ୟୁରିନ ଇନଫେକ୍ସନ ସମସ୍ୟା ଥିଲେ ନିଜ ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

ୟୁରିନ ଇନଫେକ୍ସନ ଆଜିକାଲି ଲୋକଙ୍କ ଠାରେ ଏକ ସାଧାରଣ ସମସ୍ୟା ପାଲଟିଛି । ଯଦିବା ଉଭୟ ପୁରୁଷ ଏବଂ ମହିଳାଙ୍କ ଠାରେ ଏହି ସମସ୍ୟା ଦେଖାଦେଉଥିବା ବେଳେ ମହିଳାମାନେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହୁଅନ୍ତି । ମୂତ୍ରାଶୟ ନଳୀରେ ସଂକ୍ରମଣ କାରଣରୁ ହିଁ ଏହି ସମସ୍ୟା ଦେଖାଦିଏ । ଆଉ ଏହା କାରଣରୁ ବ୍ଲେଡର ସଂକୁଚିତ ହୋଇଯାଏ । ଏମିତି ହେଲେ ପରିଶ୍ରା କରିବା ସମୟରେ ଜଳାପୋଡ଼ା, ଦରଜ, ରକ୍ତ ପଡିବା ପରି ସମସ୍ୟା ଦେଖାଦିଏ । ଏଥିରୁ ମୁକ୍ତି ପାଇବା ପାଇଁ ଔଷଧ ସେବନ କରିବା ସହିତ ନିଜ ପ୍ରତିଦିନର ଡାଏଟ ଉପରେ ବି ଧ୍ୟାନ ଦେବା ଉଚିତ । ତେବେ ଆସନ୍ତୁ ଆଜି ସେଉପରେ ଏକ ନଜର ପକାଇବା ।

ୟୁରିନ ଇନଫେକ୍ସନ ହେବାର କାରଣ:

– ଆବଶ୍ୟକ ମାତ୍ରାରେ ପାଣି ନ ପିଇବା

– ଖାଦ୍ୟରେ ଅଧିକ ଲୁଣ ଖାଇବା

– ଦୀର୍ଘ ସମୟ ପର୍ଯ୍ୟନ୍ତ ପରିସ୍ରାକୁ ଚାପି ରଖିବା

– ଖରାରେ ଅଧିକ ସମୟ ରହିବା

– ମସଲାଯୁକ୍ତ ତଥା ତେଲ ମସଲା ଜାତୀୟ ଖାଦ୍ୟ ଅଧିକ ଖାଇବା

କେମିତି ପାଇବେ ମୁକ୍ତି:

ନଡ଼ିଆ ପାଣି:

ନଡ଼ିଆ ପାଣିରେ ଭିଟାମିନ, କ୍ୟାଲସିୟମ, ଆଇରନ, ଆଣ୍ଟି- ଅକ୍ସିଡେଣ୍ଟ, ଆଣ୍ଟି ବ୍ୟାକ୍ଟେରିୟଲ ଭଳି ଗୁଣ ଭରପୁର ପରିମାଣରେ ଥାଏ । ଏହାକୁ ପିଇବା ଦ୍ୱାରା ଶରୀର ହାଇଡ୍ରେଟ ରହିଥାଏ । ପେଟରେ ହେଉଥିବା ଜ୍ଵଳନରୁ ବି ମୁକ୍ତି ମିଳିଥାଏ ।

Wonder drink: Benefits of adding coconut water to your diet

p.c- Asianet Newsable

ଅଁଳା:

ଭିଟାମିନ-ସିରେ ଭରପୁର ଅଁଳା ଖାଇବା ଦ୍ୱାରା ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ । ୟୁରିନ ଇନଫେକ୍ସନ ପରି ସମସ୍ୟା ଭୋଗ କରୁଥିବା ରୋଗୀଙ୍କ ପାଇଁ ବି ଏହା ବେଶ ଲାଭଦାୟୀ ।

ଗୁଜୁରାତି:

ପ୍ରଥମେ 5 ରୁ 6ଟି ଗୁଜୁରାତିକୁ ଭଲ ଭାବରେ ପେଷି ଏହାର ଏକ ପାଉଡର ବନାଇ ଦିଅନ୍ତୁ । ଏବେ ସେଥିରେ ଅଧା ଚାମଚ ଶୁଣ୍ଠୀ, ଗୋଟେ ଚାମଚ ଡାଳିମ୍ବ ରସ, ଗୋଟେ ଚୁଟକୀ ସୈନ୍ଧର୍ବ ଲଵଣ ମିଶେଇ ଗୋଟେ ଗ୍ଲାସ ନଖ ଉଷୁମ ପାଣି ସହ ସେବନ କରନ୍ତୁ । ତୁରନ୍ତ ଆରାମ ମିଳିବ ।

ଦହି:

ଏମିତିରେ ଶରୀର ପାଇଁ ଦହିର ଅନେକ ଉପାଦେୟତା ରହିଛି । ଆଉ ଏହା ବ୍ୟତୀତ ଏହାକୁ ନିୟମିତ ଭାବରେ ଦ୍ବିପହର ବେଳା ସେବନ କଲେ ଶକ୍ତି ମିଳିବା ସହିତ ପରିସ୍ରା ଜନିତ ସମସ୍ୟା ବି ଦୂର ହୁଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.