ସକାଳେ ଖାଲି ପେଟରେ ନିଶ୍ଚୟ ଖାଆନ୍ତୁ କଞ୍ଚା ଅଁଳା, ଅନେକ ରୋଗରୁ ମିଳିବ ଆରାମ

ସ୍ୱାସ୍ଥ୍ୟ ହେଉଛି ମଣିଷ ପାଇଁ ସବୁଠାରୁ ବଡ ଧନ । ଆମ ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଭିଟାମିନ୍-ସି ଆବଶ୍ୟକ । ଏଭଳି ପରିସ୍ଥିତିରେ ଭିଟାମିନ୍ ସିରେ ଭରପୂର ଅଁଳା କେବଳ ଆଖି, କେଶ ଏବଂ ଚର୍ମ ପାଇଁ ଲାଭଦାୟକ ହୋଇ ନଥାଏ, ବରଂ ଏହାର ଅନ୍ୟାନ୍ୟ ଅନେକ ଲାଭକାରୀ ଗୁଣ ଅଛି । ଆୟୁର୍ବେଦରେ ଅଁଳାକୁ ପୋଷକ ତତ୍ତ୍ୱର ଗନ୍ତାଘର ବୋଲି କୁହାଯାଏ । ବର୍ଷ ବର୍ଷ ଧରି ଅଁଳାକୁ ଆଚାର,ଜୁସ୍ ଏବଂ ଚମନ୍‌ପ୍ରାସ ପରି ଅନେକ ରୂପରେ ସେବନ କରାଯାଏ । ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନେ ପ୍ରତିଦିନ ଅଁଳା ଖାଆନ୍ତି ସେମାନେ ଅନେକ ରୋଗରେ ଆକ୍ରାନ୍ତ ହୁଅନ୍ତି ନାହିଁ, ବିଶେଷକରି ଖାଲି ପେଟରେ ସକାଳେ ଅଁଳାକୁ ଖାଇବା ସବୁଠାରୁ ଲାଭଦାୟକ ବୋଲି ବିଶ୍ୱାସ କରାଯାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ । ଅଁଳାକୁ କଞ୍ଚା କିମ୍ବା ରସ ଆକାରରେ ସେବନ କରିବା ବିଶେଷ ଲାଭଦାୟକ ବୋଲି ବିଶ୍ୱାସ କରାଯାଏ ।

ଏହାସହ ତିନୋଟି ଦୋଷ ବାତ ,ପିତ୍ତ ଏବଂ କଫକୁ ପରିଚାଳିତ କରିବା ସହ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ରୋକିବାରେ ଏହା ଯଥେଷ୍ଟ ପ୍ରଭାବଶାଳୀ ହୋଇଥାଏ । ତେବେ ଆସନ୍ତୁ ଜାଣବା ଖାଲି ପେଟରେ ଅଁଳା ସେବନ କରିବା ଦ୍ୱାରା କ’ଣ କ’ଣ ଫାଇଦା ମିଳିଥାଏ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ଅଁଳା ବହୁ ଲାଭଦାୟକ ହୋଇଥାଏ ।ଏହା ପଲିଫେନୋଲ୍ସ ଏବଂ ଭିଟାମିନ୍-ସି ର ଏକ ସମୃଦ୍ଧ ଉତ୍ସ ଅଟେ , ଯାହା ହଜମ କ୍ରିୟା ଠିକ୍ ରଖିବା ସହ ପ୍ରତିରକ୍ଷା ପ୍ରଣାଳୀକୁ ଦୃଢ କରିବାରେ ସାହାଯ୍ୟ କରିଥାଏ ।

ଏହାସହ ଶରୀରକୁ ଭୂତାଣୁ ଏବଂ ଜୀବାଣୁ ଦ୍ୱାରା ହେଉଥିବା ସଂକ୍ରମଣରୁ ରକ୍ଷା କରିବାରେ ଅଁଳା ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଶରୀରରେ ଥିବା ଟିସୁକୁ ଜୀବନ୍ତ ରଖିବା ସହ ଉତ୍ତମ ମେଟାବୋଲିଜିମ୍ ବଜାୟ ରଖିଥାଏ ।

ଅଧ୍ୟୟନରୁ ଜଣାପଡିଛି ଯେ ଯଦି ରକ୍ତ ପରିଷ୍କାର ରୁହେ ,ତେବେ ଏହା ଅନେକ ରୋଗର ଆଶଙ୍କା ହ୍ରାସ କରିଥାଏ। ଏଥିପାଇଁ ଅଁଳା ଖାଇବା ଲାଭଦାୟକ ଅଟେ ।ରକ୍ତରେ ବିଷାକ୍ତ ପଦାର୍ଥ ବୃଦ୍ଧି ହେଲେ ଶରୀରରେ ଶକ୍ତି ସ୍ତର ହ୍ରାସ ହୋଇଥାଏ ଏବଂ ଚର୍ମ ଓ କେଶର ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ।

ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ଏବଂ ଯକୃତର କାର୍ଯ୍ୟକୁ ସଠିକ୍ ରଖିବାରେ ଏହା ମଧ୍ୟ ସହାୟକ ହୋଇଥାଏ । ଅଧ୍ୟୟନ ଅନୁଯାୟୀ, ଅଁଳା ଖାଇବା ଦ୍ୱାରା ଶରୀରରେ ବିଷାକ୍ତ ସ୍ତର କମିଯାଏ ଏବଂ ହୃଦୟର ସ୍ୱାସ୍ଥ୍ୟ ବୃଦ୍ଧି ହୋଇଥାଏ ।

ମଧୁମେହ ରୋଗୀଙ୍କ ପାଇଁ ଅଁଳା ଖାଇବା ବିଶେଷ ଲାଭଦାୟକ ହୋଇଥାଏ । ଅଁଳାରେ ଅଧିକ ପରିମାଣର କ୍ରୋମିୟମ୍ ଥାଏ ଯାହାକି ରକ୍ତରେ ଶର୍କରା ସ୍ତରରେ ଅନିୟମିତ ସ୍ପାଇକ୍ ରୋକିବାରେ ସାହାଯ୍ୟ କରିଥାଏ ।

ତାଜା ଅଁଳା ଖାଇବା ଦ୍ୱାରା ଇନସୁଲିନ ସମ୍ବେଦନଶୀଳତାକୁ ବଢାଇଥାଏ ଯାହାଦ୍ୱାରା ଡାଇବେଟିଜ୍ ହେବାର ଆଶଙ୍କା କମିଯାଏ । ଏହା ବ୍ୟତୀତ ଏଥିରେ ଥିବା ପଲିଫେନୋଲ୍ସ ଗୁଡିକ ଶରୀରକୁ ଅକ୍ସିଡେଟିଭ୍ ଷ୍ଟ୍ରେସ୍ ଏବଂ କ୍ରୋନିକ୍ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

Leave A Reply

Your email address will not be published.