ପ୍ରଚୁର ପୋଷକ ତତ୍ତ୍ୱଯୁକ୍ତ କ୍ଷୀର ପିଇବାର ବି ରହିଛି ନିର୍ଦ୍ଦିଷ୍ଟ ସମୟ, ଜାଣନ୍ତୁ କ’ଣ କୁହେ ଆୟୁର୍ବେଦ

କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଆହାର ବୋଲି କୁହାଯାଏ। କାରଣ କ୍ଷୀରରେ ଭିଟାମିନ ଏ, ବି, ଡି, କେ ଓ ଇ ସମେତ ଫସଫରସ, ମ୍ୟାଗ୍ନେସିୟମ, ଆୟୋଡିନ ଆଦି ରହିଛି। କ୍ଷୀରରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଭରି ରହିଛି, ଯାହା ହାଡ଼କୁ ମଜଭୁତ କରେ ଓ କାମ କରିବା ପାଇଁ ଶରୀରକୁ ଶକ୍ତି ଯୋଗାଏ।

ତେବେ ଆୟୁର୍ବେଦ ଅନୁସାରେ, ପ୍ରଚୁର ପରିମାଣର ପୋଷାକ ତତ୍ତ୍ୱ ଭରି ରହିଥିବା କ୍ଷୀରକୁ ପିଇବାର ଏକ ନିର୍ଦ୍ଦିଷ୍ଟ ସମୟ ରହିଛି। ଏହି ସମୟରେ କ୍ଷୀର ପିଇବା ଦ୍ୱାରା ଶରୀରକୁ ଅଧିକ ଲାଭ ହୋଇଥାଏ।

ଆୟୁର୍ବେଦ ମୁତାବକ, ଯଦି ଆପଣ ଶରୀର ଓ ମସଲସ ବନାଇବାକୁ ଚାହୁଁଛନ୍ତି ତେବେ ସକାଳେ କ୍ଷୀର ପିଅନ୍ତୁ। ନଚେତ ଦିନରେ କ୍ଷୀର ପିଇଲେ ପାଚନରେ ସମସ୍ୟା ଉପୁଜିପାରେ। ଏହା ବ୍ୟତୀତ ରାତିରେ କ୍ଷୀର ପିଇବା ସବୁଠୁ ଭଲ। ସବୁ ବୟସର ବ୍ୟକ୍ତିଙ୍କ ପାଇଁ କ୍ଷୀର ଉତ୍ତମ ହୋଇଥାଏ। ମାତ୍ର ଯଦି କାହାକୁ ଆଲର୍ଜି ଅଛି ତେବେ ସେ କ୍ଷୀର ପିଇବା ଅନୁଚିତ। ସନ୍ଧ୍ୟାରୁ ରାତି ମଧ୍ୟରେ କ୍ଷୀର ପିଇଲେ ଅତି ଉତ୍ତମ।

Leave A Reply

Your email address will not be published.