ଲାଇଫ୍ ଷ୍ଟାଇଲ୍

ଖାଦ୍ୟ ତିଆରି କରିବା ବେଳେ କେବେ ବି ଏହି ଦିଗକୁ ମୁହଁ କରନ୍ତୁ ନାହିଁ, ମାଡ଼ି ଆସିବ ଦୁଃଖ

କଥାରେ ଅଛି ଯିଏ ଯେମିତିକା ଖାଦ୍ୟ ଖାଏ ତା’ ମନ ବି ସେଭଳି ହୋଇଥାଏ। ଏଥିସହ ଆହୁରି ଏକ କଥା ଅଛି ଖାଦ୍ୟ ତିଆରି କରିବା ବେଳେ ବ୍ୟକ୍ତିର ମନ ଯେଭଳି ହୋଇଥିବା ସେହି ଖାଦ୍ୟ ଖାଉଥିବା ବ୍ୟକ୍ତି ମନରେ ମଧ୍ୟ ସେଭଳି ଚିନ୍ତା ଆସେ। ଏଣୁ ଖାଦ୍ୟ ତିଆରି କରିବା ବେଳେ ମନରେ ସକରାତ୍ମକ ଚିନ୍ତା ଧାରା ରଖିବାକୁ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଏ।

ବାସ୍ତୁ ଅନୁସାରେ କେବେ ବି ଦକ୍ଷିଣ ଦିଗକୁ ମୁହଁ କରି ଖାଦ୍ୟ ତିଆରି କରିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ଖାଦ୍ୟ ତିଆରି କରିବା ବ୍ୟକ୍ତି ଓ ଖାଇବା ବ୍ୟକ୍ତିଙ୍କ ଜୀବନରେ ଦୁଃଖ ମାଡ଼ି ଆସେ। ଏହା ବ୍ୟତୀତ ଆଣ୍ଠୁଗଣ୍ଠି ବାତ, ମୁଣ୍ଡ ବିନ୍ଧା, ମାଇଗ୍ରେନ୍‌ ଆଦି ସମସ୍ୟା ସବୁବେଳେ ଲାଗି ରହେ।

ଜ୍ୟୋତିଷଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗ ଭଳି ଉତ୍ତର ଦିଗକୁ ମଧ୍ୟ ମୁହଁ କରି ଖାଦ୍ୟ ତିଆରି କରିବା ଅନୁଚିତ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଏହା ଦ୍ୱାରା ଘରେ ଓ ବାହାରେ ବିବାଦ ବଢ଼େ। ଆର୍ଥିକ ସ୍ଥିତି ମଧ୍ୟ ଖରାପ ହୁଏ। ଅଧିକାଂଶ ସ୍ଥିତିରେ କାଙ୍ଗାଳ ପରିସ୍ଥିତି ସୃଷ୍ଟି ହୁଏ। ସେହିଭଳି ପଶ୍ଚିମ ଦିଗକୁ ମୁହଁ କରି ମଧ୍ୟ ଖାଦ୍ୟ ରାନ୍ଧିବାକୁ ମନା କରାଯାଇଛି। ଏହା ଦ୍ୱାରା ଜୀବନରେ କଳହ ବଢ଼େ। ଏହା ବ୍ୟତୀତ ସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ କଷ୍ଟଦାୟକ ହୋଇଥାଏ। ଏଣୁ ଭୁଲରେ ବି ଏହି ଦିଗକୁ ମୁହଁ କରି ଖାଦ୍ୟ ତିଆରି କରନ୍ତୁ ନାହିଁ।

ଶାସ୍ତ୍ରାନୁସାରେ ଭୋଜନ ତିଆରି କରିବା ବେଳେ ସବୁବେଳେ ପୂର୍ବ ଦିଗକୁ ମୁହଁ କରିବା ଉଚିତ। କୁହାଯାଏ ଯେ ଏହି ଦିଗକୁ ମୁହଁ କରି ଖାଦ୍ୟ ତିଆରି କରିବା ଦ୍ୱାରା ଜୀବନରେ ସବୁକିଛି ଭଲ ହୁଏ। ଏଥିସହ ପରିବାରରେ ସୁଖ ଶାନ୍ତି ଲାଗି ରହେ।

WCW 11

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

24 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

38 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

53 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago