ହଜମ ଜନିତ ସମସ୍ୟା ଥିଲେ ଡାଏଟରେ ସାମିଲ କରନ୍ତୁ ମାତ୍ର କେତୋଟି ପାଚିଲା ପଣସ

ଗ୍ରୀଷ୍ମଋତୁରେ ମିଳୁଥିବା ଫଳ ଭିତରୁ ଗୋଟିଏ ହେଉଛି ପାଚିଲା ପଣସ । ଏଥିରେ ଭରପୁର ପରିମାଣରେ ଫାଇବର ରହିଛି । ଆପଣଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଏହା ନିହାତି ଆବଶ୍ୟକ । ଏହା ବ୍ୟତୀତ ପାଚିଲା ପଣସରେ ପ୍ରଚୁର ପରିମାଣରେ ପ୍ରୋଟିନ ବି ରହିଛି । ଏଥିରେ ଥିବା ପୋଟାସିୟମ ହୃଦରୋଗ ଜନିତ ସମସ୍ୟା ମନଙ୍କୁ ଦୁରେଇ ରଖିଥାଏ । ଆମ ଲିଭର ପାଇଁ ବି ପାଚିଲା ପଣସ ବେଶ ଉପକାରୀ । ତେବେ ଆସନ୍ତୁ ଜାଣିବା ପାଚିଲା ପଣସ ଖାଇବା ଦ୍ୱାରା ଆମ ଶରୀର ଉପରେ କଣ କଣ ପ୍ରଭାବ ପଡିଥାଏ ।

ଖାଲି ପଣସ କାହିଁକି ଏହାର ପତ୍ର ବି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟୀ । ଯେଉଁମାନଙ୍କ ମୁହଁରେ ଛାଲ ପଡ଼ିଯାଏ ସେମାନେ ପଣସ ପତ୍ରକୁ ଚୋବାଇ ଖାଇବା ଉଚିତ । ଏହାଦ୍ୱାରା ମୁହାଣରେ ପଡୁଥିବା ଛାଲ ବି ଭଲ ହୋଇଥାଏ ।

ପାଚନ ମଜବୁତ ହୁଏ:

ଗ୍ରୀଷ୍ମ ଋତୁରେ ଯଦି ଆପଣ ଖାଉଥିବା ଖାଦ୍ୟ ଠିକ ଭାବରେ ହଜମ ହୁଏ ନାହିଁ ତେବେ ନିଜ ଡାଏଟରେ କିଛି ପଣସ ସାମିଲ କରନ୍ତୁ । ଏହା ପାଚନ ଜନିତ ସମସ୍ୟା ଦୂର କରି ଆପଣଙ୍କ ଓଜନ ମଧ୍ୟ କମ କରିବ ।

ଇମ୍ୟୁନିଟି ଷ୍ଟ୍ରଙ୍ଗ ହେବ:

ପାଚିଲା ପଣସରେ ପ୍ରଚୁର ମାତ୍ରାରେ ଭିଟାମିନ ସି ରହିଥାଏ । ଏହା ଶରୀରରେ ଏକ ଆଣ୍ଟି ଆକ୍ସିଡେଣ୍ଟ ପରି କାମ କରେ । ଏହା ଖାଇବା ଫଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଏହା ଶରୀର ପାଇଁ ଇମ୍ୟୁନିଟି ବୁଷ୍ଟର ପରି କାମ କରେ ।

jackfruit

ସୁସ୍ଥ ରହେ ଲିଭର:

ପାଚିଲା ପଣସ ଖାଇବା ଫଳରେ ଆପଣଙ୍କ ଲିଭର ବି ସୁସ୍ଥ ରୁହେ । ଏଥିରେ ଥିବା ରାଇବୋଫ୍ଲାବିନ, ଜିଙ୍କ, କପର, ନାଇସିନ ପରି ତତ୍ତ୍ୱ ଲିଭର ମଜବୁତ କରିବାରେ ସାହାଯ୍ୟ କରେ ।

ସୁସ୍ଥ ରୁହେ ହାର୍ଟ:

ପାଚିଲା ପଣସ ଆମ ହାର୍ଟ ପାଇଁ ବି ଲାଭକାରୀ । ଏଥିରେ ଥିବା ପୋଟାସିୟମ ବ୍ଲଡ଼ ପ୍ରେସର କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ ।

ଓଜନ କମ କରେ:

ପାଚିଲା ପଣସରେ ଆଣ୍ଟି ଇନ୍ଫ୍ଲଏମଟୋରି ଗୁଣ ମିଳିଥାଏ । ଯାହାକି ଶରୀରରେ ବଢୁଥିବା ମୋଟାପଣକୁ କମ କରେ । ଏହା ଛଡା ଏହାକୁ ରେସବେରାଷ୍ଟ୍ରଲ ନାମକ ଏକ ଆଣ୍ଟି ଆକ୍ସିଡେଣ୍ଟ ବି ପ୍ରଚୁର ପରିମାଣରେ ମିଳିଥାଏ । ଯାହାକି ରକ୍ତ ସଂଚାଳନ କୁ କଣ୍ଟ୍ରୋଲ କରିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.