ଆବଶ୍ୟକୀୟ ସାମଗ୍ରୀ
- ଚୁଡା ଏକ କପ
- ଦହି ଏକ କପ
- ସୁଜି ଏକ କପ
- ପିଆଜ ଗୋଟିଏ
- କଟା ସିମ୍ଲା ଲଙ୍କା ଏକ କପ
- ପତ୍ରକୋବି ଏକ କପ
- ଗାଜର ଏକ କପ
- ମଟର ଅଧା କପ
- ଲଙ୍କାଗୁଣ୍ଡ ଓ ବେକିଙ୍ଗ ସୋଡ଼ା
- କଞ୍ଚାଲଙ୍କା
- ଧନିଆ ପତ୍ର
- ଗୋଲମରିଚ ଗୁଣ୍ଡ ଏକ ଚାମଚ
- ହେଙ୍ଗୁ ଅଳ୍ପ
- ଜିରା ଏକ ଚାମଚ
- ଦୁଇଟି ଶୁଖିଲା ଲଙ୍କା କୁଟା
- ତେଲ
- ଆବଶ୍ୟକ ଅନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ
ଚୁଡା ଓ ଦହିର ଟିଫିନ ପ୍ରସ୍ତୁତ କରିବା ପାଇଁ ସର୍ବ ପ୍ରଥମେ ଆପଣ ଏକ ପାତ୍ରରେ ଚୁଡା ନେଇ ତାକୁ ଧୋଇ ସେଥିରେ ଦହି ମିଶାଇ ଗୋଳାଇ ରଖିଦିଅନ୍ତୁ । ତାପରେ ଆଉ ଏକ ପାତ୍ରରେ ସୁଜିରେ କିଛି ଦହି ମିଶାଇ ଗୋଳାଇ ଦୁଇଟି ପାତ୍ରକୁ ୧୫ ମିନିଟ ପର୍ଯ୍ୟନ୍ତ ରଖିଦିଅନ୍ତୁ । ତାପରେ ଆଉ ଏକ ପାତ୍ର ଆଣି ସେଥିରେ ଏହି ଦୁଇ ମିଶ୍ରଣକୁ ପକାଇ ଲୁଣ ଓ ପାଣି ପକାଈ ଭଲଭାବେ ଗୋଳାଇଦିଅନ୍ତୁ । ବର୍ତ୍ତମାନ ଆପଣ ଏଥିରେ କାଟି ରଖିଥିବା ସିମ୍ଲା ଲଙ୍କା, ପିଆଜ, ପତ୍ରକୋବି, ଗାଜର, ମଟର, କଞ୍ଚାଲଙ୍କା, ଗୋଲମରିଚ ଗୁଣ୍ଡ, ଲଙ୍କାଗୁଣ୍ଡ, ବେକିଙ୍ଗ ସୋଡା଼, ହେଙ୍ଗୁ, ଜିରା, କଟା ଧନିଆ ପତ୍ର ଓ କୁଟୀ ରଖିଥିବା ଶୁଖିଲା ଲଙ୍କା ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ।
ବର୍ତ୍ତମାନ ଆପଣ ଏକ ପ୍ୟାନ ବସାଇ ସେଥିରେ ଅଳ୍ପ ତେଲ ଗରମ କରନ୍ତୁ । ତାପରେ ଗୋଳାଇ ରଖିଥିବା ମିଶ୍ରଣକୁ ଚାମଚ ଦ୍ୱାରା ପ୍ୟାନରେ ପକାଇ ଟିକ୍କି ଆକାରର ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଏହା ବ୍ରାଉନ ରଙ୍ଗ ହେବା ପର୍ଯ୍ୟନ୍ତ ଏହାକୁ ସେକନ୍ତୁ । ଦୁଇପଟ ଭଲଭାବେ ସେକି ହୋଇଗଲା ପରେ ଏହାକୁ ପ୍ୟାନରୁ ବାହାର କରିଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଗରମା ଗରମ ଟିଫିନ । ଏହାକୁ ଆପଣ ଚା’ କିମ୍ବା ନିଜ ମନ ପସନ୍ଦର ସସ ସହିତ ଖାଇପାରିବେ ।