କ୍ୟାନ୍ସର ଠାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ନିଜ ଖାଦ୍ୟପେୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

କ୍ୟାନ୍ସର ନାଁ ଶୁଣିଲେ ଆମ ମନରେ ଏକ ଛନକା ପଶେ । ସାଧାରଣ ଲୋକେ ଯେମିତି ଏହାକୁ ନେଇ ସତର୍କ ହେବେ, ଆଉ ଏହା ଠାରୁ ରକ୍ଷା ପାଇବା ନେଇ ଜୀବନ ଶୈଳୀରେ ବିଭିନ୍ନ ତରିକା ଆପଣେଇବେ ସେଥିପାଇଁ ପ୍ରତିବର୍ଷ ଫେବୃଆରୀ ମାସ ୪ ତାରିଖକୁ ” ବିଶ୍ୱ କ୍ୟାନ୍ସର ଡ଼େ” ଭାବେ ପାଳନ କରାଯାଇ ଆସୁଛି । ୧୯୩୩ ପରଠାରୁ ଏହି ପ୍ରଥା ଚାଲି ଆସିଛି । ବିଶେଷଜ୍ଞଙ୍କ ଅନୁଯାୟୀ କ୍ୟାନ୍ସରକୁ ପରି ଏକ ମାରାତ୍ମକ ରୋଗକୁ ମାତ ଦେବାକୁ ହେଲେ ନିଜ ଖାଦ୍ୟପେୟ, ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡିବ । ଆମେ କଣ ଖାଉଛେ କଣ ନ ଖାଉଛେ ସେ ପ୍ରତି ଧ୍ୟାନ ଦେବାକୁ ହେବ । ତେବେ ଆସନ୍ତୁ ଆଜି ଏମିତି କିଛି ଖାଦ୍ୟପେୟ ବିଷୟରେ ଜାଣିବା ଯାହା କ୍ୟାନ୍ସର ସହ ଲଢ଼ିବାରେ ଆମକୁ ସାହାଯ୍ୟ କରିବ ।

healthy diet

କ୍ୟାନ୍ସର ଠାରୁ ଦୁରେଇ ରହିବାକୁ ହେଲେ ଫୋଲେଟ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଫୋଲେଟ ଏକ ଜରୁରୀ ମହତ୍ତ୍ୱପୂର୍ଣ୍ଣ ଭିଟାମିନ- ବି । ଯାହା ରେକଟଲ, କୋଲନ, ବ୍ରେଷ୍ଟ କ୍ୟାନ୍ସର ସହ ଲଢ଼ିପାରେ । ନିଜ ସକାଳ ଜଳଖିଆରେ କମଳା, ଷ୍ଟ୍ରବେରି, ଅଣ୍ଡା, ବିନ୍ସ, ତରଭୁଜ ଆଦି ସେବନ କରିବା ଉଚିତ | କାରଣ ଏସବୁଥିରୁ ଭରପୁର ମାତ୍ରାରେ ଫୋଲେଟ ମିଳିଥାଏ । ଭାରତୀୟ ମାନଙ୍କ ଚାହା ପ୍ରତି ଏକ ବିଶେଷ ଦୁର୍ବଳତା ରହିଆସିଛି । ଘରକୁ ଅତିଥି ଆସିଲେ ତାଙ୍କୁ ପ୍ରଥମେ ଚାହା ଦିଆଯାଇ ସ୍ୱାଗତ କରାଯାଏ । କିନ୍ତୁ କ୍ଷୀର ଚାହା ବଦଳରେ ଗ୍ରୀନ ଟି ପିଇଲେ ଅଧିକ ଲାଭ ମିଳେ । ଏହା ବ୍ୟତୀତ ଲିଭର, ସ୍ତନ, ପ୍ରୋଟେଷ୍ଟ କ୍ୟାନ୍ସର ଠାରୁ ରକ୍ଷା ପାଇବା ପାଇଁ ଗ୍ରୀନ ଟି ନିୟମିତ ପିଅନ୍ତୁ । ଫୁସଫୁସ କୋଷିକା, ତ୍ୱଚା ପାଇଁ ବି ଏହା ଲାଭଦାୟୀ ହୋଇଥାଏ ।

କ୍ୟାନ୍ସର ପରି ରୋଗ ପାଇଁ ଅଙ୍ଗୁର ଖୁବ ଫଳପ୍ରଦ |ଅଙ୍ଗୁର ରସରେ ରେସବେରାଟ୍ରଲ ପରି ତତ୍ତ୍ୱ ମିଳିଥାଏ । ଆଉ ରେସବେରାଟ୍ରଲରେ ଥିବା ଆଣ୍ଟିଆକ୍ସିଡେଣ୍ଟ ଓ ଆଣ୍ଟିଈଂପ୍ଲମେଟ୍ରି ତତ୍ତ୍ୱ କ୍ୟାନ୍ସର ସହ ମୁକାବିଲା କରେ । ପାଣି ଯେ କେବଳ ଶୋଷ ମେଂଟେଇବା କାମ କରେ ତାହା ନୁହେଁ । ବ୍ଲେଡର କ୍ୟାନ୍ସର ଠାରୁ ଏହା ମୁକ୍ତି ଦେଇପାରେ । ଅଧିକ ପାଣି ପିଇଲେ ଆମେ ଅଧିକ ଥର ପରିସ୍ରା କରିବାକୁ ଯାଇଥାଉ । ଏହା ବ୍ୟତୀତ ଟମାଟୋରେ ଥିବା ଲାଇକୋପିନ ପ୍ରୋଟେଷ୍ଟ ପରି କ୍ୟାନ୍ସର ଠାରୁ ମୁକ୍ତି ଦେଇଥାଏ । ତେଣୁ ନିଜ ଭୋଜନରେ ଭରପୁର ଟମାଟୋ ଖାଇବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.