ଲାଇଫ୍ ଷ୍ଟାଇଲ୍

କେଶ ଓ ତ୍ୱଚାର ଚମକ ବଢ଼ାଇବାରେ ସାହାଯ୍ୟ କରେ ଲାଉ ରସ, ଜାଣନ୍ତୁ ଏହାର ୫ଟି ବଡ଼ ଫାଇଦା

ଅଧିକାଂଶ ଲୋକ ଲାଉ ଜୁସ୍‌ ପିଇବାକୁ ଆଦୌ ପସନ୍ଦ କରିନଥାନ୍ତି। କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ଲାଉ ପାଟିକୁ ପିତା ଲାଗୁନଥିଲେ ମଧ୍ୟ ଏହାର ସ୍ୱାଦ କିଛି ଲୋକଙ୍କୁ ପସନ୍ଦ ଆସିନଥାଏ। ତେଣୁ ସେମାନେ ଏହାକୁ ଖାଇନଥାନ୍ତି। କିନ୍ତୁ ଡାକ୍ତରଙ୍କ କହିବାନୁସାରେ ଲାଉରେ ଥିବା ପୋଷକ ତତ୍ତ୍ୱ ମୋଟାପଣ କମ୍‌ କରିବାରେ ସାହାଯ୍ୟ କରେ। କେବଳ ଏତିକି ନୁହେଁ ଏହା କେଶ ଓ ତ୍ୱଚା ପାଇଁ ମଧ୍ୟ ବେଶ୍‌ ଉପକାରୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଲାଉ ଜୁସ୍‌ ପିଇବାର ଫାଇଦା ସମ୍ପର୍କରେ…

  • ତ୍ୱଚାର ଲୋଚାକୋଚାପଣ ଦୂର କରିବାରେ ଲାଉ ଜୁସ୍‌ ସାହାଯ୍ୟ କରେ। ଏହା ମୃତ କୋଷିକାକୁ ବାହାର କରି ଦେବା ସହ ଦୁର୍ବଳ କୋଷିକାକୁ ସବଳ କରିଥାଏ। ଫଳରେ ତ୍ୱଚାରେ ଚମକ ଆସେ।
  • ଲାଉରେ ଭିଟାମିନ୍‌, ମିନେରାଲ ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଭରି ରହିଥାଏ। ଏହା ତ୍ୱଚାକୁ ପ୍ରାକୃତିକ ଚମକ ଦେଇଥାଏ। ଏଣୁ ପ୍ରତିଦିନ ଲାଉ ଜୁସ୍‌ ପିଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି।
  • ଆଖି ପାଇଁ ମଧ୍ୟ ଏହା ବେଶ୍‌ ଦରକାରୀ ହୋଇଥାଏ। ଆଖି ବିନ୍ଧୁଥିଲେ ପତାରେ ଲାଉକୁ କାଟି ୧୦-୧୫ ମିନିଟ୍‌ ରଖନ୍ତୁ। ଆରାମ ଲାଗିବ।
  • କେଶ ଝଡ଼ୁଥିଲେ ଓ ଧଳା ହୋଇଯାଇଥିଲେ ଲାଉ ରସକୁ ମୁଣ୍ଡରେ ଲଗାନ୍ତୁ। ସବୁ ସମସ୍ୟା ଦୂର ହେବ।
  • ତ୍ୱଚାର ଦାଗ ଦୂର କରିବା ପାଇଁ ଲାଉ ଜୁସ୍‌ ସେବନ କରନ୍ତୁ। ତେଲ ଅଂଶ ଦୂର ହେବା ସହ ଦାଗ ବି ଚାଲିଯିବ।
WCW 11

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

4 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

13 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

13 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

30 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

31 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

35 mins ago