କବ୍ଜ ସମସ୍ୟା ଦୂର କରିଥାଏ ବନ୍ଧା କୋବି, ଜାଣନ୍ତୁ ଆଉ କେଉଁ ସମସ୍ୟାକୁ କରିଥାଏ ଦୂର

ବନ୍ଧା କୋବି ସ୍ୱାସ୍ଥ୍ୟ ପାଇଁ ଅନେକ ପ୍ରକାର ଲାଭବାନ ହୋଇଥାଏ। ବନ୍ଧା କୋବି ଖାଇବା ପାଇଁ ସ୍ୱାଦିଷ୍ଟ। ଏହି ପରିବା ଶୀତ ଦିନରେ ଚାଷ କରାଯାଇଥାଏ କିନ୍ତୁ ଆଜିକାଲି ମାର୍କେଟରେ ଏହାର ଚାହିଦା ବାର ମାସ ରହୁଛି। ଏହା ବହୁତ ପ୍ରକାରର ଶରୀର ପାଇଁ ଲାଭଦାୟକ। ଆସନ୍ତୁ ଜାଣିବା ବନ୍ଧା କୋବି ଖାଇବାର ଫାଇଦା ବିଷୟରେ।

ଓଜନ ନିୟନ୍ତ୍ରିତ କରିଥାଏ

copil varzaଏହି ପରିବାକୁ ସାଲାଡ କରି ଖାଇବା ଦ୍ୱାରା ଅତିରିକ୍ତ ଚର୍ବୀ କମିଥାଏ। ଏହା ଫାଇବରର ବହୁତ ଭଲ ସ୍ରୋତ ଅଟେ ଯେଉଁଥିରେ ଓଜନ ନିୟନ୍ତ୍ରଣ ରହିଥାଏ। ଏହାକୁ କମ୍‌ ତେଲରେ ରାନ୍ଧିବା ଉଚିତ କାହିଁକିନା ଏହାର ସ୍ୱାଦ ଅତୁଟ ରହିଥାଏ।

ଏହାସହ ପଢନ୍ତୁ : ସବୁବେଳେ ସାଧା ଖାଇ ହୋଇଗଲେଣି କି ବୋର, ତେବେ ଆଜି ପ୍ରସ୍ତୁତ କରନ୍ତୁ ଚିଲି ଇଡଲୀ

ପାଚନ ରହିଥାଏ ଉତ୍ତମ

ଫୁଲ କୋବିରେ ଡାଇଟରୀ ଫାଇବର ଭରପୂର ମାତ୍ରାରେ ରହିଥାଏ ଯାହା ପାଚନତନ୍ତ୍ରକୁ ଠିକ କାର୍ଯ୍ୟ ପ୍ରଣାଳୀରେ ସହାୟକ କରିଥାଏ। କବ୍ଜ ସମସ୍ୟା ଥିଲେ ରାତିରେ ଅଧା ଗ୍ଲାସ ବନ୍ଧା କୋବି ରସ ପିଇବା ଦ୍ୱାରା ବହୁତ ଲାଭ ମିଳିଥାଏ। ଏଥିରେ ଫସଫରସ୍‌ ମିଳିଥାଏ ଯାହା ପାଚନ ସହାୟକ ଏନଜାଇମକୁ ବଢ଼ାଇଥାଏ।

Cabbage ମଜବୁତ ରହିଥାଏ ଗଣ୍ଠି

ପେଟ ସମସ୍ୟାକୁ ଦୂର କରିବା ଏବଂ ଶରୀରରୁ ବିଷଲ୍ୟ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ। ଏଥିରେ ଥିବା କ୍ୟାଲସିୟମ ଗଣ୍ଠିକୁ ମଜବୁତ କରିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ।

Leave A Reply

Your email address will not be published.