ଥଣ୍ଡା ଦିନରେ ଶରୀରକୁ ଗରମ ରଖିବା ପାଇଁ ପିଅନ୍ତୁ ଅଦା-ପିଆଜ ରସ
ପିଆଜ ଏବଂ ଅଦା ରସ ଅନେକ ସମସ୍ୟାରୁ ମୁକ୍ତି ଦିଏ।ଏହା ଶରୀର ପାଇଁ ଖବୁ ଉପକାରୀ ହୋଇଥାଏ। ଏହା ଶରୀରରେ ପାଚନ ଶକ୍ତିକୁ ବଢ଼ାଇଥାଏ। ଇମ୍ୟୁନିଟି ବୁଷ୍ଟ କରିବା ପାଇଁ ଏହା ସାହାଯ୍ୟ କରେ। ଗର୍ଭବତୀ ମହିଳାଙ୍କ ପାଇଁ ଏହା ଖୁବ ଲାଭକାରୀ ହୋଇଥାଏ। ଏହା ଏନିମିଆ ଭଳି ସମସ୍ୟାକୁ ଦୂର କରିଥାଏ।
ରୋଷେଇ ଘରେ ପିଆଜ ଏବଂ ଅଦାର ମସଲା ବ୍ୟବହାର କରାଯାଇଥାଏ । କିନ୍ତୁ ଅଦା ଏବଂ ପିଆଜ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁ ଉପକାରୀ ଅଟେ । କାରଣ ଅଦାରେ ଆଣ୍ଟିଅକ୍ସିଡାଣ୍ଟ ବହୁତ ପରିମାଣରେ ଥାଏ ଯାହା ଶରୀରର ଚାପ ଦୂର କରିବା ସହ ଶରୀରକୁ ଉଚ୍ଚ ରକ୍ତଚାପ, ହୃଦରୋଗ ଏବଂ ଫୁସଫୁସ ରୋଗ ଭଳି ଅନେକ ରୋଗରୁ ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ଏହାସହ ପିଆଜ କେଶ ସମସ୍ୟା ଦୂର କରିଥାଏ ।
କିନ୍ତୁ ଆପଣ ଜାଣିଛନ୍ତି କି ପିଆଜ ଏବଂ ଅଦା ରସ ମଧ୍ୟ ଶରୀରର ବହୁ ସମସ୍ୟା ଦୂର କରିଥାଏ । ଏହା ପାଚନତନ୍ତ୍ର ଠାରୁ ଆରମ୍ଭ କରି ଆଖି ସମସ୍ୟା ମଧ୍ୟ ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା ପିଆଜ ଏବଂ ଅଦା ରସର ଉପକାରିତା ବିଷୟରେ-
– ପିଆଜ ଏବଂ ଅଦା ରସ ଶରୀରରେ ରକ୍ତ ଅଭାବକୁ ଦୂର କରିଥାଏ ।ଅଦା ରସ ସେବନ କରିବା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ଉନ୍ନତ ହୋଇଥାଏ ।
-ଗର୍ଭବତୀ ମହିଳାଙ୍କ ପାଇଁ ପିଆଜ ଏବଂ ଅଦା ରସ ଖାଇବା ମଧ୍ୟ ଲାଭଦାୟକ ହୋଇଥାଏ।ପିଆଜରେ ଭିଟାମିନ୍ ସି ଥାଏ, ଯାହା ଗର୍ଭବତୀ ମହିଳାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାସହ ପିଆଜରେ ସଲଫର,ଆଇରନ,ଫାଇବର ଏବଂ ଜିଙ୍କ୍ ଭଲ ପରିମାଣରେ ମିଳିଥାଏ । ସଂକ୍ରମଣକୁ ରୋକିବାରେ ସହାୟକ ହୋଇଥାଏ । ଶରୀରକୁ ଗରମ କରିବାରେ ଏହା ସହାୟକ ହୋଇଥାଏ।
-ପିଆଜ ଏବଂ ଅଦା ରସ ଆଖିର ଆଲୋକ ବଢାଇବା ପାଇଁ ସହାୟକ ହୋଇଥାଏ । ଏହା ଏକ ପ୍ରକାରର ପ୍ରୋଟିନ ହୋଇଥାଏ, ଯାହା ଆଖି ପାଇଁ ଲାଭଦାୟକ ହୋଇଥାଏ ।