ଚମକଦାର ତ୍ୱଚା ପାଇଁ ଚେହେରାରେ ଲଗାନ୍ତୁ ହୋମମେଡ୍ ବେସନ କ୍ଲିଞ୍ଜର, ଜାଣନ୍ତୁ ବ୍ୟବହାର କରିବାର ଠିକ୍ ଉପାୟ
ବେସନ କେବଳ ଏକ ଖାଇବା ଜିନିଷ ନୁହେଁ, ବରଂ ଏହା ଆପଣଙ୍କ ସ୍କିନ୍ ପାଇଁ ମଧ୍ୟ ବେଶ୍ ଉପଯୋଗୀ ହୋଇଥାଏ। ସବୁ ପ୍ରକାର ସ୍କିନ୍ ପାଇଁ ବେସନ ଫାଇଦାଯୁକ୍ତ ହୋଇଥାଏ। ବାସ୍, ଏହାକୁ ଚେହେରାରେ ଆପ୍ଲାଏ କରିବାର ତରିକା ବଦଳାଇବାକୁ ପଡ଼ିଥାଏ। ଯେମିତି କି, ଅଏଲି ସ୍କିନ୍ ଥିବା ଲୋକେ ଏଲୋଭେରା ଜେଲ୍ କିମ୍ବା ଟି ଟ୍ରି ଅଏଲ୍ ପକାଇ ବେସନ ଫେସ୍ ପ୍ୟାକ ଲଗାଇବା ଉଚିତ, ଯଦ୍ଦ୍ଵାରା କି, ଚେହେରାରେ ଆଉ ବ୍ରଣ ହୋଇ ନ ଥାଏ।
ଫେସ୍ଓ୍ଵାଶ ଜାଗାରେ ବ୍ୟବହାର କରନ୍ତୁ ବେସନ କ୍ଲିଞ୍ଜର: ପ୍ରଥମେ ଏକ ବଡ଼ ଚାମଚ ବେସନରେ ୧ ବଡ଼ ଚାମଚ ଲେମ୍ବୁରସ, ୩ ବଡ଼ ଚାମଚ କ୍ଷୀର ଏବଂ ୧ ଚୁଟ୍କି ହଳଦୀ ପକାଇ ଏହାକୁ ଭଲ ଭାବେ ମିକ୍ସ କରି ନିଅନ୍ତୁ। ଏହି ପେଷ୍ଟକୁ ପ୍ରତିଦିନ ଗାଧୋଇବା ସମୟରେ ସାବୁନ ଜାଗାରେ ବ୍ୟବହାର କରନ୍ତୁ। ହାଲୁକା ହାତରେ ଅଳ୍ପ କିଛି ନେଇ ଏହାକୁ ଶରୀର ଓ ଚେହେରାରେ ମସାଜ କରନ୍ତୁ। ଯେତେବେଳେ ଏହା ଶୁଖି ଆସି ଝଡ଼ିବାରେ ଲାଗିବ, ତ ସାଦା ପାଣିରେ ଗୋଧୋଇ ପଡ଼ିବେ। ଏହା ସ୍କିନ୍କୁ ସଫା ରଖିବା ସହ ମୁଲାୟମ ଏବଂ ହାଇଡ୍ରେଟେଡ୍ ବନାଇଥାଏ।
ବ୍ରଣ ଏବଂ ଚିହ୍ନ, ଦାଗ ଦୂର ପାଇଁ: ୧ ବଡ଼ ଚାମଚ ବେସନରେ ୧ ଛୋଟ ଚାମଚ ଚନ୍ଦନ ପାଉଡର, ୧ ଚୁଟ୍କି ହଳଦୀ ଏବଂ ଦେଢ଼ ଚାମଚ ଗୋଲାପଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ନିଜ ଚେହେରାରେ ଲଗାନ୍ତୁ ଏବଂ ୧୫ ମିନିଟ୍ ପରେ ଧୋଇ ନିଅନ୍ତୁ। ହଳଦୀର ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟି ସେପ୍ଟିକ୍ ତତ୍ତ୍ୱ ବ୍ରଣ ଆଦିକୁ ଭଲ କରିବାରେ ପରଫେକ୍ଟ ହୋଇଥାଏ। ଚନ୍ଦନ ସ୍କିନ୍କୁ ପ୍ୟୁରିଫାଇ କରିବାରେ ସାହାଯ୍ୟ କରିଥାଏ।
ଇନ୍ଷ୍ଟାଣ୍ଟ ଗ୍ଲୋ ପାଇବା ପାଇଁ: ୧ ଛୋଟ ଚାମଚ ବେସନ ଏବଂ ୧ ଛୋଟ ଚାମଚ ମୁଲତାନୀ ମାଟିକୁ ମିଶାଇ ନିଅନ୍ତୁ। ଏଥିରେ ଟମାଟୋ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ନିଜ ଚେହେରାରେ ଲଗାନ୍ତୁ ଏବଂ ଶୁଖିଗଲା ପରେ ମୁହଁ ଧୋଇ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଚେହେରାରୁ ଅତିରିକ୍ତ ତୈଳ ବାହାରିଯିବ। ଟମାଟୋ ଅଏଲି ସ୍କିନ୍ ପାଇଁ ବହୁତ ଲାଭଦାୟକ ହୋଇଥାଏ।