ଲାଇଫ୍ ଷ୍ଟାଇଲ୍

ଶିଶୁଙ୍କ ତ୍ୱଚା ହେବ ଉଜ୍ୱଳ, ଆପଣାନ୍ତୁ ଏହି ଘରୋଇ ଉପାୟ

ଛୋଟ ପିଲା ଭଗବାନଙ୍କ ସଦୃଶ। ଛୋଟପିଲା ଯେପରି ହୋଇଥାନ୍ତି, ଆମେ ତାଙ୍କୁ ସେପରି ଗ୍ରହଣ କରିଥାଉ। ଛୋଟ ଶିଶୁର ରଙ୍ଗରେ କୌଣସି ପାର୍ଥକ୍ୟ ନଥାଏ। ଆପଣଙ୍କ ପିଲାର ତ୍ୱଚା ରଙ୍ଗ ମାତାପିତାଙ୍କ ଜିନ୍‌ ଉପରେ ନିର୍ଦ୍ଧାରିତ ହୋଇଥାଏ। ଜନ୍ମ ପରେ ଶିଶୁର ରଙ୍ଗ ଯାହା ଥାଏ, ସେମିତି ହିଁ ରୁହେ। କିନ୍ତୁ ଏମିତି କିଛି ଘରୋଇ ଉପାୟ ରହିଛି, ଯାହାକୁ ବ୍ୟବହାର କରିବା ଦ୍ୱାରା ରଙ୍ଗରେ କିଛି ପରିବର୍ତ୍ତନ ଆସିଥାଏ। ଆପଣ ବଜାରରେ ମିଳୁଥିବା କ୍ରିମ କିମ୍ବା ଲୋସନ ଲଗାଇବା ଆବଶ୍ୟକ ନାହିଁ। ଏହାକୁ ସବୁ ବ୍ୟବହାର କରିବା ଦ୍ୱାରା କୋମଳ ତ୍ୱଚା ଉପରେ ଖରାପ ପ୍ରଭାବ ପଡିଥାଏ। କିନ୍ତୁ ଆନ୍ତୁ ଜାଣିବା ଏମିତି କିଛି ଘରୋଇ ଉପାୟ, ଯାହା ଆପଣଙ୍କ ଶିଶୁର ତ୍ୱଚାକୁ ଉଜ୍ୱଳ କରିବ..

ବେସନ ପେଷ୍ଟ : ଶିଶୁର ତ୍ୱଚାକୁ ଉଜ୍ୱଳ କରିବାକୁ ହେଲେ ବେସନ ପେଷ୍ଟ ବେଶ୍‌ ଜରୁରୀ। ବେସନ ପେଷ୍ଟ ପ୍ରସ୍ତୁତ କରିବା ପାଇଁ ହଳଦୀ, କଞ୍ଚା କ୍ଷୀର, ଲହୁଣୀ ଏବଂ ବେସନ ପକାଇ ଏକ ପେଷ୍ଟ ପ୍ରସ୍ତୁତ କରିନିଅନ୍ତୁ। ଏବେ ଏହି େଷ୍ଟେକୁ ନେଇ ଶିଶୁର ସ୍କିନରେ ୧୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ପରେ ଏହାକୁ ଏକ ମୁଲାୟମ କପଡା ସାହାଯ୍ୟରେ ସଫା କରିଦିଅନ୍ତୁ। ଏହି ପେଷ୍ଟକୁ ଶିଶୁର ତ୍ୱଚାରେ ଲଗାଇବା ଦ୍ୱାରା ରଙ୍ଗରେ ଫରକ ଦେଖିପାରିବେ।

ବଡି ପ୍ୟାକ୍‌ : ଘରେ ବଡି ପ୍ୟାକ୍‌ କରିବା ପାଇଁ ଚନ୍ଦନ ପାଉଡର, କଞ୍ଚା କ୍ଷୀର, ହଳଦୀ ଏବଂ କେସର ମିଶାଇଦିଅନ୍ତୁ। ଏହାକୁ ଶିଶୁର ଶରୀରରେ ଲଗାଇବା ପରେ ଶୁଖିବା ପାଇଁ ଛାଡିଦିଅନ୍ତୁ। ଏହି ପ୍ୟାକ୍‌ ମଧ୍ୟ ଶିଶୁର ତ୍ୱଚାକୁ ଉଜ୍ୱଳ କରିଥାଏ।

ମଶ୍ଚରାଇଜର ଲଗାନ୍ତୁ : ଶିଶୁଙ୍କ ତ୍ୱଚା ବହୁତ କୋମଳ ହୋଇଥାଏ। ଦିନକୁ ଦୁଇରୁ ତିନି ଥର ହାଲକା ଭାବେ ମଶ୍ଚରାଇଜର ଲଗାଇବା ଉଚିତ। ଏପରି କଲେ ତ୍ୱଚାରେ ଚମକ ଆସିବା ସହିତ ହାଇଡ୍ରେଟ୍‌ ହୋଇଥାଏ। ଏହା ଶିଶୁର ତ୍ୱଚାକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ।

ତେଲ ମସାଜ : ତେଲ ମସାଜ କରିବା ଶୁଶୁଙ୍କ ତ୍ୱଚାକୁ ସ୍ମଥ ଏବଂ ହାଇଡ୍ରେଟ୍‌ କରିଥାଏ। ଆପଣ ଶିଶୁର ତ୍ୱଚାରେ ନଡିଆ ତେଲ କିମ୍ବା ଅଲଭି ତେଲ ପ୍ରୟୋଗ କରିପାରିବେ। ତେଲକୁ ଅଳ୍ପ ଉଷୁମ କରି ଶିଶୁର ତ୍ୱଚାରେ ମସାଜ କରନ୍ତୁ।

ସନବାଥ କରାନ୍ତୁ : ପ୍ରତିଦିନ ଶିଶୁକୁ ସକାଳ ଖରାରେ ଗାଧୋଇବା ଉଚିତ। ଏହାଦ୍ୱାରା ଶରୀରରେ ଉର୍ଜା ଉତ୍ପନ୍ନ ହୋଇଥଶଏ। ଏହାଛଡା ଭିଟାମିନ ଡି ମଧ୍ୟ ମିଳିଥାଏ। କିନ୍ତୁ ପ୍ରଖର ଖରାରେ କେବେ ବି ଶିଶୁକୁ ଗାଧୋଇବା ଉଚିତ ନୁହେଁ। ପିଲାଙ୍କୁ ଖରାରେ ବସାଇବା ପରେ ଅଳ୍ପ ଉଷୁମ ପାଣିରେ ଗାଧୋଇ ଦେବା ଉଚିତ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago