ରକ୍ତର ଅଭାବ ଅନୁଭବ କରୁଛନ୍ତି କି, ତେବେ ଖାଆନ୍ତୁ କିସମିସ୍‌

ଯଦି ଆପଣ ନିରୋଗ ରହିବାକୁ ଚାହୁଁଛନ୍ତି ତାହେଲେ ଆପଣ ବ୍ୟସ୍ତ ନହୋଇ ଘରୋଇ ଉପାୟ ଫଲୋ କରନ୍ତୁ। ଦେଖିବେ ଆପଣଙ୍କ ରୋଗ ହୋଇଯିବ ଛୁମନ୍ତର। କିସମିସ ଆପଣଙ୍କ ଶରୀରକୁ ଏତେ ମାତ୍ରାରେ ନିରୋଗ ରଖିବ ଯେ ଆପଣ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରୁ ଦୂରେଇ ରହିବେ। କିସମିସ୍‌ ଖାଇବାର ସବୁଠାରୁ ଭଲ ଉପାୟ ହେଉଛି ରାତିରେ ଭିଜାଇ ସକାଳୁ ଖାଇବା।ଭିଜା କିସମିସରେ ଆଇରନ,ପୋଟାସିୟମ୍,କ୍ୟାଲସିୟମ୍,ମ୍ୟାଗ୍ନେସିୟମ୍ଏବଂ ଫାଇବର୍ ପ୍ରଚୁର ପରିମାଣରେ ରହିଥାଏ।

ରାତିରେ ବତୁରା ହୋଇଥିବା କିସମିସ ଖାଇଲେ ଏବଂ ଏହାର ପାଣି ପିଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ କାରଣରୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଏବଂ ବାହାରର ଜୀବାଣୁ ସହ ଲଢ଼ିବାରେ ସକ୍ଷମ ହୋଇଥାଏ ଏବଂ ବ୍ୟାକ୍ଟେରିଆ ଆମ ଶରୀରକୁ ପ୍ରବେଶ କରିପାରେ ନାହିଁ।

ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ପାଇଁ ଏହି ବତୁରା ହୋଇଥିବା କିସମିସ୍ ଲାଭଦାୟକ ହୋଇଥାଏ । ଏହା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ। ଏଥିରେ ଥିବା ପୋଟାସିୟମ୍ ଉଚ୍ଚ ରକ୍ତଚାପରୁ ମୁକ୍ତି ଦେଇଥାଏ। ଏହା ଦ୍ବାରା ଆପଣ ଆନିମିଆରୁ ରକ୍ଷା ପାଇବେ କାରଣ କିସମିସ୍ ଆଇରନର ପ୍ରମୁଖ ଉପାଦାନ ଅଟେ। ଏହା ସହ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ବି କମ୍ପ୍ଲେକ୍ସ୍ ଥାଏ। ଏହା ରକ୍ତର ମାତ୍ରାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।

ଏହା ହଜମ ଶକ୍ତିକୁ ମଧ୍ୟ ବଢ଼ାଇଥାଏ। ଏଥିରେ ଖଣିଜ ଲବଣ ପ୍ରଚୁର ପରିମାଣରେ ରହିଥାଏ। ଏହା ହାଡ଼କୁ ମଜବୁତ କରିବାରେ ସହାୟକ ହୋଇଥାଏ। ଗୋଟିଏ କଥା ମନେ ରଖନ୍ତୁ ଯେ ବତୁରା ହୋଇଥିବା କିସମିସରେ କ୍ୟାଲୋରୀର ମାତ୍ରା ଅଧିକ ରହିଥାଏ। ସେଥିପାଇଁ ଏହାକୁ ବେଶୀ ଖାଆନ୍ତୁ ନାହିଁ।

ଏହାସହ ପଢନ୍ତୁ : ଜଣେ ବ୍ୟକ୍ତି ଯଦି ବିଷ ପିଇ ଦେଇଛନ୍ତି ତେବେ ତୁରନ୍ତ କରନ୍ତୁ ଏହି କାମ, ବଞ୍ଚିଯାଇପାରେ ଜୀବନ