ନିଜ ଗାଧୋଇବା ପାଣିରେ ମିଶାନ୍ତୁ ଏହି ୫ଟି ଜିନିଷ, ଷ୍ଟାରଙ୍କ ପରି ଚମକିବ ତ୍ୱଚା

କିଛି ଜଣ ଗାଧୋଇ ସାରିବା ପରେ ବି ତ୍ୱଚା ଜଳାପୋଡ଼ା, କୁଣ୍ଡେଇ ହେବା ସମସ୍ୟାର ସାମ୍ନା କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କେତେକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ , ଯେଉଁ ଗୁଡିକୁ ପାଣିରେ ମିଶାଇ ସ୍ନାନ କଲେ ତ୍ୱଚାରେ ଚମକ ଆସିବା ସହ ବିଭିନ୍ନ ତ୍ୱଚା ଜନିତ ସମସ୍ୟାରୁ ବି ମୁକ୍ତି ମିଳିପାରିବ ।

ଶରୀରକୁ ସଫା ଓ ଫ୍ରେସ ରଖିବା ପାଇଁ ପ୍ରତିଦିନ ଗାଧୋଇବା ନିହାତି ଜରୁରୀ ହୋଇଥାଏ । ଏହା ଦ୍ୱାରା ଶରୀରରେ ଜମି ରହିଥିବା ଧୂଳି ମଳି ବାହାରିବା ସହ ଥକ୍କା ପଣ ମଧ୍ୟ ଦୂରେଇ ଯାଏ । କିନ୍ତୁ କିଛି ଜଣ ଗାଧୋଇ ସାରିବା ପରେ ବି ତ୍ୱଚା ଜଳାପୋଡ଼ା, କୁଣ୍ଡେଇ ହେବା ସମସ୍ୟାର ସାମ୍ନା କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କେତେକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ , ଯେଉଁ ଗୁଡିକୁ ପାଣିରେ ମିଶାଇ ସ୍ନାନ କଲେ ତ୍ୱଚାରେ ଚମକ ଆସିବା ସହ ବିଭିନ୍ନ ତ୍ୱଚା ଜନିତ ସମସ୍ୟାରୁ ବି ମୁକ୍ତି ମିଳିପାରିବ ।

ଫିଟକାରୀ ଓ ସୈନ୍ଧର୍ବ ଲବଣ:

ଗାଧୁଆ ପାଣିରେ ଗୋଟେ ଚାମଚ ଫିଟକାରୀ ଓ ସୈନ୍ଧର୍ବ ଲବଣ ମିଶାନ୍ତୁ । ଏହା ଦ୍ୱାରା ଶରୀରରେ ରକ୍ତ ପ୍ରବାହ ଠିକ ଭାବରେ ହୋଇପାରେ । ଶରୀରର ଥକ୍କା ପଣ ମଧ୍ୟ ଦୂରେଇ ଯାଏ । ଦୀର୍ଘ ଦିନର ମାଂସପେଶୀ ଦରଜ ବି ଗାଏବ ହୁଏ ।

ବେକିଙ୍ଗ ସୋଡ଼ା:

ପାଣିରେ ୪ ରୁ ୫ ଚାମଚ ବେକିଙ୍ଗ ସୋଡ଼ା ମିଶାଇ ଗାଧୋଇବା ଦ୍ୱାରା ଶରୀରରେ ମହଜୂତ ଥିବା ବିଷାକ୍ତ ପଦାର୍ଥ ଗୁଡିକ ସହଜରେ ବାହାରି ଯାଇଥାଏ ।

Is It Safe to Use Baking Soda during Pregnancy?

ଗୋଲାପ ଜଳ:

ସ୍କିନ କେୟାର ଟ୍ରିଟମେଣ୍ଟ ପାଇଁ ଗୋଲାପ ଜଳକୁ ସର୍ବୋତ୍ତମ ଧରାଯାଏ । ୩ ରୁ ୪ ଚାମଚ ଗୋଲାପ ଜଳକୁ ପାଣିରେ ମିଶାଇ ପ୍ରତିଦିନ ସ୍ନାନ କଲେ ତ୍ୱଚାରେ ଚମକ ଆସିବା ସହ ଝାଳଗନ୍ଧ ମଧ୍ୟ ଦୂର ହୁଏ ।

Benefits of glycerine–rose water mixture and how to use it

ଗ୍ରୀନ -ଟି:

ଆଣ୍ଟି – ଅକ୍ସିଡେଣ୍ଟ , ଆଣ୍ଟି ଏଜିଙ୍ଗ ଗୁଣରେ ଭରପୂର ଗ୍ରୀନ-ଟି ସ୍ୱାସ୍ଥ୍ୟ ସହ ସୁନ୍ଦର ତ୍ୱଚା ପାଇଁ ବି ଖୁବ ଲାଭଦାୟୀ ହୋଇଥାଏ । ସ୍ନାନର ୧୫ ରୁ ୨୦ ମିନିଟ ଆଗରୁ ପାଣିରେ ୪ ରୁ ୫ ଟି ଗ୍ରୀନ -ଟି ବ୍ୟାଗ ପକେଇ ଦିଅନ୍ତୁ । ଏହା ପରେ ସେହି ପାଣିରେ ଗାଧାନ୍ତୁ । ଏହି ପାଣି ଆପଣଙ୍କ ସ୍କିଂନ ପାଇଁ ଆଣ୍ଟି ଏଜିଙ୍ଗ ଓ କ୍ଲିଞ୍ଜର ପରି କାମ କରିଥାଏ ।

Design moment: Tea bag, 1901

 

ନିମ୍ବ ପତ୍ର:

ଆଣ୍ଟି – ବ୍ୟାକ୍ଟେରିଆଲ, ଆଣ୍ଟି -ଭାଇରାଲ ଗୁଣରେ ଭରପୁର ନିମ୍ବ ପାଣିରେ ସ୍ନାନ କଲେ ସ୍କିନ ସହ ଜଡିତ ସମସ୍ୟା ଦୂର ହେବା ସହ ବ୍ରଣ, ଦାଗ ଆଦି ମଧ୍ୟ ଦୂର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.