ଡାଇବେଟିସ, ଉଚ୍ଚ ରକ୍ତଚାପ ଏବଂ କେଶ ଜନିତ ସମସ୍ୟା ଦୂର କରେ କଳାଜିରା ତେଲ

କଳାଜିରା ପରି କଳାଜିରା ତେଲର ବ୍ୟବହାର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କଳାଜିରା ତେଲରେ ପ୍ରୋଟିନ୍, ସୋଡିୟମ୍, ଆଇରନ୍, କ୍ୟାଲସିୟମ୍, ପୋଟାସିୟମ୍ ଏବଂ ଫାଇବର ପରି ଉପାଦାନଗୁଡ଼ିକ ପ୍ରଚୁର ପରିମାଣରେ ଥାଏ। ଯାହା ଓଜନ ହ୍ରାସ କରିବା ଠାରୁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା କଳାଜିରା ତେଲର ଲାଭଦାୟକ ଗୁଣ ବିଷୟରେ –

୧. ମଧୁମେହ: ମଧୁମେହ ରୋଗୀଙ୍କ ପାଇଁ କଳାଜିରା ତେଲର ବ୍ୟବହାର ମଧ୍ୟ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ମଧୁମେହ ରୋଗୀମାନେ କଳା ଚା ସହିତ କଳାଜିରା ତେଲ ପିଇପାରିବେ । ସକାଳେ ଭୋଜନ ପୂର୍ବରୁ ଏବଂ ରାତ୍ରୀର ଭୋଜନ ପରେ ଅଧା ଚାମଚ କଳାଜିରା ତେଲରେ ମିଶ୍ରିତ କଳା ଚା ପିଇବା ଉଚିତ ।

୨. ହଜମ : କଳାଜିରା ତେଲର ସେବନ ହଜମ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ୧ ଚାମଚ କଳାଜିରା ତେଲ ଏବଂ କଳା ଲୁଣକୁ ୧ ଗ୍ଲାସ ଉଷୁମ ପାଣିରେ ମିଶାଇ ପିଇବା ଦ୍ୱାରା ହଜମ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

୩. ରକ୍ତଚାପ: ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ କଳାଜିରା ତେଲ ସେବନ ମଧ୍ୟ କରିପାରିବେ । ଏଥିପାଇଁ ୧ କପ୍ ଚା’ରେ ଅଧା ଚାମଚ କଳାଜିରା ତେଲ ମିଶାଇ ଦିନକୁ ଦୁଇଥର ପିଇବା ଦ୍ୱାରା ରକ୍ତଚାପରୁ ଲାଭ ମିଳିଥାଏ ।

୪.  ଆଖି : କଳାଜିରା ତେଲର ବ୍ୟବହାର ମଧ୍ୟ ଆଖି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ୧ କପ ଗାଜର ରସ ନେଇ ସେଥିରେ ଅଧା ଚାମଚ କଳାଜିରା ତେଲ ମିଶାଇ ଏହାକୁ ସକାଳେ ଏବଂ ସନ୍ଧ୍ୟାରେ ନିୟମିତ ପିଇବା ଦ୍ୱାରା ଆଖି ସୁସ୍ଥ ରହେ। ବୃଦ୍ଧାବସ୍ଥାରେ ଏହା ଆଖି ସମସ୍ୟା ଦୂର କରିଥାଏ ।

୫. ଓଜନ ହ୍ରାସ : ଓଜନ ହ୍ରାସ ପାଇଁ ଆପଣ କଳାଜିରା ତେଲ ମଧ୍ୟ ସେବନ କରିପାରିବେ। ଓଜନ ହ୍ରାସ ପାଇଁ ଲେମ୍ବୁ ପାଣିରେ କଳାଜିରା ତେଲ ମିଶାଇ ପିଅନ୍ତୁ ।ଏହାକୁ ଖାଲି ପେଟରେ ପିଇବା ଦ୍ୱାରା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।

୬ . କେଶ : ଏହିସବୁ ବ୍ୟତୀତ କେଶ ପାଇଁ କଳାଜିରା ତେଲ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ଯଦି ଆପଣଙ୍କର କେଶ ଝଡିବା ସମସ୍ୟା ରହିଥାଏ ତେବେ କଳାଜିରା ତେଲକୁ ନଡିଆ ତେଲରେ ଫୁଟାଇ ଲଗାନ୍ତୁ । ଏପରି କରିବା ଦ୍ୱାରା କେଶ ଝଡିବା ସମସ୍ୟାକମ୍ ହେବା ସହ କେଶ ମଜବୁତ ହୋଇଥାଏ ।

୭ . ରକ୍ତହୀନତା : ଏହି ତେଲ ଲୌହର ଏକ ଉତ୍ତମ ଉତ୍ସ । ଏହାର ସେବନ କରିବା ଦ୍ୱାରା ରକ୍ତହୀନତା ପରି ସମସ୍ୟା ଦୂର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.