ଘରେ ନିଶ୍ଚିତ ଲଗାନ୍ତୁ ପ୍ରଜାପତିର ଏପରି ଫଟୋ, ପ୍ରେମ ସଂପର୍କରେ ଫେରିଆସିବ ମଧୁରତା

ବାସ୍ତୁଶାସ୍ତ୍ରରେ ବ୍ଯକ୍ତିଙ୍କ ଜୀବନ ବିଷୟରେ ଯେପରି ଜାଣିବାକୁ ମିଳିଥାଏ ସେହିପରି ପେଙ୍ଗଶୁଇରେ ଘର ଏବଂ ଘରେ ରଖୁଥିବା ଜିନିଷ ବିଷୟରେ କୁହାଯାଇଥାଏ। ପେଙ୍ଗଶୁଇରେ ଏମିତି କିଛି ଜିନିଷ ବିଷୟରେ କୁହାଯାଇଛି, ଯାହାକୁ ଘରେ ରଖିବା ଦ୍ବାରା ଅନେକ ଫାଇଦା ମିଳିଥାଏ। ପେଙ୍ଗଶୁଇ ମୁତାବକ, ଘରେ ପ୍ରଜାପତି ଫଟୋ ଲଗାଇବା ବହୁତ ଶୁଭ ହୋଇଥାଏ। ତେବେ ଆସନ୍ତୁ ଜାଣିବା, ଘରେ ପ୍ରଜାପତି ଲଗାଇବା ଫାଇଦା ବିଷୟରେ…

– ଘରେ ଖୁସି ଚାହୁଁଥିଲେ ପେଙ୍ଗଶୁଇ ଅନୁସାରେ ଘରର କାନ୍ଥରେ ପ୍ରଜାପତି ଫଟୋ ଲଗାନ୍ତୁ।

– ପିଲାଙ୍କ ପଢିବା ରୁମରେ ପ୍ରଜାପତି ଫଟୋ ଲଗାଇବା ଦ୍ବାରା ପଢାରେ ମନ ଲାଗିଥାଏ।

– ବେଡରୁମରେ ପ୍ରଜାପତି ଫଟୋ ଲଗାଇବା ଦ୍ବାରା ଜୀବନସାଥୀ ସହିତ ପ୍ରେମ ସଂପର୍କ ମଜବୁତ ହୋଇଥାଏ। ଏହାସହିତ ସଂପର୍କରେ ଘନିଷ୍ଠତା ବଢିଥାଏ।

– ପ୍ରଜାପତିର ସୁନ୍ଦର ଚିତ୍ର ଘରେ ଲଗାଇବା ଦ୍ବାରା ପରିବାରର ସମସ୍ତ ସଦସ୍ଯଙ୍କ କ୍ରିଏଟିଭିଟି ବଢିଥାଏ।

– ଘରେ ସୁଖ ଓ ସମୃଦ୍ଧି ଚାହୁଁଥିଲେ ଘରେ ଲଗାନ୍ତୁ ପ୍ରଜାପତି ଫଟୋ। ଉନ୍ନତିର ଦ୍ବାର ଖୋଲିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.