ଘରେ ସୁଖ ଶାନ୍ତି ଚାହୁଁଥିଲେ କରନ୍ତୁ କର୍ପୂରର ଆଳତି, ଦୂର ହେବ ସମସ୍ତ ବାସ୍ତୁଦୋଷ

କର୍ପୂରରେ ରହିଛି ଅନେକ ଚମତ୍କାରୀ ଫାଇଦା। ହିନ୍ଦୁ ଧର୍ମରେ ପୂଜାରେ ଯଦି କର୍ପୂରକୁ ସାମିଲ କରା ନ ଯାଏ ତେବେ ପୂଜାକୁ ଅସମ୍ପୂର୍ଣ୍ଣ ବୋଲି ଧରା ଯାଇଥାଏ। ଘରେ ହେଉ ବା ମନ୍ଦିରରେ ସର୍ବଦା ଆମେ କର୍ପୂର ଜଳାଇ ଆଳତି କରିଥାଉ। ବାସ୍ତୁଶାସ୍ତ୍ର ଅନୁସାରେ, କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ପ୍ରଭାବ ପକାଇଥାଏ।

– କର୍ପୂରରୁ ବାହାରୁଥିବା ସୁଗନ୍ଧ ମନକୁ ଶାନ୍ତ ରଖିବା ସହ ଘରେ ଥିବା ଜୀବାଣୁକୁ ମଧ୍ୟ ନଷ୍ଟ କରିଥାଏ। ସେହିପରି କର୍ପୂରରେ ଆଳତି କରିବା ଦ୍ୱାରା ପିତୃଦୋଷ ମଧ୍ୟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

-ସବୁଦିନେ ସକାଳେ ଏବଂ ସନ୍ଧ୍ୟାରେ କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରେ ସୁଖଶାନ୍ତିର ବାତାବରଣ ବଜାୟ ରହିଥାଏ। ଏହା ଘରକୁ ନକାରାତ୍ମକ ଶକ୍ତିରୁ ଦୂରଇ ରଖିବା ସହ ଆପଣଙ୍କ ଆଳସ୍ୟପଣ ମଧ୍ୟ ଦୂର କରି ସମସ୍ତ ସଦସ୍ୟଙ୍କ ମନ ନିର୍ମଳ ରଖିଥାଏ। ଏଥିସହ ଘରର ସବୁ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

-କର୍ପୂର ଆଳତି କରି ଘରର ସବୁ ସ୍ଥାନରେ ବୁଲାଇବା ଉଚିତ୍। ଏହାଦ୍ୱାରା ଘରକୁ ଦାରିଦ୍ର‌୍ୟ ଗ୍ରାସ କରି ନ ଥାଏ।

ଏହା ସହ ପଢନ୍ତୁ : ମାତ୍ର ୫ ଟଙ୍କାର ଏହି ଛୋଟ ଜିନିଷ ସାହାଯ୍ୟରେ ଦୂର କରନ୍ତୁ ବାସ୍ତୁଦୋଷ,ପିତୃ ଦୋଷ ଏବଂ ନଜର ଦୋଷ

-ଏହାଛଡ଼ା କର୍ପୂରର ଆଉ ଏକ ଉପକାରିତା ମଧ୍ୟ ରହିଛି। ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଯଦି ଆପଣ କୌଣସି ରୋଗରେ ଆକ୍ରାନ୍ତ ଅଛନ୍ତି ତା’ହେଲେ କେଇ ବୁନ୍ଦା କର୍ପୂର ତେଲ ପାଣିରେ ପକାଇ ସ୍ନାନ କରନ୍ତୁ। ଏହା ଆପଣଙ୍କ ଶରୀରର ରୋଗ ଭଲ କରିବାରେ ସହାୟକ ହୋଇଥାଏ।

– ଏଥିସହ ଭଲ ସମୟ ଚାଲୁ ନ ଥିଲେ ଓ ଆର୍ଥିକ ସମସ୍ୟା ଦେଖା ଦେଉଥିଲେ ରୁପାର ଏକ ଥାଳିରେ ପ୍ରତିଦିନ ଲବଙ୍ଗ ଓ କର୍ପୂର ଜଳାନ୍ତୁ। ଦେଖିବେ ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ।

-ଯଦି ଆପଣ ଭାବୁଛନ୍ତି ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ବୋଲି ତାହା ହେଲେ ଆପଣ ପ୍ରତିଦିନ ଗୋଲାପ ଫୁଲ ଉପରେ କର୍ପୂର ରଖି ମା’ ଦୁର୍ଗାଙ୍କ ଆଳତି କରନ୍ତୁ। ଏଥିସହ ସୂର୍ଯ୍ୟାସ୍ତ ସମୟରେ କର୍ପୂର ଦୀପ ଲଗାଇ ଘର ଚାରିଆଡେ ବୁଲାଇବା ସହ ମା’ ଲକ୍ଷ୍ମୀଙ୍କ ଆଳତି କରି ପୂଜା ସ୍ଥାନରେ ସ୍ଥାପନ କରନ୍ତୁ। ଦେଖିବେ ଏଥିରୁ ଆପଣଙ୍କୁ ବହୁ ଫାଇଦା ମିଳିବ।

 

 

Pritiparna

Recent Posts

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

5 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

20 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

26 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

39 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

2 hours ago