ଥାଇରଏଡ ସମସ୍ୟାରୁ ମୁକ୍ତି ପାଇଁ ପିଅନ୍ତୁ ତୁଳସୀ-ଆଲୋଭେରା ଜୁସ, ଏମିତି କରନ୍ତୁ ସେବନ

ଥାଇରଏଡ ଏକ ଏମିତି ସମସ୍ୟା ଯେଉଁଥିରେ ଏବେ ଅଧିକାଂଶ ଲୋକ ପ୍ରଭାବିତ। ସବୁ ପ୍ରକାର ସମାଧାନ କଲାପରେ ବି ଏଥିରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିନଥାଏ। ତେବେ ଆଜି ଆମେ କିଛି ଘରୋଇ ଉପାୟ କହିବୁ ଯାହାକୁ ଆପଣାଇଲେ ଶରୀରରେ ଥିବା ଏହି ସମସ୍ୟାକୁ କଣ୍ଟ୍ରୋଲ କରିପାରିବେ।

ଘରୋଇ ଉପଚାର ଏକ ଏମିତି ଅପସନ ଯାହାକୁ ମାନିଲେ ଆପଣଙ୍କ ରୋଗ କମି ଯିବ । ଶରୀର ସୁସ୍ଥ ହୋଇଯିବ। ଏହାର କିଛି ସାଇଡ ଇଫେକ୍ଟ ନଥାଏ। ତେଣୁ ଆପଣ ଏହାକୁ ଟ୍ରାଏ କଲେ କୌଣସି ପ୍ରକାର ସମସ୍ୟା ଭୋଗିବେନି।

ସୁସ୍ଥ ଶରୀର ହେଉଛି ସୁସ୍ଥ ଜୀବନର ଆଧାର। ତେବେ ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ସଚେତନ ରହିବା ଜରୁରୀ। ଶରୀର ପାଇଁ ଉପଯୁକ୍ତ ଖାଦ୍ୟ ଖାଇବା ଜରୁରୀ ହୋଇଥାଏ। ସେହିପରି ଖାଦ୍ୟ ଖାଇବାର ସମୟ ମଧ୍ୟ ଠିକ ରହିବା ଜରୁରୀ। କାରଣ ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ଲୋକମାନେ ଠିକ ସମୟରେ ଖାଇପାରୁନାହାନ୍ତି। ଯାହା କାରଣରୁ ଗ୍ୟାସ ସମସ୍ୟା ଆରମ୍ଭ ହେଉଛି। ଏହାଠୁ ଅନ୍ୟ ସବୁ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଆପଣ ଏଥିପାଇଁ ସଜାଗ ରହିବା ଜରୁରୀ।

ଥାଇରଏଡ ଏମିତି ଏକ ସମସ୍ୟା ଯାହା କାରଣରୁ ଶରୀରରେ ଅନ୍ୟାନ୍ୟ ରୋଗ ମଧ୍ୟ ଆରମ୍ଭ ହେବାର ଅନେକ ସମ୍ଭାବନା ରହିଥାଏ। ଏହା ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଖେ ବେଶି ମାତ୍ରାରେ ଦେଖାଯାଏ। ଏମିତିରେ ସେମାନଙ୍କ ଓଜନ ବଢ଼ିଯାଏ। ଏହାସହ ଶରୀର ଦୁର୍ବଳ ହୋଇଯାଏ। ଶରୀରରେ ମୋଟାପା ଘର କରି ବସିଯାଏ। ଏହାକୁ କଣ୍ଟ୍ରୋଲ କରିବା ଅନେକ ମୁସ୍କିଲ ହୋଇଯାଏ। ଏହି ସମୟରେ ଆପଣ ଘରୋଇ ଉପଚାର ମାନି ପ୍ରତିଦିନ ତୁଳସୀ ପତ୍ର ଖାଆନ୍ତୁ।

ତୁଳସୀ ପତ୍ର ସହ ଆପଣ ଆଲୋବେରାକୁ ମଧ୍ୟ ଖାଇପାରିବେ। ମନାଯାଏ ଯେ ତୁଳସୀ ପତ୍ରକୁ ଖାଇବା ଦ୍ୱାରା ଶରୀରେ ଅନେକ ସମସ୍ୟା ଦୂର ହୋଇଯାଏ। ଥାଇରଏଡର ଅନେକ ଲ କ୍ଷଣରୁ ମୁୂକ୍ତିମିଳେ। ତୁଳସୀରେ ଆଣ୍ଟି ବ୍ୟାକ୍ଟିରିଆଲ, ଆଣ୍ଟିବାଇରାଲ ଏବଂ ଆଣ୍ଟି ଇନଫ୍ଲେମେଣ୍ଟି୍ର ଗୁଣ ରହିଛି। ଯାହା ଥାଇରଏଡ ସମସ୍ୟାକୁ ଦୂର କରେ।

ଆଲୋବେରା ଓ ତୁଳସୀ ଜୁସ୍‌ ଶରୀର ପାଇଁ ଖୁବ ଲାଭକାରୀ ହୋଇଥାଏ। ଏକ ଚାମଚ ଆଲୋଭେରା ଜୁସରେ ତୁଳସୀ ପତ୍ର ଜୁସ ମିଶାଇ ପିଅନ୍ତୁ। ଏହାଦ୍ୱାରା ଥାଇରଏଡ କଣ୍ଟ୍ରୋଲ ରୁହେ। ଏହାବ୍ୟତିତ ଆପଣ ଥାଇରଏଡ ପାଇଁ ବିନା କ୍ଷୀରରେ ତୁଳସୀ ଚା ମଧ୍ୟ ପିଇପାରିବେ। ଏହା ମଧ୍ୟ ଅନେକ ଫାଇଦା ଯୋଗାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.