ମା‘ଲକ୍ଷ୍ମୀଙ୍କର ଆଶୀର୍ବାଦ ଚାହୁଁଛନ୍ତି ? ତୁରନ୍ତ ଘରୁ ବାହାର କରନ୍ତୁ ଏହି ସବୁ ଜିନିଷ

ଜ୍ୟୋତିଷଙ୍କ ଅନୁସାରେ ଯଦି କାହାର ଜାତକରେ ଗ୍ରହ ଜନିତ କୌଣସି ସମସ୍ୟା ଅଛି ତେବେ ଆପଣଙ୍କ ଜୀବନରେ ଅନେକ ପ୍ରକାରର ସମସ୍ୟା ଆସିବାକୁ ଲାଗେ । ଏହି ପରି ବ୍ୟକ୍ତି କଠିନ ପରିଶ୍ରମ କରିଥାନ୍ତି କିନ୍ତୁ ପରିଶ୍ରମ ଅନୁଯାଇ ସେମାନଙ୍କୁ ଫଳ ପାଇ ନଥାନ୍ତି । ଜାତକରେ ଖରାପ ଗ୍ରହ ଦୋଷ ଛଡା ଯଦି ଘରେ ବାସ୍ତୁ ଦୋଷ ଥାଏ ତାହାଲେ ମଧ୍ୟ ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ । ଯେଉଁ ଘରେ ବାସ୍ତୁ ଦୋଷ ରହିଥାଏ ସେହି ଘରେ ମା’ ଲକ୍ଷ୍ମୀ ପ୍ରବାସ କରିନଥାନ୍ତି ।

• ଯଦି ଆପଣ ଚାହୁଁଛନ୍ତି ମା’ଲକ୍ଷ୍ମୀ ଆପଣଙ୍କ ଉପରେ ତାଙ୍କର ଆଶୀର୍ବାଦର ହାତ ଏମିତି ରଖିଥାନ୍ତୁ ତେବେ ଘରେ ଥିବା ପୁରୁଣା, ଭାଙ୍ଗି ଯାଇଥିବା ଜିନିଷ, ଫଟା ଏବଂ ପୁରୁଣା ଜୋତା ଚପଲ ଭଳି ଜିନିଷକୁ ତୁରନ୍ତ ବାହାରକୁ ଫୋପାଡି ଦେବା ଉଚିତ୍ । ଯେଉଁ ମାନଙ୍କ ଘରେ ଅଳିଆ ଅପରିଷ୍କାର ଥାଏ ମା’ଲକ୍ଷ୍ମୀ ସେମାନଙ୍କ ଘରକୁ ପ୍ରବେଶ କରନ୍ତି ନାହିଁ ।

• ଯେଉଁ ଘରେ ଛାଡି ଯାଇଥିବା ଭଳି ରଙ୍ଗର କାନ୍ଥ ଏବଂ ଅପରିଷ୍କାର ଦୂଆର ବନ୍ଧ ରହିଥାଏ ସେଠାରେ ଲକ୍ଷ୍ମୀଙ୍କର ବାସ ହୋଇନଥାଏ । ଛାଡି ଯାଇଥିବା କାନ୍ଥରେ ନକରାତ୍ମକ ଉର୍ଜ୍ଜା ରହିଥାଏ ତେଣୁ ଏହାକୁ ତୁରନ୍ତ ନୂଆ କରି ତିଆରି କରାଇନେବା ଉଚିତ୍ ।

• ଯେଉଁ ଘରେ ରାତିରେ ଅଁଇଠା ବାସନ ପଡି ରହିଥାଏ ସେଠାକୁ କଦାପି ଲକ୍ଷ୍ମୀ ସେହି ସ୍ଥାନକୁ ଯାଇ ନଥାନ୍ତି ଏହା ସହ ସର୍ବଦା ସେହି ଘରେ ରୋଗ ଲାଗି ରହିଥାଏ । ତେଣୁ କେତେବେଳେ ବି ଅଁଇଠା ବାସନ ରାତିରେ ରଖନ୍ତୁ ନାହିଁ ।

• ଘରର ମୂଖ୍ୟ ଦୂଆର ମୁହଁକୁ ସର୍ବଦା ପରିଷ୍କାର ରଖିବା ଉଚିତ୍ କାରଣ ଏହି ସ୍ଥାନ ଦେଇ ମା’ ଲକ୍ଷ୍ମୀ ଘରକୁ ପ୍ରବେଶ କରିଥାନ୍ତି । ତେଣୁ ସର୍ବଦା ମୂଖ୍ୟ ଦୁଆର ବନ୍ଧକୁ ପରିସ୍କାର ରଖିବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.