ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆମେ ନିଜର ତ୍ୱଚାର ଯତ୍ନ ନେବାକୁ ଭୁଲିଯାଉଛେ । ପ୍ରଦୂଷଣ ହେତୁ ତ୍ୱଚା ଖରାପ ଏବଂ ରୁକ୍ଷ ହୋଇଯାଉଛି ଏବଂ ସୁନ୍ଦର ତ୍ୱଚା ପାଇବା ପାଇଁ ଆମେ ଦାମୀ ବ୍ୟୁଟି ଟ୍ରିଟମେଣ୍ଟ କରି ନିଜର ଟଙ୍କା ନଷ୍ଟ କରୁଛୁ । ତ୍ୱଚାର ଯତ୍ନ ନ ନେବା କିମ୍ବା ସ୍କିନ୍ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ଅଣଦେଖା କରିବା ଦ୍ୱାରା ଅନେକ ରୋଗ ହୋଇପାରେ, ଯାହା ମଣିଷ ପାଇଁ ସାଂଘାତିକ ହୋଇପାରେ । ତେବେ ଏସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାଦାମ ତେଲ ଅତ୍ୟନ୍ତ ଉପକାରୀ ।
ଆପଣ ଜାଣନ୍ତି କି ବାଦାମ ତେଲ କେବଳ କେଶ ପାଇଁ ନୁହେଁ ବରଂ ଆପଣଙ୍କ ଚେହେରା ପାଇଁ ମଧ୍ୟ ବହୁତ ଲାଭଦାୟକ ପ୍ରମାଣିତ ହୋଇପାରେ । ଆପଣ ନିଜ ସ୍କିନ୍ କେୟାରରେ ବାଦାମ ତେଲ ସାମିଲ କରି ଚମକଦାର ଏବଂ ହେଲ୍ଦି ତ୍ୱଚା ପାଇପାରିବ । ଆଜି ଆମେ ଆପଣଙ୍କୁ ବାଦାମ ତେଲର କିଛି ଉପକାରିତା ବିଷୟରେ କହିବୁ, ଯାହା ପୁଷ୍ଟିକର ଉପାଦାନରେ ଭରପୂର ଏବଂ ଚମକଦାର ତ୍ୱଚା ପାଇଁ ମଧ୍ୟ ବେଷ୍ଟ ଅପ୍ସନ । ମୁହଁରୁ ଦାଗ ଦୂର କରିବା ପାଇଁ ନିୟମିତ ବାଦାମ ତେଲ ଲଗାନ୍ତୁ ।
ଏହାକୁ କିଛି ଦିନ ବ୍ୟବହାର କଲେ ପୁରୁଣାରୁ ଅତି ପୁରୁଣା ଦାଗ ବି ଲିଭି ଯିବ । ବାଦାମ ତେଲ ବ୍ୟବହାର ଦ୍ୱାରା ତ୍ୱଚାର ଅନେକ ସମସ୍ୟାକୁ ଦୂର କରାଯାଇ ପାରିବ । କାରଣ, ଏଥିରେ ଭିଟାମିନ୍ ଏ, ଭିଟାମିନ୍ ବି ଏବଂ ଭିଟାମିନ୍ ଇ ଭରି ରହିଛି, ଯାହାକି କେବଳ ତ୍ୱଚାରେ ଗ୍ଲୋ ଆଣି ନ ଥାଏ ବରଂ ରୁକ୍ଷ ତ୍ୱଚା, ଆଲର୍ଜି ଓ ରାସେଜ୍ ଭଳି ସମମ୍ୟାକୁ ଦୂର କରିବାରେ ଉପଯୋଗୀ ହୋଇଥାଏ ।
ବାଦାମ ତେଲର ଉପକାରିତା:
ବାଦାମ ତେଲରେ ତ୍ୱଚାକୁ ମାଲିସ୍ କରିବା ଦ୍ୱାରା ଚର୍ମରେ ଲାଗିଥିବା ଧୂଳି କଣିକା ବାହାରିବାରେ ସାହାଯ୍ୟକାରୀ ହୋଇଥାଏ । ଏହି ତେଲ ବ୍ୟବହାର କରିବା ଦ୍ୱାରା ଏହା ଆପଣଙ୍କ ଡେଡ୍ ସ୍କିନ୍ ସେଲସକୁ ବାହାର କରିଥାଏ, ଯାହା ଆପଣଙ୍କ ତ୍ୱଚାର ରକ୍ତ ସଞ୍ଚାଳନରେ ମଧ୍ୟ ଉନ୍ନତି ଆଣେ । ବାଦାମ ତେଲ ସମସ୍ତ ପ୍ରକାର ତ୍ୱଚା ପାଇଁ ବ୍ୟବହାର କରାଯାଇପାରେ । ଏହା ସ୍କିନରେ ତେଲର ପରିମାଣକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ ଏବଂ ଚେହେରାକୁ ହାଇଡ୍ରେଟ୍ ରଖେ ।
ସ୍କିନକୁ ସଫା କରିବା ଏବଂ ସତେଜ ରଖିବାରେ ବାଦାମ ତେଲ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ବିଶ୍ୱାସ କରାଯାଏ ଯେ ବାଦାମ ତେଲ ଚେହେରାକୁ କ୍ଷତିକାରକ UV କିରଣ ଏବଂ ପରିବେଶ ପ୍ରଦୂଷଣରୁ ରକ୍ଷା କରିବ । ଏହି ତେଲରେ ଭିଟାମିନ୍ ଇ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ଅଛି ଯାହା ତ୍ୱଚାକୁ ସୂର୍ଯ୍ୟ କିରଣରୁ ରକ୍ଷା କରିଥାଏ । ଗାଧୋଇବା ପୂର୍ବରୁ ଆପଣ ନିଜ ମୁହଁରେ ବାଦାମ ତେଲ ଲଗାଇବା ଦ୍ୱାରା ଶୁଷ୍କତା, କୁଣ୍ଡେଇ ହେବା ଏବଂ ଲାଲ ହେବା ଭଳି ଚର୍ମ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଏହି ତେଲ ଚର୍ମର ଶୁଷ୍କତା ଏବଂ ଚେହେରାର ଆର୍ଦ୍ରତା ବଜାୟ ରଖିବାରେ ସହାୟକ ହୋଇପାରେ । ବାଦାମ ତେଲର ନିୟମିତ ବ୍ୟବହାର ଆପଣଙ୍କ ଷ୍ଟ୍ରେସକୁ ହ୍ରାସ କରିଥାଏ ଏବଂ ଆପଣଙ୍କ ତ୍ୱଚାକୁ ନ୍ୟାଚୁରାଲ ଗ୍ଲୋ ମଧ୍ୟ ଦେଇଥାଏ । ବାଦାମ ତେଲ ଆପଣଙ୍କ ଚେହେରାକୁ ଦାଗ ଏବଂ ବ୍ରଣ ମୁକ୍ତ କରିଥାଏ ଏବଂ ଆପଣଙ୍କ ଚେହେରାକୁ ପ୍ରାକୃତିକ ଭାବରେ ସୁନ୍ଦର ଏବଂ ଚମକଦାର ରଖିବାରେ ସାହାଯ୍ୟ କରିଥାଏ । ବାଦାମ ତେଲ ଆପଣଙ୍କ ଆଖି ତଳେ ଥିବା ଡ଼ାର୍କ ସର୍କଲ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ତ୍ୱଚାକୁ ସତେଜ ରଖିଥାଏ ।