ଗୋଟେ ଲିମିଟ୍ ଠାରୁ ଅଧିକ ଲୁଣ ସାଜିପାରେ ମୃତ୍ୟୁର କାରଣ, ରୁହନ୍ତୁ ସାବଧାନରେ
WHO ଅନୁସାରେ ଆବଶ୍ୟକରୁ ଅଧିକ ଲୁଣର ସେବନ ସାରାଦୁନିଆରେ ମୃତ୍ୟୁର କାରଣ ସାଜି ଚାଲିଛି । ଏହି ସଂଖ୍ୟା ଏହି କଥା ଆଡକୁ ଇସାରା କରୁଛି ଯେ ଅଧିକାଂଶ ଲୋକ ନିର୍ଦ୍ଧିଷ୍ଟ ପରିମାଣରୁ ଅଧିକ ମାତ୍ରାରେ ସୋଡିୟମ୍ ଇନଟେକ କରୁଛନ୍ତି ।

ଲୁଣ ବିନା ପ୍ରତ୍ୟେକ ଭୋଜନ ଯେମିତି ଫିକା ଲାଗିଥାଏ । ଲୁଣକୁ କମନ୍ ସଲ୍ଟ କିମ୍ବା ସୋଡିୟମ୍ କ୍ଲୋରାଇଡ କହନ୍ତି । ଓ୍ଵାଲର୍ଡ ହେଲ୍ଥ ଓର୍ଗାନାଇଜେସନର ଷ୍ଟାଣ୍ଡାର୍ଡ ମୁତାବକ ଗୋଟେ ଦିନରେ କେବଳ ୫ ଗ୍ରାମ ଲୁଣ (ପ୍ରାୟ ୨ ଗ୍ରାମ ସୋଡିୟମ୍)ର ସେବନ କରିବା ଉଚିତ । ଏହାଠାରୁ ଅଧିକ ସଲ୍ଟ୍ ଇନଟେକ ହାଇ ବ୍ଲଡ ପ୍ରେସରର କାରଣ ସାଜିପାରେ । ଯାହାପରେ ହୃଦ ରୋଗର ଆଶଙ୍କା ବଢ଼ିଯାଇଥାଏ ।
WHO ଅନୁସାରେ ଆବଶ୍ୟକରୁ ଅଧିକ ଲୁଣର ସେବନ ସାରାଦୁନିଆରେ ମୃତ୍ୟୁର କାରଣ ସାଜି ଚାଲିଛି । ଏହି ସଂଖ୍ୟା ଏହି କଥା ଆଡକୁ ଇସାରା କରୁଛି ଯେ ଅଧିକାଂଶ ଲୋକ ନିର୍ଦ୍ଧିଷ୍ଟ ପରିମାଣରୁ ଅଧିକ ମାତ୍ରାରେ ସୋଡିୟମ୍ ଇନଟେକ କରୁଛନ୍ତି । ପ୍ରାୟ ୭୫ ପ୍ରତିଶତ ଲୁଣ ପ୍ରୋସେସଡ୍ ଫୁଡ୍ ଜରିଆରେ ଆମ ଶରୀରକୁ ଯାଉଛି ।
ଲୁଣ ନେଇପାରେ ଆପଣଙ୍କ ଜୀବନ
ଅନେକ ଲୋ ଇନକମ୍ ଏବଂ ମିଡିଲ୍ ଇନକମ୍ ଦେଶରେ ଲୋକମାନେ ସଲ୍ଟ ଇନଟେକ, ଫିସ୍ ସସ୍ କିମ୍ବା ସୋୟା ସସ୍ ଜରିଆରେ କରୁଛନ୍ତି । ଯଦି ଆପଣ ଲୁଣର ସେବନ ସୀମିତ ମାତ୍ରାରେ କରିବେ ତାହେଲେ କାର୍ଡିଓଭାସକୁଲାର ଡିଜିଜ୍ ଠାରୁ ନିଜକୁ ରକ୍ଷା କରିପାରିବ। ପ୍ରତି ବର୍ଷ ପ୍ରାୟ ୨.୫ ମିଲିୟନ୍ ମୃତ୍ୟୁ ହାର୍ଟ ଆଟାକ ଏବଂ ଷ୍ଟ୍ରୋକ କାରଣରୁ ହୋଇଥାଏ । ଏହାଦ୍ୱାରା କିଡନୀ ଡିଜିଜର ଭୟ ମଧ୍ୟ ସୃଷ୍ଟି ହୋଇପାରେ ।
ଏମିତି ନୁହେଁ ଯେ ଲୁଣ ଆମ ଶରୀର ପାଇଁ କେବଳ ବିପଦଦାୟକ । ବରଂ ଏଥିରେ ଥିବା ସୋଡିୟମ୍ ଏବଂ ପୋଟାସିୟମ୍ ଉଭୟ ଜିନିଷ ରହିଛି । ଯେଉଁଥିରେ ଶରୀରରେ ପାଣିର ସ୍ତର ସଠିକ ମାତ୍ରାରେ ରହିଥାଏ । ଏହା ସାହାଯ୍ୟରେ ଶରୀରର ଅନେକ ଭାଗରେ ଅକ୍ସିଜେନ୍ ପହଁଚିପାରିଥାଏ । ଏହି ନର୍ଭସ ସିଷ୍ଟମ ଏବଂ ଭେସକୁଲାର ସିଷ୍ଟମର ଫଙ୍କସନରେ ମଧ୍ୟ ସାହାଯ୍ୟ କରିଥାଏ ।
ଏହି ଜିନିଷରେ ରହିଥାଏ ଅଧିକ ସୋଡିୟମ୍
- ପ୍ରୋସେସଡ୍ ମିଟ୍
- କ୍ୟାନଡ ମିଟ୍
- ସନସେଡ୍
- ପିଜ୍ଜା
- ହ୍ଵାଇଟ୍ ବ୍ରେଡ୍
- ସଲଟେଡ୍ ନଟ୍ସ
- କଟେଜ୍ ଚିଜ୍
- ସାଲାଡ୍ ଡ୍ରେସିଙ୍ଗ୍
- ଫ୍ରେଞ୍ଚ୍ ଫ୍ରାଇଜ୍
- ଆଳୁ ଚିପ୍ସ
- ହଟ୍ ଡଗ୍
- ଆଚାର
- ସୋୟା ସସ୍
- ଫିସ୍ ସସ୍
- ଟମାଟୋ ସସ୍
- ଫ୍ରୋଜେ୍ ସି ଫୁଡ୍