ଚାଣକ୍ୟ ନୀତି : ଏଭଳି ଜୀବନସାଥୀ ଏବଂ ସମ୍ପର୍କକୁ ତୁରନ୍ତ କରନ୍ତୁ ତ୍ୟାଗ

ଆଚାର୍ଯ୍ଯ ଚାଣକ୍ୟଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ତାଙ୍କର ନୀତି ଏବଂ ଜ୍ଞାନ ଜୀବନକୁ ସରଳ ଏବଂ ସୁଗମ ତ କରିଥାଏ ଏହା ସହ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଜୀବନକୁ ସଫଳ କରିବା ପାଇଁ ଆଚାର୍ଯ୍ଯଙ୍କ ନୀତି ବହୁତ ଉପଯୋଗୀ । ତେବେ ଜୀବନର ପୁରା ଆନନ୍ଦ ନେବା ପାଇଁ ହେଲେ ଆମକୁ କେମିତି ଜୀବନସାଥୀ ଏବଂ ସମ୍ପର୍କକୁ ପରିତ୍ୟାଗ କରିବାକୁ ପଡିବ ତାହା ଚାଣକ୍ୟ ନୀତିରେ କୁହାଯାଇଛି । ଏବେ ନଜର ପକାନ୍ତୁ କଣ କହୁଛି ଚାଣକ୍ୟନୀତି ।

ଏମିତି ଧର୍ମକୁ କରନ୍ତୁ ପରିତ୍ୟାଗ

dharmଯେଉଁ ଧର୍ମରେ ଦୟାର କୌଣସି ସ୍ଥାନ ନାହିଁ ସେପରି ଧର୍ମକୁ ପାଳନ କରିବା ନିରର୍ଥକ ଏବଂ କଷ୍ଟଦାୟୀ । ଯେଉଁ ଧର୍ମରେ ଅନ୍ୟମାନଙ୍କ ପ୍ରତି ଦୟା ଭାବନା ରଖିବାକୁ ଶିକ୍ଷା ଦେଇନଥାଏ ସେପରି ଦର୍ମକୁ ତୁରନ୍ତ ତ୍ୟାଗ କରିଦେବା ଉଚିତ୍ ।

ଏପରି ଗୁରୁଙ୍କୁ ତ୍ୟାଗ କରିବା ଉଚିତ୍

booksଚାଣକ୍ୟ ନୀତି ଅନୁସାରେ ଗୁରୁ ସେହି ଯିଏ ନିଜ ଭିତରେ ଜ୍ଞାନର ସାଗର ଭରି ରଖିଥାଏ । କିନ୍ତୁ ଯେଉଁ ଗୁରୁଙ୍କ ଆଚରଣ ଏବଂ ଉଚାରଣରେ ଅନ୍ତର ଥାଏ , ଅର୍ଥାତ୍ ଯେଉଁ ଗୁରୁ ଶିଷ୍ୟଙ୍କୁ ଶିକ୍ଷା ତ ଦେଇଥାଏ କିନ୍ତୁ ସେହି ଶିକ୍ଷା ନିଜ ଆଚରଣରେ ରଖି ନଥାଏ ସେଭଳି ଗୁରୁଙ୍କୁ ତ୍ୟାଗ କରିଦେବା ଉଚିତ୍ । ବିଦ୍ୟାର ଅଭାବରେ ବଂଚୁଥିବା ବ୍ୟକ୍ତି କେବେ ଉତ୍ତମ ଗୁରୁ ହୋଇପାରିନଥାଏ ।

ଏପରି ସ୍ବାମୀଙ୍କୁ କରନ୍ତୁ ତ୍ୟାଗ

husbandସ୍ବାମୀ, ଯାହାଙ୍କ ବ୍ୟବହାରରେ କ୍ରୋଧ ଏକ ଅଭିନ୍ନ ଅଙ୍ଗ ହୋଇଥାଏ ଏବଂ ଯିଏ କଥା କଥାରେ ଚିଲ୍ଲାଇଥାନ୍ତି , ପରିବାରର ବାତାବରଣ ଠିକ୍ ରଖିବାରେ ଧ୍ୟାନ ଦେଇନଥାନ୍ତ ଏବଂ ଯିଏ ପିଲାଙ୍କ ପାଳନ ପୋଷଣକୁ ପ୍ରାଥମିକତା ଦେଇନଥାନ୍ତି ସେଭଳି ସ୍ବାମୀଙ୍କ ତ୍ୟାଗ କରିବା ଉଚିତ୍ । ଯାହା ଫଳରେ ନିଜର ଏବଂ ନିଜ ପିଲାଙ୍କର ଭବିଷ୍ୟତ ପାଇଁ ନୂଆ ଆରମ୍ଭ କରିପାରିବେ

ଏପରି ପତ୍ନୀଙ୍କୁ ଛାଡି ଦେବା ଉଚିତ୍

Angry-wifeଯେଉଁ ପତ୍ନୀଙ୍କ ମୁହଁରୁ ସର୍ବଦା ଅପଶବ୍ଦ ଏବଂ କ୍ରୋଧ ପ୍ରକଟ ହୋଇଥାଏ , ଯିଏ ଘରେ କଳହର ମାହୋଲ୍ ରଖିଥାନ୍ତି ଏଭଳି ପତ୍ନୀଙ୍କୁ ତୁରନ୍ତ ତ୍ୟାଗ କରିଦେବା ଉଚିତ୍ । କାରଣ ଏପରି ପତ୍ନୀଙ୍କ ସହ ରହିବା ଦ୍ବାରା ମନରେ ନକରାତ୍ମକ ଭାବନା ଆସିଥାଏ । ଯାହା ପରିବାରର ଉନ୍ନତିରେ ବାଧା ସୃଷ୍ଟି କରିଥାଏ ।

ଏଭଳି ସମ୍ପର୍କକୁ ରଖି ଲାଭ ନାହିଁ

ଆମର ଅନେକ ସମ୍ପର୍କୀୟ ଥାନ୍ତି ଯେଉଁମାନଙ୍କ ପାଇଁ ଆମେ ଆମ ସମୟ ଏବଂ ଧନ ଖର୍ଚ୍ଚ କରିଥାଉ । ଯେଉଁ ସମ୍ପର୍କୀୟ ଆମର ଶୁଭଚିନ୍ତକ ହୋଇଥାନ୍ତି, ଯିଏ ଆମ ପରିବାରର ବିକାଶ ଚାହିଁଥାନ୍ତ ଏବଂ ଯିଏ ପ୍ରକୃତଅର୍ଥରେ ଆମକୁ ପ୍ରେମ କରନ୍ତି , ବିପତ୍ତି ସମୟରେ ଆମ ସାଥ୍ ଦେଇଥାନ୍ତି ଏଭଳି ସମ୍ପର୍କକୁ ରଖିବା ଦେବା ଉଚିତ୍ । କିନ୍ତୁ ଯେଉଁ ସମ୍ପର୍କ କେବଳ ନାମକୁ ମାତ୍ର ଥାଏ ହେଲେ ସେଥିରେ ସ୍ନେହ, ପ୍ରେମ ନଥାଏ ଏଭଳି ସମ୍ପର୍କକୁ ତୁରନ୍ତ ତ୍ୟାଗ କରିଦେବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.