ଶରୀରର ଏହି ପଏଣ୍ଟକୁ ଦବାଇଲେ କମ୍‌ ହୁଏ ଖାଦ୍ୟ ଲାଳସା, ମିଳିଥାଏ ଏସବୁ ଲାଭ

ଶରୀରର ବିଭିନ୍ନ ପଏଣ୍ଟକୁ ଦବାଇଲେ ଅବସାଦ ଦୂର ହୁଏ ବୋଲି ତ ଆମେ ସମସ୍ତେ ଜାଣନ୍ତି। କିନ୍ତୁ କୌଣସି ପଏଣ୍ଟକୁ ଦବାଇଲେ କ୍ରାଭିଂ ବା ଖାଇବା ଜିନିଷ ପ୍ରତି ଥିବା ଲୋଭ ଦୂର ହୁଏ ବୋଲି କ’ଣ ଆପଣ ଜାଣନ୍ତି! କିଛି ଲୋକ ବୋଧେ ଏକଥା ଜାଣିନଥିବେ। କିନ୍ତୁ ଏହା ସତ। ଖାଇସାରିବା ପରେ ବି କିଛି ଲୋକଙ୍କୁ ବାରମ୍ବାର ଭୋକ ହୋଇଥାଏ। ଫଳରେ ସେମାନେ ମେଦ ବହୁଳତାର ଶିକାର ହୋଇଥାନ୍ତି। କିନ୍ତୁ ଶରୀରରେ କେତେକ ଏଭଳି ଅଙ୍ଗ ରହିଛି, ଯାହାକୁ ଦବାଇଲେ ଖାଦ୍ୟ ପ୍ରତି ଥିବା ଲାଳସା କମ୍‌ ହୁଏ। ଆସନ୍ତୁ ଜାଣିବା ସେ ବିଷୟରେ…

କହୁଣୀ:

arm
Image Credit: Navbharat

କହୁଣୀରେ ଥିବା ଏକ ପଏଣ୍ଟକୁ ଦବାଇଲେ ପେଟରେ ପାଚନ କ୍ରିୟା ଉତ୍ତେଜିତ ହୋଇଥାଏ ଓ ଶରୀରର ଅତିରିକ୍ତ ଗରମ ଦୂର ହୁଏ। ଫଳରେ ଭୋକ ହୁଏ ନାହିଁ ଓ ଖାଦ୍ୟ ପ୍ରତି ଥିବା ଲୋଭ କମେ। ଦିନକୁ ମାତ୍ର ୧ ମିନିଟ୍‌ ପାଇଁ ଏହି ପଏଣ୍ଟକୁ ଦବାନ୍ତୁ।

ଆଣ୍ଠୁ:

knee
Image Credit: Navbharat

ଏହି ପଏଣ୍ଟ ଆଣ୍ଠୁ ଠାରୁ ଦୁଇ ଇଞ୍ଚ ତଳେ ରହିଛି। ଏହି ପଏଣ୍ଟକୁ ସର୍କୁଲାର ମୋସନରେ ମସାଜ୍‌ କରନ୍ତୁ ଓ ୨ ମିନିଟ୍‌ ପାଇଁ ଦବାଇ ଧରନ୍ତୁ। ଫଳରେ ପାଚନ କ୍ରିୟାରେ ସୁଧାର ଆସିବ ଓ ରକ୍ତକୁ ପୋଷଣ ମିଳିବ।

କାନ:

ear
Image Credit: Navbharat

କାନ ପାଖର ପଏଣ୍ଟକୁ ଦବାଇଲେ ଭୋକ କମେ। ଏଥିସହ ବେକ ଓ ପିଠିରେ ହେଉଥିବା ପୀଡ଼ା ବି ଦୂର ହୁଏ।

ନାଭି ତଳ:

navi
Image Credit: Navbharat

ଏହି ପଏଣ୍ଟ ନାଭିର ଠିକ୍‌ ୨ ଇଞ୍ଚ୍‌ ତଳେ ରହିଛି। ଏହାକୁ ତର୍ଜନୀ ଓ ମଧ୍ୟମା ଆଙ୍ଗୁଳିରେ ସର୍କୁଲାର ମୋସନରେ ମାଲିସ କରନ୍ତୁ। ଏହା ଦ୍ୱାରା ପାଚନତନ୍ତ୍ର ଠିକ୍‌ ରହିବ ଓ କାର୍ଯ୍ୟଦକ୍ଷତା ବି ବଢ଼ିବ। ପ୍ରତିଦିନ କିଛି ମିନିଟ୍‌ ଏଭଳି ମସାଜ୍‌ କଲେ କୋଷ୍ଠକାଠିନ୍ୟରୁ ବି ମୁକ୍ତି ମିଳିବ।

You might also like