ପୋଷକ ତତ୍ତ୍ୱରେ ଭରପୂର ଛେଳି କ୍ଷୀର, ଜାଣନ୍ତୁ ଏହାର ଜବରଦସ୍ତ ଫାଇଦା

ଛେଳି କ୍ଷୀର ସ୍ୱାଦରେ ଭଲ ହୋଇନଥିଲେ ବି ଏହାର ଚମତ୍କାରିତା ବିଷୟରେ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ। ଏହାର ମହକ ବହୁତ ଅଲଗା ପ୍ରକାର ହୋଇଥିଲେ ବି ଏହାକୁ ପିଇବାକୁ ନାକ ଟେକନ୍ତୁନାହିଁ। କାହିଁକିନା ଆପଣଙ୍କୁ ଜଣାନାହିଁ ଯେ ଛେଳି କ୍ଷୀରରେ ଔଷଧୀୟ ଗୁଣ ଭରପୂର ହୋଇ ରହିଛି।

ଯେଉଁ ଶିଶୁଙ୍କୁ ମାଆ କ୍ଷୀର ମିଳୁନାହିଁ, ସେମାନଙ୍କୁ ନିଶ୍ଚୟ ଛେଳି କ୍ଷୀର ପିଆଇବା ଉଚିତ। ଏହି କ୍ଷୀର ଗାଈ କ୍ଷୀର ଠାରୁ ବହୁତ ଗୁଣରେ ଅଧିକ ଫାଇଦାପୂର୍ଣ୍ଣ ଏବଂ ନ୍ୟୁଟ୍ରିସନାଲ ଗୁଣ ରହିଥାଏ। ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ।

  1. ଏହା ନବଜାତ ଶିଶୁର ବିକାଶ ଏବଂ ତାଙ୍କ ଅନ୍ତକୁ ମଜବୁତ୍‌ କରିବାରେ ବହୁତ ସାହାଯ୍ୟ କରିଥାଏ।
  2. ସୁପାଚ୍ୟ ହେବା ସହିତ ଶିଶୁର ଇମ୍ୟୁନ ସିଷ୍ଟମକୁ ମଜବୁତ୍‌ କରିଥାଏ ଛେଳି କ୍ଷୀର।
  3. ଛେଳି କ୍ଷୀର ଅନ୍ତନାଡି ଫୁଲିବାକୁ କମ୍‌ କରିବାରେ ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ।
  4. ଛେଳି କ୍ଷୀରରେ ଥିବା ପ୍ରୋଟୀନ ଶିଶୁର ଶାରୀରିକ ବିକାଶରେ ବହୁତ ଲାଭକାରୀ।
  5. ଏହା ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।
  6. ଏଥିରେ କ୍ୟାଲସିୟମ ବହୁତ ରହିଥାଏ ଏବଂ ଏହାଦ୍ୱାରା ହାଡ ମଜବୁତ ମିଳିଥାଏ।
  7. ଏହା କୋଲେଷ୍ଟ୍ରଲକୁ ବି କଣ୍ଟ୍ରୋଲ କରିଥାଏ। ଏହା ହୃଦ ରୋଗକୁ ଦୂର କରିଥାଏ।
  8. ଏଥିରେ ପୋଟାସିୟମ ବ୍ଲଡ ପ୍ରେସରକୁ ବି ନିୟନ୍ତ୍ରିତ ରଖିଥାଏ।
  9. ଡେଙ୍ଗୁ, ଚିକେନଗୁନିଆ ଭଳି ରୋଗରେ ପ୍ଲେଟଲେଟ୍ସକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.