ଏହି ସବୁ ଘରୋଇ ଉପଚାର ସାହାଯ୍ୟରେ ଦୂର ହୋଇଯାଏ ଦାନ୍ତର ପୀଡ଼ା

ଦାନ୍ତରେ ପୀଡ଼ା କୌଣସି ବ୍ୟକ୍ତିଙ୍କୁ ମଧ୍ୟ ହୋଇପାରେ ଏବଂ ଅନେକ ଲୋକ ଆଜିକାଲି ଦାନ୍ତ ପୀଡ଼ା ଜନିତ ସମସ୍ୟାରେ ଚିନ୍ତିତ ରହୁଛନ୍ତି । ଯଦି ଆପଣଙ୍କୁ ମଧ୍ୟ ହଠତ୍ ଦାନ୍ତରେ ପୀଡ଼ା ଅନୁଭୂତ ହୁଏ, ତେବେ ଆପଣ ନିମ୍ନରେ ଦିଆଯାଇଥିବା ଉପାୟକୁ ଆପଣାନ୍ତୁ । ଏହି ଉପାୟ ଗୁଡିକର ସାହାଯ୍ୟରେ ଆପଣଙ୍କୁ ଦାନ୍ତ ପୀଡ଼ାରୁ ଉପଶମ ମିଳିପାରିବ ।

ହିଙ୍ଗୁ :
ହେଙ୍ଗୁର ସାହାଯ୍ୟରେ ଦାନ୍ତ ପୀଡ଼ାରୁ ଉପଶମ ମିଳିପାରିବ । ଦାନ୍ତରେ ପୀଡ଼ା ହେଲେ ଆପଣ ଅଳ୍ପ ହେଙ୍ଗୁ ପାଣିରେ ମିଶାଇ ଦିଅନ୍ତୁ ଏବଂ ତୁଳା ସାହାଯ୍ୟରେ ନିଜର ପୀଡ଼ା ହେଉଥିବା ଦାନ୍ତରେ ଲଗାନ୍ତୁ । ୧୦ ମିନିଟ ପର୍ଯ୍ୟନ୍ତ ଏହିପରି ତୁଳାକୁ ଦାନ୍ତ ଉପରେ ରଖନ୍ତୁ ପରେ ସଫା ପାଣିରେ କୁଳି କରି ଦିଅନ୍ତୁ । ଦିନରେ ଦୁଇଥର ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଦାନ୍ତ ପୀଡ଼ା ଦୂର ହୋଇଯିବ ।

ଲବଙ୍ଗ :
ଲବଙ୍ଗର ବ୍ୟବହାର ଫଳରେ ଦାନ୍ତ ପୀଡ଼ା ଦୂର ହୋଇ ଯାଇଥାଏ । ଆୟୁର୍ବେଦରେ ଲବଙ୍ଗର ବିଶେଷ ସ୍ଥାନ ରହିଛି । ଏହାର ପ୍ରୟୋଗରେ ବ୍ୟାକ୍ଟେରିଆ ଏବଂ କୀଟାଣୁ ସହଜରେ ମରି ଯାଇଥାଏ । ଏହି କାରଣରୁ ଆପଣଙ୍କ ଦାନ୍ତରେ ପୀଡ଼ା ହେଉଥିଲେ, ଆପଣ ଲବଙ୍ଗକୁ ପାଣିରେ ଗରମ କରି ସେହି ପାଣିକୁ ଦାନ୍ତରେ ଲଗାଇବା ଦ୍ୱାରା ଆପଣଙ୍କ ଦାନ୍ତର ପୀଡ଼ା ଦୂର ହୋଇଥାଏ । ଏହା ବ୍ୟତୀତ ଲବଙ୍ଗ ତେଲକୁ ମଧ୍ୟ ଆପଣ ଦାନ୍ତରେ ଲଗାଇ ପାରିବେ । ଲବଙ୍ଗ ତେଲ କମ ପରିମାଣରେ ବ୍ୟବହାର କରନ୍ତୁ । ଏହିପରି କରିବା ଦ୍ୱାରା ଆପଣଙ୍କ ଦାନ୍ତର ପୀଡ଼ା ଖୁବ୍ ଶୀଘ୍ର ଦୂର ହୋଇଯିବ ଏବଂ ଆପଣଙ୍କ ଦାନ୍ତର କୀଟାଣୁ ମଧ୍ୟ ମରିଯିବ ।

ପିଆଜ :
ପିଆଜ ରସ ବହୁତ ଲାଭଦାୟକ ଅଟେ ଏବଂ ଏହାକୁ ଦାନ୍ତରେ ଲଗାଇବା ଦ୍ୱାରା ଦାନ୍ତ ପୀଡ଼ା ଶୀଘ୍ର ଦୂର ହୋଇଯାଇଥାଏ । ଆପଣ ଗୋଟିଏ ପିଆଜକୁ କାଟି ତାହାର ରସକୁ ବାହାର କରିଦିଅନ୍ତୁ ଏବଂ ତୁଳା ସାହାଯ୍ୟରେ ପୀଡ଼ା ହେଉଥିବା ସ୍ଥାନରେ ଲଗାଇ ଦିଅନ୍ତୁ । ପିଆଜ ରସ ଭଳି ଆପଣ ଖଣ୍ଡ ପିଆଜକୁ ମଧ୍ୟ ଦାନ୍ତରେ ଲଗାଇ ପାରିବେ । ଏହିପରି କରିବା ଦ୍ୱାରା ଆପଣଙ୍କୁ ପୀଡ଼ାରୁ ଉପଶମ ମିଳିପାରିବ । ଆପଣଙ୍କ ମୁହଁର ବ୍ୟାକ୍ଟେରିଆ ମଧ୍ୟ ନଷ୍ଟ ହୋଇଯିବ ।

ନିମ୍ବ :

ନିମ୍ବ ପତ୍ର ଚୋବାଇବା ଦ୍ୱାରା ଦାନ୍ତର ପୀଡ଼ାରୁ ମୁକ୍ତି ମିଲିଥାଏ । ଯଦି ଆପଣଙ୍କ ଦାନ୍ତରେ ପୀଡ଼ା ହେଉଥାଏ, ତେବେ ଆପଣ ନିମ୍ବ ପତ୍ର ଗୋଟିଏ ଚୋବାଇ ନିଅନ୍ତୁ କିମ୍ବା ନିମ୍ବ ପତ୍ରର ରସ ବାହାର କରି, ସେହି ରସକୁ ତୁଳାରେ ବୁଡାଇ ଦାନ୍ତରେ ଲଗାନ୍ତୁ ପୀଡ଼ାରୁ ଉପଶମ ମିଳିଯିବ ।

ରସୁଣ :
ପିଆଜ ଭଳି ରସୁଣ ମଧ୍ୟ ଦାନ୍ତ ପୀଡ଼ା ଦୂର କରିବାରେ ସହାୟକ ହୋଇଥାଏ । ରସୁଣରେ ଏଣ୍ଟିବାୟୋଟିକ ଗୁଣ ରହିଛି ଯାହା ଅନେକ ପ୍ରକାରର ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । ଯେତେବେଳେ ଆପଣଙ୍କୁ ଦାନ୍ତ ପୀଡ଼ା ହୋଇଥାଏ, ତେବେ ଆପଣ ରସୁଣକୁ ପେଷ୍ଟ କରି ପୀଡ଼ା ହେଉଥିବା ସ୍ଥାନରେ ଲଗାନ୍ତୁ । ଏହିପରି କରିବା ଦ୍ୱାରା ଆପଣଙ୍କୁ ଦାନ୍ତ ପୀଡ଼ାରୁ ଉପଶମ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.