ଏହି ଖାଦ୍ୟ ଖାଇବା ଦ୍ୱାରା ବଢ଼ିଥାଏ ରାଗ! ଏମିତି ଲୋକ ରୁହନ୍ତୁ ସାବଧାନ

ଆମକୁ ବିଭିନ୍ନ କାରଣରୁ ରାଗ ଆସିଥାଏ। ଆର୍ଥିକ ସମସ୍ୟା ହେଉ କି ନିଜ ଲୋକଙ୍କଠାରୁ ଧୋକା, ପାରିବାରିକ ହେଉ କି ଜମିବାଡ଼ି ବିବାଦ, ଅଫିସ୍‌ରେ କାମର ବୋଝ ହେଉ କି ଚିନ୍ତା କିମ୍ବା ଅବସାଦ, ଏ ସମସ୍ତ ଜିନିଷ ରାଗ ଆସିବାର ପ୍ରମୁଖ କାରଣ ହୋଇପାରେ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଦୈନନ୍ଦିନ ଜୀବନରେ ଖିଆ ଯାଉଥିବା କିଛି ଖାଦ୍ୟ ମଧ୍ୟ ମଣିଷ ମନରେ ରାଗ ଜନ୍ମାଇଥାଏ। ଆଜି ଆମେ ଆପଣଙ୍କୁ ରାଗ ଜନ୍ମାଉଥିବା ଏମିତି ହିଁ କିଛି ଖାଦ୍ୟ ପଦାର୍ଥ ବିଷୟରେ କହିବୁ।

କଫି: କଫି ବହୁତ ଲୋକ ପିଅନ୍ତି। ବିଶେଷ କରି ଓ୍ଵାର୍କଆଉଟ୍‌ କରୁଥିବା ଲୋକେ ବ୍ଲାକ୍‌ କଫି ସେବନ କରି ଥାଆନ୍ତି। ଆଳସ୍ୟ କିମ୍ବା ଥକ୍କାପଣ ଥିଲେ କଫି ସେବନ ଦ୍ୱାରା ବ୍ୟକ୍ତି ଏନର୍ଜିଟିକ୍‌ ହୋଇ ଯାଇଥାଏ। ଏହା ସବୁକିଛି କାଫିନ୍‌ ଯୋଗୁ ହୋଇଥାଏ। ଏନର୍ଜି ହାଇ ରହିଲେ ଏହା ମସ୍ତିଷ୍କକୁ ଟ୍ରିଗର କରିଥାଏ ଏବଂ ରାଗକୁ ବଢ଼ାଇ ପାରେ। ତେଣୁ କଫି ଅଧିକ ମାତ୍ରାରେ ସେବନ କରନ୍ତୁ ନାହିଁ।

ମସଲାଯୁକ୍ତ ଖାଦ୍ୟ: ମସଲାଯୁକ୍ତ ଖାଦ୍ୟ ଖାଇଲେ ଶରୀରକୁ ଉଷ୍ମତା ମିଳିଥାଏ। ଯଦି ଆପଣଙ୍କ ଶରୀର ପୂର୍ବରୁ ହିଁ ଗରମ, ତା’ ହେଲେ ଏହି ଖାଦ୍ୟ ଖାଆନ୍ତୁ ନାହିଁ। ଶରୀରକୁ ଅଧିକ ହିଟ୍‌ ଦେଲେ ପିତ୍ତ ଦୋଷ ବଢ଼ିଯିବ, ଯାହାକି ରାଗକୁ ବଢ଼ାଇବାର କାମ କରିବ। ଆପଣ ଦେଖିଥିବେ, ଯେଉଁ ଲୋକ ଅଧିକ ରାଗ କିମ୍ବା ମସଲାଯୁକ୍ତ ଖାଦ୍ୟ ଖାଇ ଥାଆନ୍ତି, ସେମାନଙ୍କୁ ଅଧିକ ରାଗ ଆସିଥାଏ।

ଫୁଲକୋବି: ଫୁଲକୋବି ଖାଇଲେ ଶରୀରରେ ଗ୍ୟାସ୍‌ ସୃଷ୍ଟି ହୋଇଥାଏ, ଯାହାକି ଆପଣଙ୍କ ରାଗର କାରଣ ବନି ଯାଇଥାଏ। ବ୍ରୋକଲି ସହିତ ମଧ୍ୟ ଏହି ସମସ୍ୟା ଦେଖା ଦେଇଥାଏ।

ଟମାଟୋ: ଟମାଟୋ ଖାଇଲେ ଅନେକ ଫାଇଦା ତ ମିଳିଥାଏ, କିନ୍ତୁ ଏହାକୁ ଗରମ ଆହାର କୁହାଯାଏ। ଏହା ଶରୀରର ଉଷ୍ମତାକୁ ବଢ଼ାଇପାରେ, ଯଦ୍ଦ୍ଵାରା ମଣିଷକୁ ରାଗ ଆସିପାରେ।

ରସାଳିଆ ଫଳ: କାକୁଡ଼ି ଓ ତରଭୁଜ ଖାଇଲେ ଆମ ଶରୀର ହାଇଡ୍ରେଟ୍‌ ରହିଥାଏ, କିନ୍ତୁ ଏହା କ୍ରୋଧ ବଢ଼ାଇବାରେ ଆଉ ଏକ କାରଣ ସାଜିପାରେ। ଯଦି ଆପଣ ଚିନ୍ତା କି ଅବସାଦରେ ଅଛନ୍ତି, ତା’ ହେଲେ ଏମିତି ଫଳ ଆଦୌ ଖାଆନ୍ତୁ ନାହିଁ।

ବାଇଗଣ: ବାଇଗଣରେ ଏସିଡିକ୍‌ କଣ୍ଟେଣ୍ଟ୍‌ ଅଧିକ ରହିଥାଏ, ଯାହା ଆପଣଙ୍କ ମନରେ କ୍ରୋଧ ସୃଷ୍ଟି କରିପାରେ। ଯଦି ଆପଣଙ୍କୁ ଲାଗୁଛି କି, ଏହି ପରିବା ଖାଇବା ଦ୍ୱାରା ମନକୁ ରାଗ ଆସୁଛି, ତା’ ହେଲେ ଏହାକୁ କମ୍‌ ମାତ୍ରାରେ ସେବନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.