ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ ଏହି ସବୁ ଗଛ ! ନଚେତ୍ ହୋଇପାରନ୍ତି ଅଶୁଭ ଶକ୍ତିର ଶିକାର

ଲୋକମାନେ ସର୍ବଦା ଘରର ସୁନ୍ଦରତା ବଢାଇବା ପାଇଁ ଅନେକ ପ୍ରକାରର ଗଛ ଲଗାଇଥାନ୍ତି । ଘରର ରୋଷେଇ ଠାରୁ ଆରମ୍ଭ କରି ମୂଖ୍ୟ ଦ୍ବାର ଯାଏ କେଉଁଠି କ’ଣ କରାଯିବା ଉଚିତ୍ । ବାସ୍ତୁରେ ସବୁର ଉପାୟ ଲେଖା ଅଛି କିନ୍ତୁ ଆପଣ କ’ଣ ଜାଣିଛନ୍ତି ଘରର ବାସ୍ତୁ ଆପଣଙ୍କ ଆଖପାଖରେ ଥିବା ବସ୍ତୁ ଉପରେ ମଧ୍ୟ ନିର୍ଭର କରିଥାଏ । ଯେମିତିକି’ ଆପଣଙ୍କ ଘରର ଆଖପାଖରେ କେଉଁ ଗଛ ରହିଛି । ଜାଣନ୍ତୁ, ସେ କେଉଁ ଗଛ ଯାହା ଘରର ପାଖରେ ହେବା ଦ୍ବାରା ତାହାକୁ ଅଶୁଭ ମନାଯାଇଥାଏ ।

• ଘରର ଇଶାଣ ଏବଂ ପୂର୍ବ ଦିଗରେ ଅଧିକ ଉଚ୍ଚା ଗଛ ଲଗାଇବା ଉଚିତ୍ ନୁହେଁ । ଧ୍ୟାନ ରଖନ୍ତୁ ଘରର ଅଗଣା ଏବଂ ଆଖପାଖରେ ଏହି ଭଳି ଗଛ ରହିବା ଉଚିତ୍ ନୁହେଁ ।

tree

• ଘରର ଆଖପାଖରେ ଅଧା ଶୁଖିଯାଇଥିବା ଗଛ କିମ୍ବା ଅଧା ଜଳି ଯାଇଥିବା ଗଛ ମଧ୍ୟ ଅଶୁଭ ହୋଇଥାଏ । ବାସ୍ତୁରେ କୁହାଯାଇଛି ଏହା ଦ୍ବାରା ଘରକୁ ନକରାତ୍ମକ ଶକ୍ତି ଏବଂ ଖରାପ ପବନ ପ୍ରବେଶ କରିଥାଏ ।

• କିଛି ଖାସ୍ ପ୍ରକାରର ଗଛ ମଧ୍ୟ ଆପଣଙ୍କ ଘର ପାଖରେ ରହିବା ଉଚିତ୍ ନୁହେଁ । ଯେମିତିକି ରେଶମ, ତାଳ, କପା ଏବଂ ଅଁଳା ଗଛ ରହିବା ଦ୍ବାରା ଘରେ ଅଶାନ୍ତି ହେବା କାରଣରୁ ଝଗଡା ସୃଷ୍ଟି ହୋଇଥାଏ ।

• ଯଦି ଘର ଆଗରେ ତେନ୍ତୁଳି ଓ ମେହେନ୍ଦୀ ଗଛ ରହିଛି ତେବେ ଏହାକୁ କାଟି ଦେବା ଉଚିତ୍ । ବାସ୍ତୁ ଅନୁସାରେ ଏହି ଗଛରେ ଖରାପ ଆତ୍ମା ବାସ କରିଥାଏ ।

tulsi

ଯଦି ଆପଣ ଏହି ସବୁ ଗଛକୁ କାଟିବାକୁ ଚାହୁଁ ନାହାଁନ୍ତି ତେବେ କିଛି ଉପାୟ ଆପଣାଇ ଖରାପ ପ୍ରଭାବକୁ ଦୂର କରିପାରିବେ । ଏହି ସବୁ ଗଛ ପାଖରେ ତୁଳସୀ, ଅଶୋକ, ହଳଦୀ, ନିମ, ଚନ୍ଦନ କିମ୍ବା ନାଗକେଶରର ଗଛ ଲଗାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.