ତ୍ବଚାରେ ଉଜ୍ବଳତା ଆଣିବା ପାଇଁ ଡାଏଟରେ ନିଶ୍ଚିତ ସାମିଲ କରନ୍ତୁ ଧନିଆ ଏବଂ ଲେମ୍ବୁ ଜୁସ୍

ସୁସ୍ଥ ତ୍ବଚା ପାଇଁ ସୁସ୍ଥ ଆହାର ନିତାନ୍ତ ଜରୁରୀ। ଯଦି ଆପଣ ଏପରି ନ କରନ୍ତି, ତେବେ ଆପଣଙ୍କ ତ୍ବଚା ରୁକ୍ଷ ଏବଂ ଶୁଷ୍କ ଦେଖାଯାଏ। ଖାଦ୍ଯ ସହିତ ବ୍ଯାୟାମ ଆଉ ସଠିକ୍ ସମୟରେ ଖାଇବା ଆପଣଙ୍କ ତ୍ବଚାକୁ ଅନେକ ଫାଇଦା ଦେଇଥାଏ। ତେଣୁ ତ୍ବଚାରେ ଉଜ୍ବଳତା ପାଇବା ପାଇଁ ଧନିଆ ଓ ଲେମ୍ବୁ ଜୁସ୍ ପିଇ ପାରିବେ।

ଧନିଆ ଲେମ୍ବୁ ଜୁସ ଏକ ଏର୍ନଜେଟିକ ଗ୍ରୀନ ଜୁସ୍। ଏଥିରେ ଆଣ୍ଟି ଇମ୍ଫ୍ଲାମେଣ୍ଟାରୀ ଗୁଣ ଭରପୂର ମାତ୍ରାରେ ରହିଛି। ଏହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ। ଯାହା ଫ୍ରି ରାଡିକଲ୍ସ ସହିତ ଲଢିବାରେ ସହାୟକ ହୋଇଥାଏ।

ଫ୍ରି ରାଡିକିଲ୍ସ ଗତିବିଧି ଏକ ବିପଦପୂର୍ଣ୍ଣ ପ୍ରତିକ୍ରିୟା। ଯାହା ଆମ ଶରୀରରେ ଅତ୍ଯାଧିକ ଅକ୍ସିଡେଟିଭ ଷ୍ଟ୍ରେସ ରହିଥାଏ। ଏହା ଦ୍ବାରା ତ୍ବଚାରେ ବୟସ ବଢିବା ଭଳି ଦେଖାଯାଏ। ଏହା ଆପଣଙ୍କ ତ୍ବଚାକୁ ସୁସ୍ଥ ଏବଂ ରିଙ୍କଲ୍ସ ସ୍ଷ୍ଟି କରିଥାଏ।

ଗ୍ରୀନ ଜୁସ ଓଜନ କମ୍ କରିବା ଏବଂ ଡିଟକ୍ସ କରିବା ପାଇଁ ବେଶ ଉପକାରୀ। ଏହା ଆପଣଙ୍କ ସିଷ୍ଟମକୁ ଭଲଭାବେ ସଫଳ କରିଥାଏ। ଏହା ପ୍ରଦୂଷଣ ସହିତ ଲଢିବା ଏବଂ ଜଙ୍କ ଫୁଡ ଖାଇବାରୁ ରୋକିବା ଏବଂ ଶରୀରକୁ ଡିଟକ୍ସ କରିଥାଏ।

ଏଥିରେ କମ୍ କ୍ଯାଲୋରୀ ହେବା କାରଣରୁ ଓଜନ କମ୍ କରିବାରେ ସହାୟକ ହୋଇଥାଏ। ଏହି ଜୁସ୍ ପ୍ରସ୍ତୁତ କରିବା ପାଇଁ ଏକ ଚାମଚ ଧନିଆ ପତ୍ର ପେଷ୍ଟ ଏବଂ ଏକ ଚାମଚ ଲେମ୍ବୁ ରସରେ ଆବଶ୍ଯକତା ଅନୁସାର ପାଣି ଦେଇ ପିଇପାରିବେ। ଆପଣ ଚାହିଁଲେ ଏଥିରେ ଚାଟ୍ ମସଲା ବ୍ଯବହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.