ସବୁପ୍ରକାରର ବାସନକୁ ସଫା କରିବା ପାଇଁ ଜାଣନ୍ତୁ ୬ଟି ସହଜ ଉପାୟ

ସାଧାରଣତଃ ସମସ୍ତଙ୍କ ରୋଷେଇ ଘରେ ଅନେକ ପ୍ରକାରର ବାସନ ବ୍ୟବହାର କରାଯାଏ । ଏହି ଲିଷ୍ଟରେ ଷ୍ଟିଲ ପ୍ରଥମରେ ରହିଥିବା ବେଳେ ଏହା ବ୍ୟତିତ କାଚ, ଚିନା ମାଟି ପ୍ଲେଟ, ପିତ୍ତଳ, ଆଲୁମିନିୟମ ଭଳି ଅନେକ ବାସନ ରହିଥାଏ । କେବଳ ଏତିକି ନୁହେଁ ବରଂ ଏହି ସବୁ ବାସନକୁ ସଫା କରିବାର ମାଧ୍ୟମ ମଧ୍ୟ ଅଲଗା ଅଲଗା ରହିଛି ।

ତେବେ ଆଜି ଆମେ ଆପଣଙ୍କୁ ଏଥିପାଇଁ କିଛି ସହଜ ନୁସ୍କା କହିବାକୁ ଯାଉଛୁ । ଯାହାର ପ୍ରୟୋଗ କଲେ ଆପଣଙ୍କ ବାସନ ଶୀଘ୍ର ସଫା ହେବା ସହ ଉଜ୍ଜଳ ମଧ୍ୟ ଦେଖାଯିବ । ତେବେ ପଢ଼ନ୍ତୁ ସେହି ସବୁ ଉପାୟ ଯାହା ନିମ୍ନରେ ଦିଆଯାଇଛି ।

24525325
pc: huffpost

– ପିଆଜ ରସରେ ସିରକାର ମାତ୍ରାକୁ ଠିକ ଭାବେ ମିଶାଇ ଏହାକୁ ଷ୍ଟିଲ ବାସନ ସଫା କରିବାରେ ବ୍ୟବହାର କରନ୍ତୁ । ଷ୍ଟିଲ ବାସନ ସଫା କରିବା ପାଇଁ ଏହା ବଜ୍ରବାଣ ସଦୃଶ୍ୟ କାମ କରିବ ।

– ବାସନରେ ଲାଗିଥିବା ଦାଗକୁ ସଫା କରିବା ପାଇଁ ପାଣିରେ ସିରକା ମିଶାନ୍ତୁ । ଏଥିରେ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ଦାଗ ଲାଗିଥିବା ସ୍ଥାନରେ ଲଗାଇ ଘଷନ୍ତୁ । ଦେଖିବେ ବାସନ ଚକ୍‌ଚକ୍ ଦେଖାଯିବ ।

– ପିତ୍ତଳ ବାସନକୁ ସଫା କରିବା ପାଇଁ ଲେମ୍ବୁ ସବୁଠୁ ବେଷ୍ଟ ହୋଇଥାଏ । ଏଥିରେ ଲୁଣ ମିଶାଇ ମଧ୍ୟ ସଫା କରିପାରିବେ ।

– ଆଲୁମିନିୟମ ବାସନକୁ ସଫା କରିବା ପାଇଁ ବାସନ ମଜା ପାଉଡ଼ରରେ ଅଳ୍ପ ପରିମାଣର ଲୁଣ ମିଶାଇ ସଫା କରିପାରିବେ ।

– ଆଲୁମିନିୟମ ବାସନ ନିଆଁରେ ଅଧିକ ପୋଡି ଯାଇଥିଲେ ସଫା କରିବା ପାଇଁ ସେଥିରେ ପିଆଜ ପକାଇ ଭଲ ଭାବେ ଫୁଟାଇ ଦିଅନ୍ତୁ । ପରେ ବାସନ ମଜା ପାଉଡରରେ ଏହାକୁ ସଫା କରନ୍ତୁ ।

– ତେଲିଆ ବାସନକୁ ସଫା କରିବା ପାଇଁ ସାଧାରଣତଃ ଚୁଲି ପାଉଁଶ ବ୍ୟବହାର କରାଯାଏ । ଏହା ବ୍ୟତିତ ଆପଣ ସିରକାର ବ୍ୟବହାର ମଧ୍ୟ କରିପାରିବେ ।

Leave A Reply

Your email address will not be published.