ପେଟ ପୀଡା ଓ ଅଣ୍ଟା ବିନ୍ଧା ସମସ୍ୟାକୁ ଦୂର କରିବା ପାଇଁ ଗୁଡ ସହିତ ମିଶାଇ ଖାଆନ୍ତୁ ଜୁଆଣି, ମିଳିବ ଅନେକ ଫାଇଦା

ଶୀତଦିନ ଆସିଗଲେ ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଥାଏ। କେବଳ ଜୀବନଶୈଳୀ ନୁହେଁ ଖାଦ୍ୟପେୟକୁ ନେଇ ମଧ୍ୟ ଅନେକ ସାବଧାନତା ଅବଲମ୍ବନ କରିବାକୁ ହୋଇଥାଏ। ଶୀତଦିନରେ ଗୁଡ ଓ ଜୁଆଣି ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ। ଏହି ମ୍ୟାଜିକାଲ କମ୍ବିନେସନ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିଥାଏ। ଅନେକଙ୍କ ଘରେ ଗୁଡ ଓ ଜୁଆଣି ନିଶ୍ଚିତ ରହିଥିବ। ମାତ୍ର କିଛି ଟଙ୍କାରେ ବଜାରରେ ସହଜରେ ମିଳୁଥିବା ଜୁଆଣି ଖାଲି ଯେ ସ୍ୱାଦ ବଢାଇନଥାଏ ପେଟ ପାଇଁ ମଧ୍ୟ ଏହା ଖୁବ ଉପକାରୀ ହୋଇଥାଏ । ଆପଣ ହୁଏତ ଜାଣି ନଥିବେ ଏହା ସାହାଯ୍ୟରେ ଓଜନ ମଧ୍ୟ କମାଯାଇ ପାରିବ। ନିୟମିତ ଭାବେ ଗୁଡ ଓ ଜୁଆଣି ପାଣି ପିଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।

ଯଦି ଆପଣଙ୍କର ପେଟଜନିତ ସମସ୍ୟା ରହିଛି, ତେବେ ଗୁଡ ଏବଂ ଜୁଆଣି ଖାଆନ୍ତୁ। ଏହା ମଧ୍ୟ ମାସିକ ଋତୁସ୍ରାବଜନିତ ଯନ୍ତ୍ରଣାକୁ କମ୍‌ କରିଥାଏ। ତେଣୁ ଆପଣ ଗୁଡ ଏବଂ ଜୁଆଣି ଚା କରି ପିଇପାରିବେ।
ଗୁଡ ଏବଂ ଜୁଆଣି ଖାଇବା ଆସ୍ଥମା ରୋଗୀଙ୍କ ପାଇଁ ଫାଇଦାଯୁକ୍ତ ହୋଇଥାଏ। ତେଣୁ ଜୁଆଣିକୁ ପାଉଡର କରି ଗୁଡରେ ସମାନ ପରିମାଣର ମାତ୍ରା ମିଶାଇ ଖାଆନ୍ତୁ। ଦିନକୁ ଦୁଇ ଥର ୪ରୁ ୫ ଗ୍ରାମ ଏହାକୁ ଖାଇଲେ ଫାଇଦା ମିଳିଥାଏ।

Ajwain-Water

ମାସିକ ଧର୍ମ ବେଳେ ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସିତ ହୋଇଥାଏ, ଫଳରେ ଗର୍ଭଧାରଣ ବେଳେ ମହିଳାଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିନଥାଏ। ଏଥିସହ ଶରୀର ମଧ୍ୟ ସୁସ୍ଥ ରହେ। ତେବେ ଏହି ସମୟରେ ହେଉଥିବା ଶାରୀରିକ ପୀଡ଼ା ପ୍ରବଳ କଷ୍ଟଦାୟକ ହୋଇଥାଏ। ଋତୁସ୍ରାବ ବେଳେ ମହିଳାଙ୍କର ଅଣ୍ଟା ବିନ୍ଧିବା, ଗୋଡ଼ ହାତ ପୀଡ଼ା ହେବା, ପେଟ କାଟିବା ଭଳି ସମସ୍ୟା ଦେଖାଯାଏ। ଏହି ସମୟରେ ହେଉଥିବା ଅଣ୍ଟାରେ ଯନ୍ତ୍ରଣା ଦୂର କରିବା ପାଇଁ ମଧ୍ୟ ଏହା ରାମବାଣ। ୧ ଗ୍ଲାସ ପାଣିରେ ୧ ଚାମଚ ଗୁଆଣି ଓ ଗୁଡ ଖଣ୍ଡ ପକାଇ ଏହାକୁ ମିକ୍ସ କରିଦିଅନ୍ତୁ। ଏହାକୁ ପିଇଲେ ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ମିଳିବ।

ଯଦି ଆପଣଙ୍କ କାଶ ହେଉଛି, ତେବେ ଆପଣ ଜୁଆଣି ସହିତ ଗୁଡ ପକାଇ ଚା କରି ପ୍ରତିଦିନ ପିଅନ୍ତୁ। ନଚେତ ଗୁଡ ସହିତ କିଛି ଜୁଆଣି ମିଶାଇ କ୍ଷୀରରେ ପକାଇ ପିଅନ୍ତୁ, ଲାଭ ମିଳିବ।

ଗୁଡ ଏବଂ ଜୁଆଣି ଥଣ୍ଡା ଏବଂ କଫ ସମସ୍ୟା ଦୂର ହେବ। ଏହାଛଡା ଗୁଡ ଏବଂ ଜୁଆଣି ଚା’ ମଧ୍ୟ ଦିନକୁ ୨ଥର ପିଇପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.