ଲାଇଫ୍ ଷ୍ଟାଇଲ୍

ଓଜନ କମ୍‌ କରିବାକୁ ଏହି ସମୟରେ ସେବନ କରନ୍ତୁ ଆପଲ ସାଇଡର ଭିନେଗାର, କିଛି ଦିନରେ ହିଁ ହୋଇଯିବେ ପତଳା

କାହିଁ କେଉଁ କାଳରୁ ଆପଲ ସାଇଡର ଭିନେଗାରକୁ ଔଷଧ ଭାବେ ବ୍ୟବହାର କରାଯାଉଛି। ଏହା ସେଓରୁ ତିଆରି ଏକ ଏସିଡ୍‌। ଖାସ୍‌ କରି ଓଜନ କମ୍‌ କରିବା ପାଇଁ ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଏ। ଏଥିସହ ଆପଲ ସାଇଡର ଭିନେଗାର ଟାଇପ୍‌ ୨ ଡାଇବେଟିସ୍‌, ଏକ୍‌ଜିମା ଓ ହାଇ କୋଲୋଷ୍ଟ୍ରୋଲର ସମସ୍ୟାକୁ ମଧ୍ୟ ଦୂର କରିଥାଏ। ସାଧାରଣତଃ ଲୋକମାନେ ଏହାକୁ ଭିନ୍ନ ଭିନ୍ନ ସମୟରେ ସେବନ କରିଥାନ୍ତି। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଏହାକୁ ସେବନ କରିବାର ପ୍ରକୃତ ସମୟ ବିଷୟରେ ଅବଗତ ଥିବେ। ତେବେ ଆସନ୍ତୁ ଜାଣିବା ଆପଲ ସାଇଡର ଭିନେଗାର ସେବନର ସଠିକ୍‌ ସମୟ ସମ୍ପର୍କରେ…

ଏକ୍ସପର୍ଟଙ୍କ ମତରେ ଆପଲ ସାଇଡର ଭିନେଗାରକୁ ଦିନରେ ପିଇବା ଯେତିକି ଭଲ, ରାତିରେ ଶୋଇବା ପୂର୍ବରୁ ବି ପିଇବା ସେତିକି ଲାଭଦାୟକ। କିନ୍ତୁ ଏହାକୁ ପିଇବାର ସଠିକ୍‌ ସମୟ ସକାଳେ ଖାଲି ପେଟରେ ବୋଲି କୁହାଯାଏ। ସକାଳୁ ଖାଲି ପେଟରେ ଉଷୁମ ପାଣି ସହ ଆପଲ ସାଇଡର ଭିନେଗାର ପିଇବା ଓଜନ କମାଇବାରେ ସାହାଯ୍ୟ କରେ। ଆପଣ ଚାହିଁଲେ ସ୍ୱାଦ ବଢ଼ାଇବା ପାଇଁ ଏଥିରେ କିଛି ମହୁ ମିଶାଇ ପାରିବେ।

ସକାଳୁ ଖାଲି ପେଟରେ ଆପଲ ସାଇଡର ଭିନେଗାର ପିଇବା ଦ୍ୱାରା ପେଟ ପୂରିବା ଭଳି ଲାଗେ। ଫଳରେ ବ୍ୟକ୍ତି କମ୍‌ ଖାଇଥାନ୍ତି। ଯାହା ଓଜନ କମାଇବାରେ ସାହାଯ୍ୟ କରେ। ତେବେ ସବୁ ବେଳେ ଆପଲ ସାଇଡର ଭିନେଗାରକୁ ପାଣିରେ ମିଶାଇ ପିଇବେ। ଏହାକୁ ସିଧାସଳଖ ସେବନ କରିବା ବିପଦଜନକ ସାବ୍ୟସ୍ତ ହୋଇପାରେ। ଏଥିରେ ଏସିଡ୍‌ ଭାଗ ରହିଥିବାରୁ ପେଟ ପୋଡ଼ିବା ଆଶଙ୍କା ରହିଛି। ତେବେ ଧ୍ୟାନ ରଖିବେ ଦିନକୁ ମାତ୍ର ୧୫ ମିଲିଲିଟର ଆପଲ୍‌ ସାଇଡର ଭିନେଗାର ହିଁ ସେବନ କରିବା ଉଚିତ। ଅଧିକ ସେବନ କଲେ ଅନ୍ୟ ଶାରୀରିକ ସମସ୍ୟା ଦେଖା ଦେଇପାରେ।

ଆପଲ ସାଇଡର ଭିନେଗାରର ଅନ୍ୟ ଫାଇଦା:

  • ମାସିକ ଧର୍ମ ବା ପିରିୟଡ୍ସ ବେଳେ ଅଧିକାଂଶ ମହିଳାଙ୍କ ଠାରେ ପେଟ କାମୁଡ଼ିବା, ଅଣ୍ଟା ବିନ୍ଧିବା, ଗୋଡ଼ ହାତ ବିନ୍ଧିବା, ମୁଡ୍‌ ସୁଇଂ ହେବା ଭଳି ସମସ୍ୟା ଦେଖାଦିଏ। ଏସବୁ ସମସ୍ୟାରୁ ମୁକ୍ତି ପାଇବାକୁ ଆପଣ ଆପଲ ସାଇଡର ଭିନେଗାର ବ୍ୟବହାର କରିପାରିବେ। ଏଥିପାଇଁ ଏକ ଗ୍ଲାସ ପାଣିରେ ୨ ଛୋଟ ଚାମଚ ଆପଲ ସାଇଡର ଭିନେଗାର ମିଶାଇ ଗୋଳାଇ ପିଇ ଦିଅନ୍ତୁ। ଯେତେ ଦିନ ଯାଏଁ ପିରିୟଡ୍‌ ଚାଲିଥିବ ସେତେ ଦିନ ଏହାକୁ ପିଇଲେ ଯନ୍ତ୍ରଣା ଲାଘବ ହେବ।
  • ମହିଳାଙ୍କ ଠାରେ ଦେଖାଯାଉଥିବା ଆଉ ଏକ ସାଧାରଣ ସମସ୍ୟା ହେଉଛି ପିସିଓଏସ୍‌ ବା ପଲିସିଷ୍ଟିକ୍‌ ଓଭାରି ସିଣ୍ଡ୍ରୋମ୍‌। ଶରୀରର ହର୍ମୋନ୍‌ ଲେବଲ ଅସନ୍ତୁଳିତ ହେଲେ ଏହି ସମସ୍ୟା ଦେଖାଯାଏ। ଏଥିରୁ ମୁକ୍ତି ପାଇଁ ମଧ୍ୟ ଆପଲ ସାଇଡର ଭିନେଗାର ସେବନ କରିପାରିବେ। ଆପଲ ସାଇଡର ଭିନେଗାର ହରମୋନ୍‌କୁ ବାଲାନ୍ସ କରିଥାଏ, ଫଳରେ ପିସିଓଏସ୍‌ ସମସ୍ୟା ଦୂର ହୁଏ।
  • ମୁହଁରେ ବ୍ରଣ ଉଠୁଥିଲେ କିମ୍ବା ଦାଗ ହୋଇଥିଲେ ଏହି ସମସ୍ୟାରୁ ମୁକ୍ତି ପାଇଁ ମଧ୍ୟ ଆପଣ ଆପଲ ସାଇଡର ଭିନେଗାର ବ୍ୟବହାର କରିପାରିବେ। ଏହାକୁ ପାଣିରେ ମିଶାଇ ପିଇବା ସହ ପାଣିରେ ମିଶାଇ ମୁହଁରେ ଲଗାଇଲେ ମଧ୍ୟ ତ୍ୱଚାର ଦାଗ ଦୂର ହୋଇଥାଏ। ସେହିପରି ମୁଣ୍ଡରେ ରୂପି ହେଉଥିଲେ କିମ୍ବା ଇନ୍‌ଫେକସନ୍‌ ହୋଇଥିଲେ ଆପଲ ସାଇଡର ଭିନେଗାର ସେବନ କରନ୍ତୁ ଓ ଏହାକୁ ମୁଣ୍ଡରେ ଲଗାନ୍ତୁ। ଇନ୍‌ଫେକସନ୍‌ ଦୂର ହେବ।
WCW 11

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

6 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

9 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

43 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

44 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago