ନାଭିରେ ୪ ରୁ ୫ ବୁନ୍ଦା ପକାନ୍ତୁ ଏହି ସବୁ ତେଲ, ଗଭୀର ଶାରୀରିକ ସମସ୍ୟାରୁ ପାଇବେ ମୁକ୍ତି

ବହୁ ଚେଷ୍ଟା କଲା ପରେ ମଧ୍ୟ ମୁଖବ୍ରଣ ପରି ସମସ୍ୟା ମାନଙ୍କର ସମାଧାନ ହୋଇପାରିନଥାଏ । ଏହା ସହ କେଶ ସମସ୍ୟା ଆଜିକାଲିର ଆଉ ଏକ ପ୍ରମୁଖ ସମସ୍ୟା ପାଲଟିଛି । ବିଶେଷଜ୍ଞଙ୍କ ଅନୁଯାୟୀ ଏହି ସବୁ ସମସ୍ୟା ପେଟ ସହ ସିଧାସଳଖ ଜଡିତ । ପେଟ ଗଡବଡ ଲାଗି ରହିଲେ ବ୍ରଣ ଓ କେଶ ଉପୁଡିବା ପରି ସମସ୍ୟା ମାନ ପାଖ ଛାଡିନଥାଏ । ଖାଲି ସେତିକି ନୁହେଁ ଶରୀରର ଅନ୍ୟାନ ସମସ୍ୟା ମଧ୍ୟ ଏହି ପେଟ ସହ ହିଁ ଜଡିତ । ଅନେକେ ହୁଏତ ଜାଣି ନଥିବେ ନାଭି ସହ ଆମ ଶରୀରର ନର୍ଭସ ସିଷ୍ଟମର ମଧ୍ୟ କନେକ୍ସନ ଅଛି । ଯଦି ନାଭି ନେଇ ଆପଣ କେତେ ଗୁଡିଏ ଘରୋଇ ଉପଚାର ଆପଣାଇବେ ତେବେ ଆପଣ ନିଶ୍ଚିତ ରୂପେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।

stomach massage

କେମିତି କରିବେ ଉପଚାର:

ଏଥିପାଇଁ ବିଭିନ୍ନ ପ୍ରକାର ତେଲର ନାଭିରେ ପକାଇଲେ ଦୀର୍ଘ ଦିନ ପାଇଁ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ତେଲ କେମିତି ଉପଯୋଗ କଲେ କଣ ଫାଇଦା ମିଳିପାରିବ ।

-ନିଜ ସମସ୍ୟା ଅନୁଯାୟୀ ଆପଣ ନିଜ ନାଭିରେ ୫ ରୁ ୭ ବୁନ୍ଦା ତେଲ ପକାନ୍ତୁ । ଆଉ ଏହାକୁ ୫ ରୁ ୧୦ ମିନିଟ ପାଇଁ ଛାଡିଦିଅନ୍ତୁ । କିଛି ସମୟ ପରେ କିଛି ତେଲ ନାଭି ଭିତରେ ପଶିଯିବ । ବାକି ଥିବା ତେଲକୁ ହାଲକା ହାତରେ ମାଲିସ କରି ଦିଅନ୍ତୁ ।

neem oil

ନିମ୍ବ ତେଲ:

ମୁହଁରୁ ବ୍ରଣ ତଥା ଅନ୍ୟାନ ଦାଗ ହଟେଇବା ପାଇଁ ପ୍ରତିଦିନ ରାତିରେ ନିମ୍ବ ତେଲରୁ ୩-୭ ବୁନ୍ଦା ନିଜ ନାଭିରେ ପକାନ୍ତୁ । ନିମ୍ବ ତେଲରେ ଆଣ୍ଟିବେକ୍ଟେରିଆଲ, ଅଣ୍ଟିଫଙ୍ଗାଲ , ଭିଟାମିନ ଇ , ଫ୍ୟାଟି ଏସିଡ ଭରପୁର ମାତ୍ରାରେ ଥାଏ । ଯାହାକି ତ୍ୱଚା ପରି ସମସ୍ୟା ମାନଙ୍କରୁ ସହଜରେ ମୁକ୍ତି ଦେଇଥାଏ ।

lemon oil

ଲେମ୍ବୁ ତେଲ:

ଯଦି ଚେହେରାରେ ଅଧିକ ପରିମାଣରେ ଦାଗ, ବ୍ରଣ ଅଛି ତେବେ ଲେମ୍ବୁ ତେଲରୁ କିଛି ବୁନ୍ଦା ନିଜ ନାଭିରେ ପକାନ୍ତୁ । ଏହା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ବି ସମାଧାନ ହୋଇଥାଏ ।

belly

ସୋରିଷ ତେଲ:

ପୌଷ୍ଟିକ ତତ୍ତ୍ୱରେ ଭରପୁର ସୋରିଷ ତେଲର କିଛି ବୁନ୍ଦା ନାଭିରେ ପକାଇବା ଦ୍ୱାରା ଓଠ ଫାଟିବା, ତ୍ୱଚା ରୁକ୍ଷ ହେବା, ପରି ସମସ୍ୟା ମାନଙ୍କର ସମାଧାନ ହୋଇଥାଏ ।

ନଡ଼ିଆ ତେଲ:

ଆଖିର ଶୁଖିଲା ପଣ, ଦୁର୍ବଳ ଲାଗିବା , କେଶ ଝଡ଼ିବା ପରି ସମସ୍ୟା ଗୁଡିକ ନାଭିରେ ନଡ଼ିଆ ତେଲ ପକାଇବା ଦ୍ୱାରା ଦୂର ହୋଇଥାଏ ।

olive oil

ଅଲିଭ ଅଏଲ:

ଆଂଠୁ ଗଣ୍ଠି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ତେଲର ବ୍ୟବହାର କରନ୍ତୁ ।

ବାଦାମ ତେଲ:

ସ୍କିନରେ ଏକ ବିଶେଷ ଚମକ ନଥିବାରୁ ଯଦି ଆପଣ ବ୍ୟସ୍ତ ଅଛନ୍ତି ତେବେ ଏହି ତେଲର ବ୍ୟବହାର କରନ୍ତୁ ।

– ନଡ଼ିଆ ତେଲ ଓ ଅଲିଭ ତେଲ ନାଭିର ଲଗେଇବା ଦ୍ୱାରା ମହିଳା ମାନଙ୍କ ହର୍ମୋନ ଗୁଡିକୁ ବାଲାନ୍ସ କରି ଥାଏ । ଏହା ଦ୍ୱାରା ଗର୍ଭ ଧାରଣ ସମସ୍ୟା ପରି ଗୁରୁତର ସମସ୍ୟାର ସମାଧାନ ଶୀଘ୍ର ହୋଇଥାଏ । ଖାଲି ସେତିକି ନୁହେଁ ଏହା ଦ୍ୱାରା ପୁରୁଷଙ୍କ ଶରୀରରେ ଶୂକ୍ରାଣୁ ମଧ୍ୟ ବୃଦ୍ଧି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.