୩୦ ପରେ ମହିଳାଙ୍କୁ କିଡନୀ ରୋଗର ସମସ୍ୟା ଅଧିକ, ଜାଣନ୍ତୁ କଣ ରହିଛି କାରଣ

୩୦ ବର୍ଷ ପରେ ଅଧିକାଂଶ ମହିଳା କିଡନୀ ସମ୍ବନ୍ଧିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କିଡନୀ ସହ ଜଡ଼ିତ ସମସ୍ୟା ମହିଳାଙ୍କ ସମସ୍ତ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ଶରୀରରେ କୌଣସି ପ୍ରକାର ପରିବର୍ତ୍ତନ ହେଲେ ଆପଣ ଡାକ୍ତରଙ୍କୁ ଦେଖାଇବା ଆବଶ୍ୟକ । ଏହା ଦ୍ୱାରା ଆପଣ ସୁରକ୍ଷିତ ରହି ପାରିବେ ।

(କେନ୍ୟୁଜ ବ୍ୟୁରୋ): କିଡନୀ ରୋଗ ସହିତ ଜଡ଼ିତ ସମସ୍ୟା କୌଣସି ମଣିଷର ଯେକୌଣସି ସମୟରେ ଦେଖାଯାଇପାରେ । କିନ୍ତୁ ମହିଳାମାନେ ଏହି ସମସ୍ୟାରେ ଅଧିକ ପ୍ରଭାବିତ ହୋଇଥାନ୍ତି । ୩୦ ବର୍ଷ ପରେ ଅଧିକାଂଶ ମହିଳା କିଡନୀ ସମ୍ବନ୍ଧିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କିଡନୀ ସହ ଜଡ଼ିତ ସମସ୍ୟା ମହିଳାଙ୍କ ସମସ୍ତ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ଏହାର କାରଣ କଣ ରହିଛି ।

ମହିଳାଙ୍କ ସମ୍ପୂର୍ଣ୍ଣ ଜୀବନରେ ଭିନ୍ନ ଭିନ୍ନ ପ୍ରକାର ହର୍ମୋନାଲ ପରିବର୍ତ୍ତନ ହୋଇଥାଏ । ଏହି ହର୍ମୋନାଲ ପରିବର୍ତ୍ତନ ୩୦ ବର୍ଷ ପୂର୍ବରୁ କିମ୍ବା ଏହା ପରେ ହୋଇଥାଏ । ହରମୋନ ସ୍ତରରେ ପରିବର୍ତ୍ତନ (ବିଶେଷ ଭାବେ ଏଷ୍ଟ୍ରୋଜନ) କିଡନୀ କାର୍ଯ୍ୟକୁ ପ୍ରଭାବିତ କରିଥାଏ । ଏଷ୍ଟ୍ରୋଜନ ରକ୍ତ ବାହକକୁ ସୁସ୍ଥ ରଖିବାରେ ଏବଂ କିଡନୀରେ ରକ୍ତ ପ୍ରବାହକୁ ଠିକ ରଖିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଷ୍ଟ୍ରୋଜନ ସ୍ତର ସନ୍ତୁଳିତ ନହେବା ଦ୍ୱାରା କିଡନୀରେ ରୋଗ ବଢିବାର ସମ୍ଭାବନା ଅଧିକ ଥାଏ । କିଡନୀ ଇନଫେକ୍ସନ, ସିସ୍ଟ ଏବଂ ପଥର ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ମହିଳା ।

ଏକ ରୁ ଅଧିକ ପିଲା ଜନ୍ମ କରିଥିବା ମହିଳା ନିଜ ଜୀବନକାଳରେ କେବେ ନା କେବେ କିଡନୀ ଜନିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏଥି ପାଇଁ ମହିଳାଙ୍କୁ ଡେଲିଭରି ପରେ ନିଜ କିଡନୀର ଯତ୍ନ ନେବା ଆବଶ୍ୟକ । ଅନ୍ୟପଟେ ଖରାପ ଜୀବନଶୈଳୀ କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ । ଧୂମପାନ, ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ, ହାଇ ସୋଡ଼ିୟମ ଯୁକ୍ତ ଖାଦ୍ୟ ଏବଂ ଚିନି ଖାଇବା ଦ୍ୱାରା କିଡନୀ ସମସ୍ୟା ଅଧିକ ବଢିବାର ଆଶଙ୍କା ଥାଏ । କିଡନୀକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଦିନ ଏକ୍ସରସାଇଜ, ନିର୍ଦ୍ଧାରିତ ଡାଏଟ ଏବଂ ସୁସ୍ଥ ଜୀବନଶୈଳୀ ର ଆବଶ୍ୟକ ରହିଛି ।

ଅନେକ ଥର ପରିବାର ମଧ୍ୟରେ ଯଦି କେହି କିଡନୀ ରୋଗରେ ପିଡ଼ିତ ଥାନ୍ତି ତେବେ ଏହି ରୋଗ ଆପଣଙ୍କୁ ହେବାର ଯଥେଷ୍ଟ ସମ୍ଭାବନା ଥାଏ । ଏବଂ ୩୦ ବର୍ଷ ପରେ ମହିଳାଙ୍କ ମଧ୍ୟରେ ଏହି ରୋଗ ହେବା ଆରମ୍ଭ କରିଥାଏ । ତେଣୁ ଆପଣ ନିଜ ସହିତ ପରିବାର ଲୋକଙ୍କର ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଜରୁରୀ । ଶରୀରରେ କୌଣସି ପ୍ରକାର ପରିବର୍ତ୍ତନ ହେଲେ ଆପଣ ଡାକ୍ତରଙ୍କୁ ଦେଖାଇବା ଆବଶ୍ୟକ । ଏହା ଦ୍ୱାରା ଆପଣ ସୁରକ୍ଷିତ ରହି ପାରିବେ ।

Leave A Reply

Your email address will not be published.