ମୁଣ୍ଡବିନ୍ଧା, କାନ ଯନ୍ତ୍ରଣାରୁ ଉପଶମ ଦିଏ ଅରଖ ଫୁଲ! ଚର୍ମ କୁଞ୍ଚନକୁ ମଧ୍ୟ କରିଥାଏ ଭଲ; ଜାଣନ୍ତୁ ଫାଇଦା

ଆପଣଙ୍କ ଘର ଆଖପାଖରେ ଅରଖ ଗଛ ନିଶ୍ଚୟ ଦେଖିଥିବେ। ଏହି ଗଛ ଆପେ ଉଠିଥାଏ। ଏହାର ଫୁଲ ଔଷଧୀୟ ଗୁଣରେ ଭରପୂର ହୋଇଥାଏ। ଭଗବାନ ଶିବଙ୍କର ଅତି ପ୍ରିୟ ଏହି ଫୁଲ ଅନେକ ଶାରୀରିକ ସମସ୍ୟାରୁ ମଧ୍ୟ ଛୁଟକାରା ଦେଇଥାଏ। ଅରଖ ଗଛର ମୂଳରେ ମଣ୍ଡାରଏଲ୍‌ବନ ଏବଂ ଫ୍ୟୁଏବିଲ ନାମକ ରସାୟନ ମିଳିଥାଏ। ଆଜି ଆମେ ଆପଣଙ୍କୁ କହିବୁ ଅରଖ ଗଛର ଫୁଲ ଆମର କି କାମରେ ଆସି ପାରିବ।

-ଯଦି ଆପଣ ଚେହେରାରେ କୁଞ୍ଚନ ସମସ୍ୟାକୁ ନେଇ ଚିନ୍ତିତ, ତ ଅରଖ ଫୁଲ ଆପଣଙ୍କ ପାଇଁ ରାମବାଣ ଉପାୟ। ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରଥମେ ଆପଣ ୩ ଗ୍ରାମ ହଳଦୀ ଗୁଣ୍ଡକୁ ଅରଖର ଦୁଇ ଚାମଚ କ୍ଷୀର ଏବଂ ଗୋଲାପ ଜଳରେ ଭଲ ଭାବରେ ମିଶାଇ ନିଅନ୍ତୁ। ଏବେ ଏହାର ଲେପକୁ ଚେହେରାରେ ଲଗାନ୍ତୁ। ଏହାଦ୍ୱାରା ତ୍ୱଚା ମୁଲାୟମ ହୋଇଥାଏ। ଧ୍ୟାନ ରଖିବେ କି, ଯେପରି ଆଖିରେ ଏହି ଲେପ ନ ଲାଗିବ। ଆପଣ ଚାହିଁଲେ ଅରଖ କ୍ଷୀର ବଦଳରେ ଅରଖ ରସକୁ ମଧ୍ୟ ବ୍ୟବହାର କରି ପାରିବେ।

-ମାଇଗ୍ରେନ ବା ମୁଣ୍ଡବିନ୍ଧା ଏବଂ କାନ ଯନ୍ତ୍ରଣାରୁ ଉପଶମ ଦେଇଥାଏ ଅରଖ ଫୁଲ। ଏହାର କ୍ଷୀରକୁ ମୁଣ୍ଡରେ ଲଗାଇବା ଦ୍ୱାରା ମାଇଗ୍ରେନ ସମସ୍ୟାରୁ ଛୁଟକାରା ମିଳିଥାଏ। ସେହିପରି ଅରଖ ପତ୍ରର ରସ କାନରେ ପକାଇବା ଦ୍ୱାରା କାନ ସମ୍ବନ୍ଧିତ ସମସ୍ତ ରୋଗ ଦୂର ହୋଇଥାଏ।

-ଅରଖ କ୍ଷୀରରେ ତୂଳା ବୁଡ଼ାଇ ଏହାକୁ ଘିଅରେ ଭଲ ଭାବରେ ମିଶ୍ରଣ କରି ନିଅନ୍ତୁ। ଏବେ ଏହାକୁ ମାଢ଼ି ଉପରେ ରଖନ୍ତୁ। ଏହାଦ୍ୱାରା ଦାନ୍ତ ଏବଂ ମାଢ଼ି ଯନ୍ତ୍ରଣା ସଙ୍ଗେ ସଙ୍ଗେ ଦୂର ହୋଇପାରିବ। ଏହା ବ୍ୟତୀତ ଅରଖ କ୍ଷୀରରେ ଲୁଣ ମିଶାଇ ଦାନ୍ତରେ ଲଗାଇବା ଦ୍ୱାରା ଦାନ୍ତ ଯନ୍ତ୍ରଣା ମଧ୍ୟ ଦୂର ହୋଇପାରିବ। ହଲୁଥିବା ଦାନ୍ତକୁ ଅରଖ କ୍ଷୀର ଲଗାଇ ସହଜରେ ବାହାର କରାଯାଇ ପାରିବ। ଏଥିରେ ଯନ୍ତ୍ରଣା ମଧ୍ୟ ହେବ ନାହିଁ।

(ବି.ଦ୍ର.: ଏଠାରେ ଦିଆଯାଇଥିବା ତଥ୍ୟ ଘରୋଇ ଉପଚାର ଏବଂ ସାଧାରଣ ମାନ୍ୟତା ଉପରେ ଆଧାରିତ। ଏହାକୁ ଆପଣାଇବା ପୂର୍ବରୁ ନିଶ୍ଚୟ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.