ଆପଣଙ୍କ ପ୍ରିୟ ସେଲିବ୍ରିଟିଙ୍କ ଭଳି ଗୋରାପଣ ଚାହୁଁଛନ୍ତି କି ? ଲଗାନ୍ତୁ ଦହି ଓ ତେଜପତ୍ର ଫେସପ୍ଯାକ୍

ଆଜିକାଲିର ଯୁବତୀ ନିଜକୁ ସୁନ୍ଦର ରଖିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ବଜାରରେ ମିଳୁଥିବା ସମାଗ୍ରୀ ଠାରୁ ଆରମ୍ଭ କରି ଘରୋଇ ଉପାୟ ପର୍ଯ୍ଯନ୍ତ ସବୁକିଛି ଟ୍ରାଏ କରୁଛନ୍ତି। ମହଙ୍ଗା ମହଙ୍ଗା ପ୍ରସାଧନ ସାମଗ୍ରୀକୁ ବ୍ଯବହାର କରି ମଧ୍ୟ ଯଦି ବିଶେଷ କିଛି ଫଳାଫଳ ମିଳୁନାହିଁ, ତେବେ ଅଧିକାଂଶ ଯୁବତୀ ଘରୋଇ ଉପାୟ ଆପଣାଉଛନ୍ତି।

ତ୍ବଚାକୁ ଉଜ୍ବଳ ଏବଂ ଦାଗହୀନ କରିବା ପାଇଁ ମହିଳାମାନେ ଅନେକ ପ୍ରକର ବିୟୁଟି ପ୍ରଡକ୍ଟ ବ୍ଯବହାର କରୁଛନ୍ତି। କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଜିନିଷ କହିବୁ, ଯାହା ଆପଣ ଘରେ ବସି ବସି ପାଇପାରିବେ। ଏଥିପାଇଁ ଆପଣଙ୍କୁ ଗୋଟେ ହେଲେ ବି ପଇସା ଖର୍ଚ୍ଚ କରିବାକୁ ପଡିବନାହିଁ।

ଏମିତିରେ ଆପଣ ଘରେ ଦହି ଏବଂ ତେଜପତ୍ରର ଫେସପ୍ଯାକ୍ ବ୍ଯବହାର କରି ଉଜ୍ବଳ ତ୍ବଚା ପାଇପାରିବେ। ତେବେ ଜାଣନ୍ତୁ କେମିତି ବନାଇବେ ଦହି ଓ ତେଜପତ୍ରଫେସପ୍ଯାକ୍।

ଦହି ଓ ତେଜପତ୍ର ଫେସପ୍ଯାକ୍:

ପ୍ରଥମେ ତେଜପତ୍ର ଓ ଦହି ଫେସପ୍ଯାକ କରିବା ପାଇଁ ତେଜପତ୍ରକୁ ପାଉଡର ଭଳି ଗୁଣ୍ଡ କରିଦିଅନ୍ତୁ। ଏହା ପରେ କୌଣସି ଏକ ପାତ୍ରରେ ଦହି କାଢି ଭଲଭାବେ ଫେଣ୍ଟି ଦିଅନ୍ତୁ। ଏବେ ଏଥିରେ ତେଜପତ୍ର ପାଉଡର ମିକ୍ସ କରି ଭଲ ଭାବେ ଘାଣ୍ଟି ଦିଅନ୍ତୁ। ଏବେ ଫେସପ୍ଯାକ୍ ପ୍ରସ୍ତୁତ। ଏହି ଫେସପ୍ଯାକକୁ ଲଗାଇ କିଛି ସମୟ ରଖି ଭଲଭାବେ ସଫା କରିଦିଅନ୍ତୁ। ଏମିତି ସପ୍ତାହକୁ ଦୁଇ ଥର କରିବା ଦ୍ବାରା ଭଲ ରେଜଲ୍ଟ ମିଳିଥାଏ।

Leave A Reply

Your email address will not be published.