ତ୍ୱଚାରେ ପ୍ରତିଦିନ ଲଗାନ୍ତୁ କାକୁଡ଼ି ଜେଲ୍, ଖରାଦିନେ ପାଇବେ ଗ୍ଲୋଇଂ ସ୍କିନ୍, ଏମିତି ତିଆରି କରନ୍ତୁ ଘରେ
ଏବେ ଖରାଦିନ ଆସିଗଲାଣି। ଏହିଦିନେ ସାଧାରଣତଃ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଅଧିକ ମାତ୍ରାରେ ଦେଖାଦେଇଥାଏ। ଯେପରି ସନ୍ବର୍ଣ୍ଣ, ଟ୍ୟାନିଂ, ଡଲ୍ନେସ, ପିମ୍ପଲ୍ସ ଆଦି ସମସ୍ୟା। ତେଣୁ ଏମିତି ସ୍ଥିତିରେ ଆମକୁ ଆମ ତ୍ୱଚାର ଯତ୍ନ ନିହାତି ରୂପେ ନେବା ଉଚିତ। ଖରାଦିନେ ଏଲୋଭେରା ସ୍କିନ୍ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହା ସ୍କିନ୍କୁ ଥଣ୍ଡା ରଖିଥାଏ। ଏହିପରି କାକୁଡ଼ିକୁ ମଧ୍ୟ ଖରାଦିନେ ଥଣ୍ଡା ରଖିବା ପାଇଁ ବ୍ୟବହାର କରାଯାଇ ପାରିବ। ଆଜି ଆମେ ଆପଣଙ୍କୁ କାକୁଡ଼ି ଜେଲ୍ ବନାଇବାର ପ୍ରଣାଳୀ ବିଷୟରେ କହିବୁ।
ସାମଗ୍ରୀ
– ଗୋଟିଏ କାକୁଡ଼ି
– ୨ ବଡ଼ ଚାମଚ ଏଲୋଭେରା ଜେଲ୍
– ଏୟାର ଟାଇଟ ଡବା
ପ୍ରଣାଳୀ
-ପ୍ରଥମେ କାକୁଡ଼ିକୁ ଭଲ ଭାବେ ସଫା କରି ନିଅନ୍ତୁ।
-ଏହାକୁ କୋରି ନିଅନ୍ତୁ।
-ଏବେ ଏହାର ସବୁ ରସ ବାହାର କରି ଦିଅନ୍ତୁ।
– ଏଥିରେ ଏଲୋଭେରା ଜେଲ୍ ମିଶାନ୍ତୁ। କାକୁଡ଼ି ରସ ଏବଂ ଏଲୋଭେରା ଜେଲ୍ର ମାତ୍ରା ସମାନ ରହିବା ଉଚିତ।
-ଏହାକୁ ଆପଣ ଭଲ ଭାବେ ମିକ୍ସ କରି ନିଅନ୍ତୁ ଏବଂ ଏୟାର ଟାଇଟ୍ ଡବାରେ ରଖି ଦିଅନ୍ତୁ।
-ଆପଣ ଏହି ଜେଲ୍କୁ ରାତିରେ ଚେହେରାରେ ଲଗାଇ ଶୋଇପାରିବେ।
କାକୁଡ଼ି ଜେଲ୍ର ଫାଇଦା
-ଏହାକୁ ଚେହେରାରେ ଲଗାଇଲେ ସ୍କିନ୍ ପୋର୍ସର ସାଇଜ ଛୋଟ ହୋଇଥାଏ ଏବଂ ସ୍କିନ୍ ଟାଇଟ୍ ହୋଇଥାଏ।
-କାକୁଡ଼ି ଜେଲ୍ ତ୍ୱଚାରୁ ଟ୍ୟାନିଂ ଦୂର କରିଥାଏ। ଏହା ସନ୍ସ୍କ୍ରିନ୍ ଭଳି କାମ ଦେଇଥାଏ।
-କାକୁଡ଼ି ଜେଲ୍ ଲଗାଯାଇ ତ୍ୱଚାର ଡଲ୍ନେସକୁ ଦୂର କରାଯାଇପାରିବ। ଏହାଦ୍ୱାରା ତ୍ୱଚା ଗ୍ଲୋଇଂ କରିଥାଏ।
-କାକୁଡ଼ିରେ ବ୍ଲିଚିଂ ପ୍ରପର୍ଟିଜ୍ ରହିଥାଏ। ଏହାକୁ ପ୍ରୟୋଗ କରିବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ।