ଦାଗହୀନ ଓ ଚମକଦାର ତ୍ୱଚା ପାଇଁ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ ଏହି ଦୁଇଟି ଜିନିଷ, କିଛି ହିଁ ଦିନ ଭିତରେ ଉଜ୍ଜ୍ୱଳ ଦିଶିବ ଚେହେରା

ଆଜିକା ସମୟରେ ପ୍ରତ୍ୟେକ ଲୋକ ସୁନ୍ଦର ତଥା ଆକର୍ଷଣୀୟ ଦେଖା ଯିବାକୁ ଚାହାନ୍ତି। କିନ୍ତୁ ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଅନଫିଟ୍‌ ଡାଏଟ୍‌ କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟ ଓ ତ୍ୱଚା ଦୁଇଟି ଯାକ ହିଁ ବିଭିନ୍ନ ସମସ୍ୟାକୁ ସାମ୍ନା କରିଥାଏ। ଆଉ ଯେଉଁ କାରଣରୁ ଆପଣ ନିଜ ବୟସଠାରୁ ଅଧିକ ବୟସର ଦେଖାଯାଇ ଥାଆନ୍ତି। ଯଦି ଆପଣ ଏ ସବୁ ସମସ୍ୟାରୁ ଛୁଟକାରା ପାଇବାକୁ ଚାହୁଁଛନ୍ତି, ଅର୍ଥାତ୍‌ ଦାଗହୀନ ଏବଂ ଚମକଦାର ତ୍ୱଚା ଚାହୁଁଛନ୍ତି, ତା’ହେଲେ ଏଲୋଭେରା ଓ ଚାଉଳ ପାଣି ନିଶ୍ଚୟ ବ୍ୟବହାର କରନ୍ତୁ। ଚେଷ୍ଟା କରନ୍ତୁ କି ଯେପରି ଆପଣଙ୍କ ତ୍ୱଚା ହାଇଡ୍ରେଟ୍‌ ରହିବ। ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ କହିବାକୁ ଯାଉଛୁ।

ଫଲୋ କରନ୍ତୁ ଟିପ୍ସ

-ପ୍ରଥମେ ନିଜ ଚେହେରାକୁ ଷ୍ଟିମ୍‌ ଦିଅନ୍ତୁ। ଚେହେରାରେ ଷ୍ଟିମ୍‌ ଦେବା ଦ୍ୱାରା ପୋର୍ସ ଖୋଲିଯିବ। ଏଥି ସହିତ ତ୍ୱଚାରେ ଥିବା ମଇଳା ବାହାରକୁ ବାହାରିଯିବ।

-ଆପଣଙ୍କୁ ଅଧା ଚାମଚ ଚାଉଳ ପାଣିରେ ଏକ ଚାମଚ ଏଲୋଭେରା ଜେଲ ମିଶାଇ ରାତିରେ ଶୋଇବା ପୂର୍ବରୁ ଲଗାଇ ମସାଜ କରିବାକୁ ହେବ। ଏହାକୁ ସପ୍ତାହରେ ଦୁଇଥର ନିଶ୍ଚୟ କରନ୍ତୁ।

କହି ରଖୁଛୁ, ଚାଉଳ ପାଣି ବିଭିନ୍ନ ତରିକାରେ ଆମ ସ୍କିନ୍‌ ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଥିବା ଫ୍ଲେଭୋନୋଇଡ୍‌ସ ଏବଂ ଫେନୋଲିକ୍‌ ଯୌଗିକ ରେଡିକଲ୍ସରୁ ହେଉଥିବା କ୍ଷତିକୁ କଣ୍ଟ୍ରୋଲ କରିଥାଏ। କହିବାକୁ ଗଲେ, ବୟସର ଗତିକୁ ବଢ଼ାଇବାରେ ସାହାଯ୍ୟ କରୁଥିବା ଫ୍ରି ରେଡିକଲ୍ସକୁ ଏହା କାବୁ କରିଥାଏ।

Leave A Reply

Your email address will not be published.