ଗୋଟେ ଚୁଟକି ଲୁଣରେ ଦୂର ହେବ ସମସ୍ତ ତ୍ବଚା ସମ୍ବନ୍ଧୀୟ ସମସ୍ଯା, ଏମିତି କରନ୍ତୁ ବ୍ଯବହାର

ଗରମ ଦିନରେ ଅନେକ ପ୍ରକାର ତ୍ବଚା ସମ୍ବନ୍ଧୀୟ ସମସ୍ଯାର ସାମ୍ନା କରିବାକୁ ପଡିଥାଏ। ଏହା ଗରମ ଦିନରେ ଝାଳ ଏବଂ ଖରା କାରଣରୁ ହୋଇଥାଏ। ଖରା ଯୋଗୁଁ ସ୍କିନ ଟାନ୍ ହୋଇଥାଏ। ଏମିତିରେ ଜରୁରୀ ହୋଇପଡେ କି ଆପଣ ଖରାଦିନରେ ମଧ୍ୟ ନିଜ ସ୍କିନକୁ କିପରି ଧ୍ୟାନ ରଖିବେ। ଏହିସବୁ ସମସ୍ଯାରୁ ଛୁଟକାରା ପାଇବା ପାଇଁ ଏମିତି କିଛି ଘରୋଇ ଉପାୟ ରହିଛି, ଯାହା ଆପଣଙ୍କୁ ସାହାଯ୍ଯ କରିବ। ଲୁଣରେ ଏମିତି କିଛି ଘରୋଇ ଉପାୟ କରନ୍ତୁ, ଯାହା ସ୍କିନ ସମସ୍ଯାକୁ ଦୂର କରିବ। ଆସନ୍ତୁ ଜାଣିବା ଲୁଣରେ କରିବେ କ’ଣ ..

ତେଲିଆ ତ୍ବଚାରୁ ଛୁଟକାରା ପାଇବା ପାଇଁ ଲୁଣର ବ୍ଯବହାର କରନ୍ତୁ। ଲୁଣକୁ ଟୋନର ଭାବେ ବ୍ଯବହାର କରିପାରିବେ। ଏଥିପାଇଁ ସ୍ପ୍ରେ ବୋତଲରେ ଅଳ୍ପ ଉଷୁମ ପାଣି କରି ସେଥିରେ ଲୁଣକୁ ଭଲଭାବେ ମିଶାଇ ଦିଅନ୍ତୁ। ଏହାକୁ ଆପଣ ତୁଳା ସାହାଯ୍ଯରେ ମୁହଁରେ ଲଗାନ୍ତୁ।

ଶୁଷ୍କ ତ୍ବଚା ପାଇଁ ଗାଧୋଇବା ସମୟରେ ଲୁଣକୁ ବ୍ଯବହାର କରିପାରିବେ। ଏଥିପାଇଁ ଏକ କପ ପାଣିରେ ଅଧା କପ ଲୁଣ ପକାଇ ସେଥିରେ ଭଲ ଭାବେ ମିଶାଇ ଦିଅନ୍ତୁ। ତେବେ ଆପଣ ବାଥଟବରେ ଲୁଣ ପକାଇ ମଧ୍ୟ ୧୫ ମିନିଟ୍ ବସିପାରିବେ।

salt water

ଖରାରେ ବୁଲି ସ୍କିନ ଟ୍ଯାନ ହୋଇଯାଇଛି କି, ତେବେ ଏକ ଚାମଚ ନଡିଆତେଲରେ ଲୁଣ ମିଶାଇ ବଡିସ୍କ୍ରବ କରିପାରିବେ।

ଲୁଣରେ ଫେସମାସ୍କ ତିଆରି କରିବା ପାଇଁ ଏକ ଚାମଚ ମହୁରେ ଏକ ଚାମଚ ଲୁଣ ମିଶାଇ ଦିଅନ୍ତୁ। ଏହାକୁ ଭଲଭାବେ ପେଷ୍ଟ କରି ମୁହଁରେ ଲଗାନ୍ତୁ। ୧୦ ମିନିଟ ପରେ ମୁହଁକୁ ଭଲଭାବେ ସଫା କରିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.