ଆଜି ଅନନ୍ତ ଚତୁର୍ଦ୍ଦଶୀ, ଜାଣନ୍ତୁ ମହାଭାରତରେ ଶ୍ରୀକୃଷ୍ଣ ଏହି ବ୍ରତ ପାଳନ କରିବା ପାଇଁ କାହିଁକି ପାଣ୍ଡଵମାନଙ୍କୁ କହିଥିଲେ
ଭାଦ୍ରବ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ତିଥିକୁ ଅନନ୍ତ ଚତୁର୍ଦ୍ଦଶୀ ଭାବେ ପାଳନ କରାଯାଇଥାଏ I ଯାହାକି ଆଜି ଦିନରେ ପାଳନ କରାଯାଉଛି I ଏହିଦିନ ଭଗବାନ ଶ୍ରୀହରିଙ୍କ ପୂଜା କରାଯାଇଥାଏ I ଏବଂ ପୂଜା ପରେ ଅନନ୍ତ ବ୍ରତ ଧାରଣ କରାଯାଇଥାଏ I ଏହା ଏକ ବ୍ୟକ୍ତିଗତ ପୂଜା ଅଟେ I ଏହାର କୌଣସି ସାମାଜିକ କିମ୍ବା ଧାର୍ମିକ ଉତ୍ସବ ନଥାଏ I ଅଗ୍ନି ପୁରାଣରେ ଏହାର ବର୍ଣ୍ଣନା କରାଯାଇଛି I ଚତୁର୍ଦ୍ଦଶୀ ତିଥିର ଆରମ୍ଭ ଆଜି ସକାଳ ୫:୦୬ ମିନିଟରୁ ଆରମ୍ଭ ହୋଇଛି I ଆଜିର ଦିନରେ ପାର୍ଥିବ ଗଣେଶଙ୍କ ବିସର୍ଜନ ସହିତ ଦିବସୀୟ ଗଣେଷତ୍ସବର ସମାପନ କରାଯାଇଥାଏ I
ମହାଭାରତର ସମୟରେ ହୋଇଥିଲା ଏହାର ଆରମ୍ଭ
ମହାଭାରତ ସମୟରେ ଏହି ବ୍ରତର ଆରମ୍ଭ ହୋଇଥିଲା ବୋଲି କୁହାଯାଇଥାଏ I ଯେତେବେଳେ ପାଣ୍ଡଵ ମାନେ ଜୁଆରେ ନିଜର ସର୍ବସ୍ୱ ହରାଇ ବଣରେ ବୁଲୁଥିଲେ ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ଏହି ଅନନ୍ତ ଚତୁର୍ଦ୍ଦଶୀ ବ୍ରତ ପାଳନ କରିବା ପାଇଁ କହିଥିଲେ I ଶ୍ରୀକୃଷ୍ଣ କହିଥିଲେ ‘ହେ ଯୁଧିଷ୍ଠିର , ତୁମେ ବିଧି ପୂର୍ବକ ଅନନ୍ତ ବ୍ରତର ପାଳନ କର I ଏହାଦ୍ୱାରା ତୁମର ସାରା ସଙ୍କଟ ଦୂର ହୋଇଯିବ I ଏବଂ ତୁମର ହରାଇଥିବା ରାଜ୍ୟ ତୁମକୁ ପୁଣିଥରେ ପ୍ରାପ୍ତ ହେବ’ I ଶ୍ରୀକୃଷ୍ଣଙ୍କ ଆଜ୍ଞାରେ ଯୁଧିଷ୍ଠିର ଅନନ୍ତ ଭଗବାନଙ୍କ ବ୍ରତ ପାଳନ କରିଥିଲେ I ଯାହା ପ୍ରଭାବରେ ପାଣ୍ଡବମାନେ ମହାଭାରତ ଯୁଦ୍ଧରେ ବିଜୟୀ ହୋଇଥିଲେ ଏବଂ ଚିରକାଳ ରାଜ୍ୟ ଶାସନ କରିଥିଲେ I
ଭଗବାନ ଶ୍ରୀହରିଙ୍କ ୧୪ ଲୋକର ପ୍ରତୀକ ୧୪ ଗଣ୍ଠି
ଏହି ବ୍ରତରେ ସୂତାକୁ କୁଙ୍କୁମରେ ରଙ୍ଗାଇ 14ଗଣ୍ଠି ଦିଆଯାଇଥାଏ I ଏହାପରେ ଏହାକୁ ବିଧି ବିଧାନ ଅନୁଯାୟୀ ପୂଜା କରିବା ସହିତ ହାତରେ ବନ୍ଧା ଯାଇଥାଏ I ହାତରେ ବନ୍ଧା ଯାଇଥିବା ଏହି ବ୍ରତକୁ ଅନନ୍ତ କୁହାଯାଇଥାଏ I ଭଗବାନ ବିଷ୍ଣୁଙ୍କ ରୂପରେ ମାନୁଥିବା ଏହି ବ୍ରତକୁ ରକ୍ଷାସୁତ୍ର ମଧ୍ୟ କୁହାଯାଇଥାଏ I ଏହି ୧୪ ଗଣ୍ଠି ଭଗବାନ ଶ୍ରୀହରିଙ୍କ ୧୪ ଲୋକର ପ୍ରତୀକ ବୋଲି କୁହାଯାଇଥାଏ I ଏହି ଅନନ୍ତ ରୁପି ବ୍ରତକୁ ପୂଜାରେ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରି ବ୍ରତକୁ ନିଜ ବାହୁରେ ବନ୍ଧାଯାଏ I
ଏହାସହ ପଢନ୍ତୁ ବୈଜ୍ଞାନିକମାନେ ଖୋଜି ବାହାର କଲେ ପକ୍ଷୀ ମାନଙ୍କର ଭାଷା, ଏମାନେ ବି କରିଥାନ୍ତି ମଣିଷଙ୍କ ଭଳି କରିଥାନ୍ତି କଥାବାର୍ତ୍ତା
ଧନ ଏବଂ ସନ୍ତାନ କାମନାରେ କରାଯାଇଥାଏ
ଧନ ଏବଂ ସନ୍ତାନର କାମନାରେ ଏହି ବ୍ରତ ପାଳନ କରାଯାଇଥାଏ I କୁହାଯାଏ କି ଏହି ଅନନ୍ତ ଆମ ଉପରେ ଆସୁଥିବା ସମସ୍ତ ସଂକଟରୁ ରକ୍ଷା କରିଥାଏ I ଏହି ଅନନ୍ତ ବ୍ରତ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିଥାଏ ଏବଂ ଅନନ୍ତ ଫଳ ପ୍ରଦାନ କରିଥାଏ I ଶାସ୍ତ୍ରରେ କୁହାଯାଇଛି ଯେ ଏହି ବ୍ରତ ସମସ୍ତ ପ୍ରକାରର କଷ୍ଟରୁ ମୁକ୍ତି ଦେଇ ସମସ୍ତ ବିପତ୍ତିରୁ ଉଦ୍ଧାର କରିଥାଏ I ମହାଭାରତ ଅନୁସାରେ ଦରିଦ୍ରତା ନାଶ ହେବା ସହିତ ଗ୍ରହ ଗୁଡିକର ବାଧା ମଧ୍ୟ ଦୂର ହୋଇଥାଏ I