଏମିତି କିଛି ଭୁଲ ଆମେ କରିଥାଉ, ଯାହା ଯୋଗୁଁ ଆମକୁ ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ଘରେ ଥିବା ପ୍ରତ୍ଯେକ ଜିନିଷ ଏବଂ ସ୍ଥିତିର ଅଲଗା ଅଲଗା ପ୍ରଭାବ ରହିଥାଏ। ବାସ୍ତୁ ଶାସ୍ତ୍ର ଏବଂ ଜ୍ଯୋତିଷ ଶାସ୍ତ୍ର ମୁତାବକ, ଏମତି କିଛି କଥା ରହିଛି, ଯାହାକୁ ଆମେ ଧ୍ୟାନରେ ରଖିବା ଉଚିତ। ଏହି ଉପାୟ କରିବା ଦ୍ବାରା ଆମ ଜୀବନ ସୁଚାରୁ ରୂପେ ଚାଲିବ।

ଦୈନନ୍ଦିନ ଜୀବନରେ କେତେକ ଛୋଟ ମୋଟ ଜିନିଷ ଆପଣାଇ ଘରେ ସୁଖ ଓ ଶାନ୍ତି ରହିବ। ବାସ୍ତୁ ଏବଂ ଜ୍ଯୋତିଷ ହିସାବରେ କିଛି ଜିନିଷ ନିଜ ଜୀବନରେ ଆପଣାଇବେ ତେବେ ଆପଣଙ୍କ ପାଇଁ ବେଶ୍ ଫଳପ୍ରଦ ହୋଇଥାଏ।

ଯଦି ଆପଣ ବାଥରୁମରେ ବାଲଟି ରଖିଥାନ୍ତି, ତେବେ ନେଗେଟିଭ ଏନର୍ଜି ବାସ କରିନଥାଏ। ବାଥରୁମରେ ବାଲଟିରେ ପାଣି ଭରି ରଖନ୍ତୁ, ତେବେ ଆପଣଙ୍କ ଉନ୍ନତିର ରାସ୍ତା ଫିଟିଯାଏ।

bucket

ଯଦି ଆପଣଙ୍କ ଉପରେ କରଜ ରହିଥାଏ, ତେବେ ରାତିରେ ଶୋଇବା ପୂର୍ବରୁ ବାଲଟିରେ ପାଣି ଭରି ରଖନ୍ତୁ ଏବଂ ସକାଳୁ ଏହି ପାଣିରେ ବାଥରୁମକୁ ସଫା ପାଇଁ ଉପଯୋଗ କରନ୍ତୁ। ଏହି ପାଣିକୁ ଗାଧେଇବା ପାଇଁ ବିଲକୁଲ ବ୍ଯବହାର କରନ୍ତୁ ନାହିଁ।

କେବେ ବି ରୋଷେଇ ଘରେ ରାତିରେ ଅଇଁଠା ବାସନ ପକାନ୍ତୁ ନାହିଁ। ଯଦି ଆପଣ ରାତିରେ ବାସନ ସଫା କରୁନାହାନ୍ତି, ତେବେ ତାକୁ ସକାଳୁ ସେହି ବାଲଟିରେ ଥିବା ପାଣିରେ ଧୋଇଦିଅନ୍ତୁ। ଆଉ ହେବନି ଧନହାନି।

You might also like