ବର୍ଷାଦିନରେ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ମାନନ୍ତୁ ଏହି ସହଜ ଟିପ୍ସ

ଜଳବାୟୁରେ ପରିବର୍ତ୍ତନ ହେବା ଦ୍ୱାରା ତ୍ୱଚାରେ ଅନେକ ପ୍ରଭାବ ପଡିଥାଏ। ଖରାଦିନରେ ସ୍କିନ ତେଲିଆ ଯୁକ୍ତ ହେବା ସହ ଶୀତ ଦିନରେ ଡ୍ରାଏ ହୋଇଯାଏ। ବର୍ଷା ଦିନରେ ହ୍ୟୁମିଡିଟି ବଢ଼ିଯାଇଥାଏ। ଯାହାପାଇଁ ସ୍କିନ ଅଠାଳିଆ ହୋଇଯାଏ। ତେବେ ଏହି ସମସ୍ୟା କାରଣରୁ ଅନେକ ହଇରାଣ ହୋଇଥାନ୍ତି। ଆଜି ଆମେ ଆପଣଙ୍କୁ ଏହାର ସମାଧାନର ସୂତ୍ର କହିବୁ। ଯାହାକୁ ମାନିବା ମାତ୍ରେ ଆପଣଙ୍କ ଏହି ସମସ୍ୟା ଦୂର ହୋଇଯିବ।

– ସାଧାରଣତଃ ଚନ୍ଦନ ଆମ ତ୍ୱଚା ପାଇଁ ଖୁବ ଲାଭଦାୟକ ହୋଇଥାଏ। ଏହା ସ୍କିନକୁ ଥଣ୍ଡା ରଖି୍‌ଥାଏ। ଏହାର ବ୍ୟବହାର କରିବା ଦ୍ୱାରା ମୁହଁରେ ଥିବା ଦାଗ ମଧ୍ୟ ଲିଭିଯାଏ। ବଜାରରେ ଏଥିପାଇଁ ଆପଣ ଚନ୍ଦନ କାଠ ବା ଚନ୍ଦନ ପାଉଡ଼ରର ବ୍ୟବହାର କରିପାରିବେ। ଏଥିରେ ହଳଦୀ, ଗୋଲାପଜଳ ମିଶାଇ ପେଷ୍ଟକୁ ମୁହଁରେ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ରଖି ଭଲ ଭାବେ ଧୋଇ ଦିଅନ୍ତୁ।

– ପ୍ରୋଟିନ ଯୁକ୍ତ ଖାଦ୍ୟ ଶରୀର ସହ ତ୍ୱଚା ପାଇଁ ମଧ୍ୟ ଖୁବ ଲାଭଦାୟକ ହୋଇଥାଏ। ଯଦି ଆପଣଙ୍କ ଫେସ ତେଲିଆ ଯୁକ୍ତ ହୋଇଥାଏ। ତେବେ ଆପଣ ଅଣ୍ଡାର ଧଳା ଅଂଶକୁ ମହୁ ସହ ମିଶାଇ ଲଗାଇ ପାରିବେ। ଶୁଖିଗଲା ପରେ ଏହାକୁ ଭଲ ଭାବେ ଧୋଇବେ। ଦେଖିବେ ତ୍ୱଚା ଉଜ୍ୱଳ ଦେଖାଯିବ।

– କଦଳୀ ଶରୀର ପାଇଁ ଯେତିକି ଉପକାରୀ ସେତିକି ତ୍ୱଚା ପାଇଁ ମଧ୍ୟ ବେଶ ଲାଭଦାୟକ ହୋଇଥାଏ। ଏହାର ପେଷ୍ଟ ତିଆରି କରି ୧୦ ମିନିଟ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ। ଶୁଖିଗଲା ପରେ ଏହାକୁ ଉଷୁମ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ।

Leave A Reply

Your email address will not be published.