ଲାଇଫ୍ ଷ୍ଟାଇଲ୍

ଅଣ୍ଟା ଯନ୍ତ୍ରଣା ସମସ୍ଯା ଦୂର କରିବା ପାଇଁ ଏହିସବୁ ଜିନିଷକୁ ଡାଏଟ୍ ରେ କରନ୍ତୁ ସାମିଲ, ତୁରନ୍ତ ମିଳିବ ଆରାମ

ଅଣ୍ଟା ଯନ୍ତ୍ରଣା ସମସ୍ଯା କୌଣସି ସମୟରେ କାହାକୁ ବି ହୋଇପାରେ। ଅଣ୍ଟାରେ ଯନ୍ତ୍ରଣା ହେବା କାରଣରୁ ଉଠିବା, ବସିବା ଏବଂ ଶୋଇବାରେ ମଧ୍ଯ ସମସ୍ଯାର ସାମ୍ନା କରିବାକୁ ପଡିଥାଏ। ଏହି କାରଣରୁ କେବେ କେବେ ଅସହ୍ଯ ଯନ୍ତ୍ରଣା ମଧ୍ଯ ହୋଇଥାଏ। ଅଣ୍ଟା ବିନ୍ଧା ସମସ୍ଯା ଅନେକ କାରଣରୁ ହୋଇପାରେ। ଯେପରି ଓଜନ ଜିନିଷ ଉଠାଇବା ଏବଂ ଅଧିକ ସମୟ ପର୍ଯ୍ଯନ୍ତ ବସି କାମ କରିବା। ଏନେଇ ଆଜି ଆମେ ଆପଣଙ୍କୁ ଅଣ୍ଟା ଯନ୍ତ୍ରଣା ଦୂର କରିବା ପାଇଁ କିଛି ଘରୋଇ ଉପାୟ ବିଷୟରେ କହିବୁ, ଯାହାକୁ ଆପଣାଇବା ଦ୍ବାରା ଆପଣ ଏହି ସମସ୍ଯାରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଜାଣିବା ଅଣ୍ଟା ଯନ୍ତ୍ରଣା ସମସ୍ଯାରୁ ମୁକ୍ତି ପାଇବା ପାଇଁ ଡାଏଟ୍ ରେ କେଉଁ ଜିନିଷ ସାମିଲ କରିବା ଉଚିତ।

-ଅଦାରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଥାଏ। ଏହିକାରଣରୁ ଅଣ୍ଟାରେ ଯନ୍ତ୍ରଣା ଭୋଗୁଥିବା ଲୋକମାନେ ଖାଦ୍ଯରେ ନିଶ୍ଚିନ୍ତ ରୂପେ ଅଦା ସାମିଲ କରିବା ଉଚିତ। ଏଥିପାଇଁ ଆପଣ ଅଦାରେ କାଢା ପ୍ରସ୍ତୁତ କରି ସେବନ କରିବା ଉଚିତ। ଏହା ସ୍ବାସ୍ଥ୍ଯ ପାଇଁ ଅତ୍ଯନ୍ତ ଲାଭକାରୀ ହୋଇଥାଏ।

-ଅଣ୍ଟା ଯନ୍ତ୍ରଣା ଥିବା ବ୍ଯକ୍ତିମାନେ ଖାଦ୍ଯରେ ସୈନ୍ଧବ ଲବଣ ସାମିଲ କରିବା ଉଚିତ। ସୈନ୍ଧବ ଲବଣ ସ୍ବାସ୍ଥ୍ଯ ପାଇଁ ଲାଭକାରୀ ହୋଇଥାଏ। ଅଣ୍ଟା ଯନ୍ତ୍ରଣା ସମସ୍ଯା ଭୋଗୁଥିବା ବ୍ଯକ୍ତିମାନେ ପାଣିରେ ସୈନ୍ଧବ ଲବଣ ପକାଇ ସେକ ମଧ୍ଯ ନେଇପାରିବେ। ଏପରି କରିବା ଦ୍ବାରା ତୁରନ୍ତ ଆରାମ ମିଳିଥାଏ।

-ଏକ ଗ୍ଲାସ କ୍ଷୀରରେ ଏକ ଚାମଚ ମେଥି ପାଉଡର ଏବଂ ଏକ ଚାମଚ ମହୁ ମିଶାଇ ସେବନ କରିବା ଉଚିତ। ଏହି ମିଶ୍ରଣକୁ ସେବନ କରିବା ଦ୍ବାରା ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

-ହଳଦୀ ସ୍ବାସ୍ଥ୍ଯ ପାଇଁ ରାମବାଣ ସଦୃଶ୍ୟ। ଅଣ୍ଟା ଯନ୍ତ୍ରଣା ଭୋଗୁଥିବା ଲୋକମାନେ ହଳଦୀ କ୍ଷୀର ପିଇବା ଉଚିତ। କାରଣ ଏହା ସ୍ବାସ୍ଥ୍ଯ ପାଇଁ ଅତ୍ଯନ୍ତ ଲାଭକାରୀ ହୋଇଥାଏ।

KNews Bureau

Recent Posts

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

5 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

18 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

21 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

41 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago