ବିବାହ ପୂର୍ବରୁ ମୁହଁରେ ଲଗାନ୍ତୁ ଏହି ପ୍ୟାକ, ହୀରା ପରି ଚମକି ଉଠିବ ତ୍ୱଚା

ଆଗକୁ ଯଦି ବିବାହ ହେବାର ଅଛି କିମ୍ବା ବିବାହ ପ୍ରସ୍ତାବ ପଡିଛି ତେବେ ମହିଳା ମାନେ ସାଧାରଣତଃ ପାର୍ଲର ଯାଇ ଦୀର୍ଘ ଦିନ ଆଗରୁ ଫେସିଆଲ ଆଦି କରାଇ ନିଅନ୍ତି | କିନ୍ତୁ ଅନେକ ଥର ଏମିତି ଦେଖାଯାଏ ଫେସିଆଲ କରେଇଲେ ମଧ୍ୟ ଚେହେରାରେ ସେମିତି କୌଣସି ଫରକ ଆସେ ନାହିଁ | ତେବେ ଆଜି ଆମେ ଆପଣଙ୍କୁ ଏକ ହୋମ ମେଡ଼ ଫେସିଆଲ ବାବଦରେ କହିବାକୁ ଯାଉଛୁ | ଯେଉଁ ଥିରେ ଆପଣଙ୍କ ଚେହେରା ବ୍ରାଇଡଲ ପରି ଗ୍ଲୋ କରିବାକୁ ଲାଗିବ | ଏହା ସହ ଚେହେରାରୁ ଦାଗ, ବୟସାଧିକ ଦାଗ, ବ୍ରଣ ଆଦି ସମସ୍ୟା ବି ଦୂର ହେବ |

ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

1. ଓଟ୍ସ – ଏକ ଚାମଚ

2. ମସୁର ଡାଲି- ଗୋଟେ ଚାମଚ

3. ଚାଉଳ- ଗୋଟେ ଚାମଚ

4. ହଳଦୀ ଗୁଣ୍ଡ- ଅଧା ଚାମଚ

5. ଗୋଲାପ ଜଳ/ ଦହି /କଞ୍ଚା କ୍ଷୀର

କେମିତି ପ୍ରସ୍ତୁତ କରିବେ:

ପ୍ରଥମେ ସବୁ ଜିନିଷକୁ ମିକ୍ସ କରି ଗ୍ରାଇଣ୍ଡରରେ ଗୁଣ୍ଡ କରାଇ ନିଅନ୍ତୁ | ଏବେ ଏହି ପାଉଡରକୁ ଏକ ଟାଇଟ ଡବାରେ ରଖନ୍ତୁ

ଏବେ ଏକ ବାଉଲରେ ଗୋଟେ ଚାମଚ ପାଉଡର ସହ କିଛି ଗୋଲାପ ଜଳ ମିଶାନ୍ତୁ | ଯଦି ଚାହିଁବେ ଗୋଲାପ ଜଳ ବଦଳରେ ଆପଣ ଦହି କିମ୍ବା କଂଚା କ୍ଷୀର ମିଶାଇ ପାରିବେ |

ଆଉ ଯଦି ଆପଣଙ୍କ ତ୍ୱଚା ଖୁବ ଡ୍ରାଏ ତେବେ ସେଥିରେ କିଛି ସର ମିଶାଇ ପାରିବେ |

ପ୍ରଥମେ ତ୍ୱଚାକୁ ଭଲ ଭାବରେ ଧୋଇ ଦିଅନ୍ତୁ | ଧୂଳି ମାଟି ବାହାରି ଯିବ | ଏବେ କଫି ପାଉଡରରେ କିଛି ଗୋଲାପ ଜଳ ମିଶାଇ 2 ରୁ 3 ମିନିଟ ଯାଏଁ ସ୍କ୍ରବ କରାଇ ନିଅନ୍ତୁ | ସ୍କ୍ରବିଙ୍ଗ କରିବା ପରେ ଧୋଇ ଦିଅନ୍ତୁ |

ଆଉ ଏବେ ପ୍ୟାକର ଏକ ମୋଟା ଆସ୍ତରଣ ତ୍ୱଚାରେ ଲଗାଇ ଦିଅନ୍ତୁ | ପ୍ୟାକ ସୁଖୀ ଆସିଲେ ଗୋଲାପ ଜଳରେ ମସାଜ କରି ସାଧା ପାଣିରେ ଧୋଇ ଦିଅନ୍ତୁ |