ଲାଇଫ୍ ଷ୍ଟାଇଲ୍

ଶୀତରେ କେଶ ଝଡ଼ିବା ସମସ୍ୟା ଅଧିକ ଦେଖାଯାଉଛି କି? ତେବେ ଆପଣାନ୍ତୁ ଏହିସବୁ ଘରୋଇ ଉପଚାର

ଶୀତ ଋତୁର ମଜା ବଡ଼ ନିଆରା । କାରଣ ସ୍ୱାଦିଷ୍ଟ ଖାଇବା ଏବଂ ଆଳସ୍ୟର ଆନନ୍ଦ ଶୀତ ଦିନେ ନିଆଯାଇଥାଏ । ଏସବୁ ମଧ୍ୟରେ ଶୀତ ଦିନେ ଥଣ୍ଡା-କାଶ ଠାରୁ ଆରମ୍ଭ କରି ତ୍ୱଚା ଏବଂ କେଶ ସମ୍ପର୍କିତ ସମସ୍ୟା ମଧ୍ୟ ଦେଖାଯାଇଥାଏ। ଏହି ଦିନରେ କେଶ ନିଜର ସୌନ୍ଦର୍ଯ୍ୟ ହରାଇଥାଏ। ଏହି କାରଣରୁ କେଶରେ ଅଧିକ ମାତ୍ରାରେ ଡିହାଇଡ୍ରେସନ୍ ହୋଇଥାଏ। ଯାହାଦ୍ୱାରା କେଶ ଝଡ଼ିବା ସମସ୍ୟା ବଢ଼ିଯାଇଥାଏ। ଆୟୁର୍ବେଦ ବିଜ୍ଞାନ ଅନୁଯାୟୀ, ଯେତେବେଳେ ଶରୀରର ମେଟାବଲିଜମ୍ ଅନିୟମିତ ହୋଇଯାଇଥାଏ ସେତେବେଳେ କେଶ ଝଡ଼ିବା ସମସ୍ୟା ଅଧିକ ବଢ଼ିଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପଚାର।

-ବିଶେଷଜ୍ଞଙ୍କ ମତରେ, କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ୫୦ ଗ୍ରାମ ଲବଙ୍ଗ ପାଉଡର, ୫୦ ଗ୍ରାମ ଡାଲଚିନି ପାଉଡର ଏବଂ ୧୫ ଗ୍ରାମ ଲଙ୍କାଗୁଣ୍ଡ ନିଅନ୍ତୁ। ୧୦୦ ମିଲିଲିଟର ନଡିଆ ତେଲ ଗରମ କରି ୩ଟି ମସଲା ଗୁଣ୍ଡକୁ ଏହି ତେଲରେ ମିଶ୍ରଣ କରନ୍ତୁ। ଏହାପରେ ମୁଣ୍ଡର ଯେଉଁ ସ୍ଥାନରୁ ଅଧିକ ମାତ୍ରାରେ କେଶ ଝଡୁଛି ସେହି ସ୍ଥାନରେ ଏହି ତେଲ ମାଲିସ କରି ଗୋଟିଏ ରାତି ରଖନ୍ତୁ। ସକାଳୁ ଉଠି ଶାମ୍ପୁ କରିଦିଅନ୍ତୁ।

– କଖାରୁ ମଞ୍ଜିକୁ ଗ୍ରାଇଣ୍ଡି କରି ଗୁଣ୍ଡ କରିଦିଅନ୍ତୁ। ଏହାପରେ ସେଥିରୁ ୧୦୦ ଗ୍ରାମ ଗୁଣ୍ଡ ନେଇ ୨୦୦ ଗ୍ରାମ ସୋରିଷ ତେଲରେ ମିଶାଇ ଗରମ କରନ୍ତୁ। ସେଥିରେ ୧୦୦ ଗ୍ରାମ ଅଳାଁ ପକାନ୍ତୁ। ପରେ ସେହି ତେଲକୁ ଥଣ୍ଡା କରି କେଶରେ ଲଗାନ୍ତୁ।

-୫୦ ମିଲିଲିଟର ନଡ଼ିଆ ତେଲ, ୫୦ ମିଲିଲିଟର ରାଶି ତେଲ ଏବଂ ୨୫ ମିଲିଲିଟର କାଷ୍ଟର ଅଏଲ୍ ନିଅନ୍ତୁ। ଏବେ ଏହିସବୁ ତେଲକୁ ୨ ରୁ ୩ ମିନିଟ୍ ପର୍ଯ୍ୟନ୍ତ ଗରମ କରନ୍ତୁ। ଏହାପରେ ସେଥିରେ ପାଖାପାଖି ୧୫ ଗ୍ରାମ ରସୁଣ ପେଷ୍ଟ ଏବଂ ୨ ଚାମଚ ଲେମ୍ବୁ ରସ ମିଶ୍ରଣ କରନ୍ତୁ। ଥଣ୍ଡା ହେବା ପରେ ଏହି ମିଶ୍ରଣ ତେଲକୁ ମୁଣ୍ଡରେ ଲଗାନ୍ତୁ। ଲଗାଇବାର ୨ ଘଣ୍ଟା ପର୍ଯ୍ୟନ୍ତ ରଖି ଶାମ୍ପୁ କରିଦିଅନ୍ତୁ। ଏହିସବୁ ଉପାୟ ଆପଣେଇବା ଦ୍ୱାରା ଆପଣ ନିଜେ ଫରକ୍ ଅନୁଭବ କରିପାରିବେ।

KNews Bureau

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

9 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

24 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

34 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

43 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

58 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago