ଲାଇଫ୍ ଷ୍ଟାଇଲ୍

କନ୍ୟା ସନ୍ତାନ ଜନ୍ମ ନେଲେ କିଛି ପରିମାଣରେ ଶୁଝିଥାଏ ମାତୃଋଣ, ଜାଣନ୍ତୁ ମାତୃଋଣରୁ ମୁକ୍ତି ପାଇବାର ୫ଟି ଉପାୟ

ଲାଲ୍‌ କିତାବ ଅନୁସାରେ କୁଣ୍ଡଳୀ ବା ଜାତକରେ ଅନେକ ପ୍ରକାରର ଋଣ ରହିଥାଏ। ଯେପରି ପିତୃ ଋଣ, ଅଜନ୍ମା ଋଣ, ପ୍ରାକୃତିକ ଋଣ, ପିତୃ ଋଣ ଆଦି। ସେଥିମଧ୍ୟରୁ ମାତୃଋଣ ଅନ୍ୟତମ। ସବୁଠାରୁ ବିଚିତ୍ର କଥା ହେଉଛି, ଯଦି ଆପଣଙ୍କ ଜାତକରେ ଏ ସବୁ ଭିତରୁ କୌଣସି ଗୋଟିଏ ବି ଥାଏ, ତା’ହେଲେ ପରିବାରର ଅଧିକାଂଶ ସଦସ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଥାଆନ୍ତି। ଯଦି ପିତୃଦୋଷ ଲାଗିଥାଏ, ତା’ହେଲେ ପାଖାପାଖି ସମସ୍ତଙ୍କ ଜାତକରେ ଏହି ଦୋଷ ମିଳିଥାଏ। ଏଥିପାଇଁ ଲାଲ୍‌ କିତାବ ଅନୁସାରେ, ପୂରା ପରିବାରକୁ ହିଁ ଏହାର ନିଦାନ କରିବା ଉଚିତ, ଯଦ୍ଦ୍ଵାରା ଏଥିରୁ ମୁକ୍ତି ମିଳିପାରିବ। ଆଜି ଆସନ୍ତୁ ଜାଣିବା ମାତୃଋଣ ବିଷୟରେ। କିପରି ଆପଣ ପାଇପାରିବେ ଏଥିରୁ ମୁକ୍ତି।

ଲକ୍ଷଣ

ଯଦି କାହା ଜାତକରେ ମାତୃଋଣ ଲାଗିଥାଏ, ତା’ହେଲେ ସେ କରଜରେ ବୁଡ଼ି ରହିଥାଏ। ଘରର ଶାନ୍ତି ଭଙ୍ଗ ହୋଇଯାଇଥାଏ। ବ୍ୟକ୍ତି ସୁଖ, ଶାନ୍ତିରେ ବସି ଭୋଜନ କରିପାରି ନ ଥାଏ। ତାଙ୍କୁ କୌଣସି ପ୍ରକାର ସାହାଯ୍ୟ ମିଳି ନ ଥାଏ। ଜମା ଧନ ବର୍ବାଦ ହୋଇଯାଏ। ଅଯଥା ଖର୍ଚ୍ଚକୁ ବ୍ୟକ୍ତି ରୋକିପାରି ନ ଥାଏ। କରଜ କେବେ ବି ଶୁଝି ହୋଇ ନ ଥାଏ।

କୁହାଯାଏ, ପାଖରେ ଥିବା କୂଅ କିମ୍ବା ନଦୀରେ ପୂଜା କରିବା ବଦଳରେ ଯଦି ପରିଷ୍କାର ଏବଂ ଅଳିଆ ଆବର୍ଜନା ପକାଯାଏ, ତା’ହେଲେ ବି ମାତୃଋଣ ଲାଗିଥାଏ। ମା’ଙ୍କ ପ୍ରତି ଅଣଦେଖା କରିବା, ତାଙ୍କ ସୁଖଦୁଃଖର ଚିନ୍ତା ନ କରିବା, ସନ୍ତାନ ଜନ୍ମ ପରେ ମା’ଙ୍କୁ ଘରୁ ବାହାର କରିଦେବା ଦ୍ୱାରା ମାତୃଋଣ ଲାଗିଥାଏ।

ନିବାରଣ

୧. ମା’ କିମ୍ବା ମା’ ସମାନ ମହିଳାଙ୍କ ସେବା କରନ୍ତୁ।

୨. ବୃଦ୍ଧାଶ୍ରମ ଯାଇ ବୃଦ୍ଧ ମହିଳାଙ୍କୁ ଖିରି ଖୁଆନ୍ତୁ।

୩. ବହିଯାଉଥିବା ପାଣି କିମ୍ବା ନଦୀରେ ଏକ ରୂପା ପଇସା ଭସାଇ ଦିଅନ୍ତୁ।

୪. ନିୟମିତ ଦୁର୍ଗା ମା’ଙ୍କ ମନ୍ଦିର ଯାଆନ୍ତୁ ଏବଂ ତାଙ୍କ ପୂଜା କରନ୍ତୁ। ମା’ଙ୍କଠାରେ ଓଢ଼ଣୀ ଚଢ଼ାନ୍ତୁ।

୫. ନିଜ କନ୍ୟା କିମ୍ବା କନ୍ୟା ସମାନ ଝିଅର ସେବା କରନ୍ତୁ। କୁହାଯାଏ, କନ୍ୟା ସନ୍ତାନ ଜନ୍ମ ନେଲେ ମାତୃଋଣ କିଛି ପରିମାଣରେ କମିଯାଇଥାଏ।

୬. ଆପଣଙ୍କର ଯେତେଜଣ ରକ୍ତ ସମ୍ପର୍କୀୟ ଅଛନ୍ତି, ସେତିକି ମାତ୍ରାରେ ଚାନ୍ଦି ନଦୀରେ ଭସାଇବା ଉଚିତ। ଯଦି ଏହା ନ କରିପାରିବେ, ସେତିକି ସଂଖ୍ୟକ ଚାଉଳ ଭସାଇପାରିବେ। ଏହି କାମ ଗୋଟିଏ ହିଁ ଦିନରେ କରନ୍ତୁ।

Roshni

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

11 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

13 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

19 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

28 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

28 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

46 mins ago