ବଟର ମିଲ୍କରେ ଗୋଲାପଜଳ ମିଶାଇ ଲଗାନ୍ତୁ ତ୍ୱଚାରେ, ମିଳିବ ଏହି ୪ ଫାଇଦା

ବଟର ମିଲ୍କର ସେବନ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଉଚ୍ଚ ମାତ୍ରାରେ ପୋଟାସିୟମ୍‌, ଭିଟାମିନ ବି୧୨, କ୍ୟାଲ୍‌ସିୟମ ଓ ରାଇବୋଫ୍ଲେବିନ୍‌ ମହଜୁଦ ରହିଥାଏ। ଏହାଛଡ଼ା ଫସ୍‌ଫରସର ବି ବଢ଼ିଆ ସ୍ରୋତ ରହିଛି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ସ୍କିନ୍‌ ପାଇଁ ବଟର ମିଲ୍କ ଅଧିକ ଲାଭଦାୟକ ହୋଇଥାଏ। ତ୍ୱଚାର ସୁନ୍ଦରତାକୁ ବଢ଼ାଇବା ପାଇଁ ଆପଣ ବଟର ମିଲ୍କରେ ଗୋଲାପଜଳ ମିଶାଇ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ।

-ବଟର ମିଲ୍କ ତ୍ୱଚାକୁ ମଇଶ୍ଚରାଇଜ କରିବା ସହିତ ସଫା କରିବା କାମ ମଧ୍ୟ କରିଥାଏ। ଏଥିରୁ ଲାକ୍ଟିକ୍‌ ଏସିଡ୍‌ ମିଳିଥାଏ, ଯାହା ସ୍କିନର ମଇଳାକୁ ବାହାର କରି ଦେଇଥାଏ।

-ବଟର ମିଲ୍କରୁ ତ୍ୱଚାର ରଙ୍ଗ ଲାଇଟ୍‌ ହୋଇଥାଏ। ଏହା ଚେହେରାର ରଙ୍ଗକୁ ଗୋରା କରିବା ସହିତ ସମସ୍ତ ଚିହ୍ନ, ଦାଗକୁ ଫିକା କରି ଦେଇଥାଏ।

-ବଟର ମିଲ୍କରେ ହଳଦୀ ପାଉଡର ଓ ବେସନ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ ନିଜ ଚେହେରାରେ ୧୫ରୁ ୨୦ ମିନିଟ୍‌ ପାଇଁ ଲଗାଇ ରଖନ୍ତୁ। ଏହାପରେ ଆପଣ ହାଲୁକା ଗରମ ପାଣିରେ ମୁହଁ ଧୋଇ ନିଅନ୍ତୁ। ଏହାଦ୍ୱାରା ସ୍କିନ୍‌ର ଟେକ୍ସଚର ବଢ଼ିଆ ରହିବ।

-ଥଣ୍ଡା ବଟର ମିଲ୍କରେ ଟମାଟୋ ରସ ମିଶାଇ ଲଗାଇବା ଦ୍ୱାରା ଟ୍ୟାନିଂ ସମସ୍ୟା ଦୂର ହୋଇଯାଇଥାଏ। ଏହାକୁ ଲଗାଇବାର ୧ ଘଣ୍ଟା ପରେ ଚେହେରା ଧୋଇ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.