ଲାଇଫ୍ ଷ୍ଟାଇଲ୍

ଆଖି ସମସ୍ୟା ସହିତ ଶରୀରରେ ରକ୍ତ ଅଭାବକୁ ଦୂର କରିଥାଏ ପିଆଜ ଏବଂ ଅଦା ରସ

ରୋଷେଇ ଘରେ ପ୍ରାୟତଃ ପିଆଜ ଏବଂ ଅଦା ବ୍ୟଞ୍ଜନର ମସଲା ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ଅଦା ଏବଂ ପିଆଜ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁ ଉପକାରୀ ଅଟେ । କାରଣ ଅଦାରେ ଆଣ୍ଟିଅକ୍ସିଡାଣ୍ଟ ବହୁତ ପରିମାଣରେ ଥାଏ ଯାହା ଶରୀରର ଚାପ ଦୂର କରିବା ସହ ଶରୀରକୁ ଉଚ୍ଚ ରକ୍ତଚାପ, ହୃଦରୋଗ ଏବଂ ଫୁସଫୁସ ରୋଗ ଭଳି ଅନେକ ରୋଗରୁ ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ଏହାସହ ପିଆଜ କେଶ ସମସ୍ୟା ଦୂର କରିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ପିଆଜ ଏବଂ ଅଦା ରସ ମଧ୍ୟ ଶରୀରର ବହୁ ସମସ୍ୟା ଦୂର କରିଥାଏ । ଏହା ପାଚନତନ୍ତ୍ର ଠାରୁ ଆରମ୍ଭ କରି ଆଖି ସମସ୍ୟା ମଧ୍ୟ ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା ପିଆଜ ଏବଂ ଅଦା ରସ ର ଉପକାରିତା ବିଷୟରେ-

– ପିଆଜ ଏବଂ ଅଦା ରସ ଆଖିର ଆଲୋକ ବଢାଇବା ପାଇଁ ସହାୟକ ହୋଇଥାଏ । ପିଆଜ ରସ ଶରୀରରେ ଗ୍ଲୁଟାଥିଅନ୍ ତିଆରି କରିଥାଏ । ଏହା ଏକ ପ୍ରକାରର ପ୍ରୋଟିନ ହୋଇଥାଏ, ଯାହା ଆଖି ପାଇଁ ଲାଭଦାୟକ ହୋଇଥାଏ । ଏହାସହ ପିଆଜ ଏବଂ ଅଦା ରସରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ । ପିଆଜ ରସରେ ଭିଟାମିନ୍-ଇ ଥାଏ, ଯାହା ଆଖି ସହିତ ଜଡିତ ସମସ୍ୟାକୁ ଦୂର କରିଥାଏ ।

– ଗର୍ଭବତୀ ମହିଳାଙ୍କ ପାଇଁ ପିଆଜ ଏବଂ ଅଦା ରସ ଖାଇବା ମଧ୍ୟ ଲାଭଦାୟକ ଅଟେ ।ପିଆଜରେ ଭିଟାମିନ୍ ସି ଥାଏ, ଯାହା ଗର୍ଭବତୀ ମହିଳାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାସହ ପିଆଜରେ ସଲଫର,ଆଇରନ,ଫାଇବର ଏବଂ ଜିଙ୍କ୍ ଭଲ ପରିମାଣରେ ମିଳିଥାଏ । ଏହିପରି ଅଦାରସ ସଂକ୍ରମଣକୁ ରୋକିବାରେ ସହାୟକ ହୋଇଥାଏ ।

– ପିଆଜ ଏବଂ ଅଦା ରସ ଶରୀରରେ ରକ୍ତ ଅଭାବକୁ ଦୂର କରିଥାଏ ।ଅଦା ରସ ସେବନ କରିବା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ଉନ୍ନତ ହୋଇଥାଏ । ଅନ୍ୟପକ୍ଷରେ, କଞ୍ଚା ପିଆଜ ରସ ରକ୍ତହୀନତା ସମସ୍ୟା ଦୂର କରିଥାଏ। ଶରୀରରେ ରକ୍ତ ଅଭାବ ହେଲେ ଅଦା ଏବଂ ପିଆଜ ରସ ସେବନ କରିପାରିବେ ।

Barsha

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

9 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

17 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

32 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

38 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

52 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago