ମୁହଁରେ ଏହି ଜିନିଷକୁ ମିଶାଇ ଲଗାନ୍ତୁ ଲେମ୍ବୁ, ମୁଲାୟମ୍ ସହ ଚମକଦାର ହେବ ଆପଣଙ୍କ ତ୍ୱଚା
ସ୍ୱାସ୍ଥ୍ୟ ପାଇଁ ଅନେକ ଫାଇଦା ପହଁଚାଉଥିବା ଲେମ୍ବୁ ଆମ ସ୍କିନ ପାଇଁ ସବୁ ଆଡୁ ଭଲ ହୋଇଥାଏ । ଏହାକୁ ଲଗାଇବା ପାଇଁ ଆଲୋଭେରା ଜେଲରେ ଲେମ୍ବୁ ମିଶାଇ ମଧ୍ୟ ଲଗାଇପାରିବେ । ଏହାକୁ ଲଗାଇବା ଦ୍ୱାରା ଆପଣଙ୍କ ସ୍କିନ୍ ଚମକଦାର ବନିଥାଏ ।
ଲେମ୍ବୁରେ ମହୁ ମିଶାଇ ଲଗାଇବା ଦ୍ୱାରା ଆପଣଙ୍କ ସ୍କିନ୍ ଗ୍ଲୋଇଙ୍ଗ ଏବଂ ଚମକପୂର୍ଣ୍ଣ ହୋଇଥାଏ । ଏହାକୁ ଲଗାଇବା ପାଇଁ ଆପଣ ଏକ ଚାମ୍ ମହୁରେ କିଛି ବୁନ୍ଦା ଲେମ୍ବୁ ପକାଇ ଲଗାନ୍ତୁ ।
ଆପଣ ତ୍ୱଚାରେ ଲେମ୍ବୁ ରସ ସହ ଗ୍ରୀନ୍ ଟି ବି ମିଶାଇ ଲଗାଇ ପାରିବେ । ଏଥିପାଇଁ ଆପଣ ଗ୍ରୀନ୍ ଟିରେ ଲେମ୍ବୁ ରସ କ୍ୟାପସୁଲ ପକାନ୍ତୁ । ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ନିଜ ତ୍ୱଚାରେ ଲଗାନ୍ତୁ ଏବଂ ଏହାକୁ ୫ ମିନିଟ୍ ପାଇଁ ରଖି ତାପରେ ଧୋଇ ଦିଅନ୍ତୁ ।
ଆପଣ ନିଜ ଚେହେରାରେ ଲେମ୍ବୁ ସହ ଚିନି ମିଶାଇ ବି ଲଗାଇପାରିବେ । ଏହାକୁ ଲଗାଇବା ପାଇଁ ଆପଣ ଏକ ଚାମଚ୍ ଚିନି ନିଅନ୍ତୁ । ଏଥିରେ ଲେମ୍ବୁ ରସ ମିଶାଇ ଦିଅନ୍ତୁ ଏବଂ ଏବେ ଆପଣ ଏହି ପେଷ୍ଟକୁ ଚେହେରାରେ ଲଗାନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କୁ ଡେଡ ସ୍କିନ୍ ଠାରୁ ଛୁଟକାରା ମିଳିବ ।
ଯଦି ଆପଣ ଚେହେରାରେ ଲେମ୍ବୁ ରସରେ ଚାଉଳ ଗୁଣ୍ଡ ମିଶାଇ ଲଗାନ୍ତି ତାହେଲେ ଏହାଦ୍ୱାରା ଆପଣଙ୍କ ସ୍କିନ୍ ମୁଲାୟମ୍ ଏବଂ ଚମକଦାର ବନିବ । ଏହାକୁ ଲଗାଇବା ପାଇଁ ଆପଣ ଲେମ୍ବୁ ରସ ଏବଂ ଅଧା ଚାମଚ୍ ଗୋଲାପ ଜଳ ମିଶାନ୍ତୁ । ଏବେ ଏହି ପେଷ୍ଟକୁ ଚେହେରାରେ ଲଗାନ୍ତୁ ।
ନୋଟ : ଏଠାରେ ଦିଆଯାଇଥିବା ସୂଚନା ସାମାନ୍ୟ ସୂଚନା ଉପରେ ଆଧାରିତ। ଏହାକୁ ଯଦି ଆପଣ ଆପଣାଇବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ଆପଣ ଥରେ ଡାକ୍ତରଙ୍କ ସହ ନିଶ୍ଚୟ ପରାମର୍ଶ ନେଇଯାନ୍ତୁ।