ଗୋଟିଏ ଗ୍ଲାସ୍ କ୍ଷୀର ଦୂର କରିବ ଆପଣଙ୍କ ପେଟ ସମସ୍ୟା, ଫଲୋ କରନ୍ତୁ ଏହି ଟିପ୍ସ

ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ରୋଗ ହେଉଛି । କାହିଁକିନା ପାଣିପାଗର ପରିବର୍ତ୍ତନ, ବାୟୁ ପ୍ରଦୂଷଣ ସହିତ ବିଭିନ୍ନ କାରଣ ରହିଛି, ଯାହା ଯୋଗୁଁ ଅନେକ ସମସ୍ୟା ସାମ୍ନାକୁ ଆସୁଛି । ଅନେକ ସମସ୍ୟା ମଧ୍ୟରୁ ଛାତି ଯନ୍ତ୍ରଣା ସମସ୍ୟା ଏବେ ଅତ୍ୟଧିକ ଦେଖାଦେଉଛି । ଛାତି ଜଳିବା ସମସ୍ୟା ଆଜିକାଲି ନର୍ମଲା ହୋଇଗଲାଣି । କାହିଁକିନା ଛୋଟଛୁଆଙ୍କ ପାଖରୁ ଆରମ୍ଭ କରି ବଡ଼ ଲୋକମାନଙ୍କର ମଧ୍ୟ ଏହି ସମସ୍ୟା ଦେଖାଦେଉଛି । ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଅନେକ ସମୟରେ ଛାତିରେ ହଟାତ୍ ଜ୍ବଳନ ସମସ୍ୟା ହୋଇଥାଏ । ଯାହାକୁ ଆପଣ ଚାହିଁଲେ ମଧ୍ୟ କମ୍ କରିପାରି ନଥାନ୍ତି । ଏହି ଜଳାପୋଡ଼ା ଶରୀରରେ ବହୁତ ଅସ୍ଥିରତା ସ୍ରୁଷ୍ଟି କରେ । ଜଳାପୋଡ଼ା ସମସ୍ୟା ଛାତିର ଉପର ଏବଂ ତଳ ଅଂଶରେ ହୋଇଥାଏ । ଏହି ସମସ୍ୟା କହିଁକି ହୁଏ ଆପଣ ଜାଣିଛନ୍ତି କି? ତେବେ ଜାଣନ୍ତୁ ଏହାର କାରଣ ।

ଆଜିକାଲିର ଖରାପ ଲାଇଫଷ୍ଟାଇଲ୍, ଜଙ୍କ ଫୁଡ୍, ମସଲାଯୁକ୍ତ ଖାଦ୍ୟ, ମେଦବୁଳତା, ଷ୍ଟ୍ରେସ୍ ମଧ୍ୟ ଏସିଡିଟିର କାରଣ ହୁଏ ଏବଂ ଏହାପରେ ଛାତି, ଗଳା ଜଳିବା ଆରମ୍ଭ ହେବାକୁ ଲାଗେ । ଏଥି ସହ ମନେ ରଖିବା ଉଚିତ୍ ଯେ ଠିକ୍ ସମୟରେ ନ ଶୋଇବା, ନ ଖାଇବା ଭଳି ଖରାବ ଜୀବନଶୈଳୀ ଯୋଗୁଁ ଏହି ସମସ୍ୟା ଦେଖାଦେଇଥାଏ । ଏଥି ସହ ଚିଡଚିଡା ପଣ ମଧ୍ୟ ବଢ଼ିଯାଇଥାଏ ।

ବିଶେଷକରି ମହିଳାମାନଙ୍କଠାରେ, ଗର୍ଭବତୀ ହେବା ସମୟରେ ଛାତି ପୋଡ଼ିବା ସମସ୍ୟା ଆରମ୍ଭ ହୁଏ । କେତେବେଳେ ଏହି ଜଳାପୋଡ଼ା ଏତେ ବଢ଼ିଯାଏ ଯେ ଡାକ୍ତରଙ୍କ ସାହାଯ୍ୟ ନେବାକୁ ପଡ଼ିଥାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ କହିବୁ ଯାହା ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

କ୍ଷୀର ପିଇବା ଦ୍ବାରା ପୋଡ଼ାଜଳା ସମସ୍ୟା ବନ୍ଦ ହୋଇଯାଏ :
ଯଦି ଆପଣଙ୍କର ଛାତିରେ ଲଗାତାର ଜଳାପୋଡ଼ା ହେଉଛି, ତେବେ ପ୍ରଥମେ ଏକ ଗ୍ଲାସରେ କ୍ଷୀର ନେଇ ଥଣ୍ଡା କରନ୍ତୁ । ଏଥି ସହ ଆପଣ କ୍ଷୀରକୁ ଫ୍ରିଜରେ ରଖି ମଧ୍ୟ ଥଣ୍ଡା କରିପାରିବେ । ଏହା ପରେ ଥଣ୍ଡା କ୍ଷୀର ପିଇବା ଦ୍ୱାରା ଆପଣଙ୍କର ଛାତି ପୋଡ଼ା ଜ୍ୱଳନ ତୁରନ୍ତ ଦୂର ହୋଇଯିବ ।

ଖାଦ୍ୟରେ ଲେମ୍ବୁ ବ୍ୟବହାର କରନ୍ତୁ :
ଖାଦ୍ୟରେ ଲେମ୍ବୁ ବ୍ୟବହାର କରିବା ଉଚିତ ବୋଲି ବୟସ୍କବ୍ୟକ୍ତିମାନେ କୁହନ୍ତି । ଏହା ବ୍ୟତୀତ, ଖାଇବାର ୧ ଘଣ୍ଟା ପୂର୍ବରୁ ବ୍ଲାକ୍ ସ୍ଲଟ୍ ସହିତ ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ମଧ୍ୟ ଛାତି ଜଳିବା ସମସ୍ୟା ଖୁବ୍ ଶୀଘ୍ର ଦୂର ହେବାକୁ ଲାଗେ ।

ଖାଦ୍ୟ ଖିଇବା ପୂର୍ବରୁ ଆଲୋଭେରା ଜୁସ୍ ପିଅନ୍ତୁ :
ଏହା ସହିତ ମନେ ରଖିବା ଉଚିତ୍ ଯେ, ଖାଇବା ପୂର୍ବରୁ ଆଲୋଭେରା ରସ ପିଇବା ଦ୍ୱାରା ମଧ୍ୟ ବହୁତ ପରିମାଣରେ ଆରାମ ମିଳିଥାଏ । ଏହା ସହିତ, ଖାଦ୍ୟ ଖାଇବା ପରେ ପାନମହୁରି ଚୋବାନ୍ତୁ । ଏହା ଖାଦ୍ୟର ହଜମରେ ସାହାଯ୍ୟ କରେ । ସତେଜ ପୁଦିନା ପତ୍ରର ରସ ମଧ୍ୟ ବହୁତ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି।

ଯଦି ଆପଣ ଛାତି ଜ୍ବଳନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ ଦିନ ଏହି ଟିପ୍ସକୁ ନିଶ୍ଚିତ ଫଲୋ କରନ୍ତୁ ।