ଆପଣଙ୍କ ସ୍କିନକୁ ଦୀର୍ଘ ଦିନ ସତେଜ ଆଉ ଚମକଦାର ରଖିବ ଏହି ସବୁ ଫଳ

ତ୍ୱଚାକୁ ଚମକ ରଖିବା ପାଇଁ ସମସ୍ତେ ଚାହାନ୍ତି । ଯେମିତି ସବୁଦିନ ପାଇଁ ଏହା ଯବାନ ରହିବ ସେନେଇ ଖୁବ ଚେଷ୍ଟା ବି କରିଥାନ୍ତି । ଦାମୀ ଦାମୀ ପ୍ରଡକ୍ଟ କିଣି ବ୍ୟବହାର କରିବା ଠାରୁ ଆରମ୍ଭ କରି ଖାଦ୍ୟପେୟ ପର୍ଯ୍ୟନ୍ତ ସବୁଥିକୁ ଖୁବ ସଚେତନ ଥାନ୍ତି ଅଧିକାଂଶ ମହିଳା । ଡାକ୍ତରଙ୍କ ଅନୁଯାୟୀ ଭିଟାମିନ-ସି ତ୍ୱଚା ପାଇଁ ବେଶ ଉପାଦେୟ । ନିୟମିତ ଓ ସଠିକ ପରିମାଣରେ ଖାଇଲେ ସ୍କିନର ଚମକ ଦୀର୍ଘ ଦିନ ଯାଏଁ ରହିଥାଏ । ତେବେ ଆସନ୍ତୁ କେଉଁ କେଉଁ ଫଳ ଖାଇବେ ସେବାବଦରେ ଜାଣି ରଖନ୍ତୁ ।

ଲେମ୍ବୁ:

ଲେମ୍ବୁ ଖାଇବା ତ୍ୱଚା ପାଇଁ ଖୁବ ଲାଭଦାୟୀ ହୋଇଥାଏ । ଏଥିରେ ଥିବା ସାଇଟ୍ରିକ ଏସିଡ ଚମକ ଆଣିଥାଏ । ଏହାବାଦ ତ୍ୱଚାରୁ ଦାଗ ଆଦି ଚିହ୍ନ ହଟାଇବା ପାଇଁ ଏହା ଲାଭଦାୟୀ ।

fruit

ଟମାଟୋ:

ଟମାଟୋରେ ଲାଇକୋପୀନ ନାମକ ଏକ ଆଣ୍ଟି ଆକ୍ସିଡେଣ୍ଟ ଭରପୁର ପରିମାଣରେ ଅଛି । ଯାହା ତ୍ୱଚା ପାଇଁ ଏକ ସୁରକ୍ଷା କବଚ ପରି କାମ କରିଥାଏ | ନିୟମିତ ଖାଇଲେ ସବୁ ପ୍ରକାର ତ୍ୱଚା ସମସ୍ୟା ଦୂର ହୋଇଥାଏ ।

ଭଣ୍ଡା:

ଭଣ୍ଡା ଖାଇବା ଦ୍ୱାରା ପେଟ ପରିସ୍କାର ହେବା ସହ ସ୍କିଂନରେ ବି ଅଦ୍ଭୁତ ଚମକ ଆଣିଥାଏ । ଏହା ସହ ବିଭିନ୍ନ ପ୍ରକାର ପ୍ରଦୂଷଣରୁ ସୁରକ୍ଷା ଦେଇଥାଏ ।

fruit

କମଳା:

ଏଥିପାଇଁ କମଳା ବି ଏକ ଉପାଦେୟ ଫଳ । ଡାଏଟରେ ଏହାକୁ ସାମିଲ କରିବା ଉଚିତ । ପ୍ରତିଦିନ କମଳା ଖାଇଲେ ବି ଶରୀର ଉପରେ ସୁପ୍ରଭାବ ପଡିଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.